Posted inଭଦ୍ରକ

ଦୋକାନୀ, ଗାଡ଼ି ଚାଳକଙ୍କଠାରୁ ଜରିମାନା ଆଦାୟ

ପଦ୍ମପୁର,୧୪ା୪(ଡି.ଏନ୍‌.ଏ.)- କରୋନା ମହାମାରୀ ପାଇଁ ଓଡ଼ିଶାରେ ଲକ୍‌ ଡାଉନ ଘୋଷଣା ହୋଇଛି। ଏହି ପରିସ୍ଥିତିରେ କେତେକ ଅସାଧୁ ବ୍ୟବସାୟୀ ଚଢା ଦାମ୍‌ରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଏନେଇ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି। ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୋଲିସ ବାସୁଦେବପୁର ବଜାରରେ ଡାଲି ଓ ତେଲକୁ ନିର୍ଦ୍ଧାରିତ ଦାମ୍‌ ଠାରୁ ଅଧିକ ଦାମରେ ବିକୁଥିବାରୁ ୩ ଜଣ ଦୋକାନୀଙ୍କ ଠାରୁ ୧ ଲକ୍ଷ ୨୫ ହଜାର ଜରିମାନା ଆଦାୟ କରିଛନ୍ତି। ସୁଦର୍ଶନପୁର ମାଛହାଟ ଠାରେ ଦୁଇଟି ଲୁଗା ଦୋକାନ ଖୋଲା ରଖିଥିବାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ଅତିରିକ୍ତ ତହସିଲଦାର ବିଶ୍ୱନାଥ ବିଶ୍ୱାଳ ପଦ୍ମପୁର-ବିରସ ରାସ୍ତାରେ ଯାଉଥିବା କୋଇଲା ଗାଡ଼ି ଠାରୁ ୫ ହଜାର ଜରିମାନା ଆଦାୟ କରିଛନ୍ତି। ୧୪ଟି ବାଇକ୍‌ ଠାରୁ ୨୮ ହଜାର ଓ ଲକ୍‌ ଡାଉନ ନିୟମ ନ ମାନି ବାହାରେ ବୁଲୁଥିବା ଲୋକମାନଙ୍କ ଠାରୁ ୬ ହଜାର ଜରିମାନା ଆଦାୟ କରିଛନ୍ତି। ଏଥିସହ ମାସ୍କ ପିନ୍ଧିବା ପାଇଁ ସଚେତନତା ସୃଷ୍ଟି କରିବା ସହ ୧୦୦ ମାସ୍କ ତହସିଲଦାର ବଣ୍ଟନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ଼ ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

ଭଦ୍ରକ ଅଫିସ, ୧ା୫- ଶୁକ୍ରବାର ସନ୍ଧ୍ୟାରେ ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ପଶୁ ସମ୍ପଦ ନିର୍ଦ୍ଦେଶକ ରତ୍ନାକର ରାଉତ ଭଦ୍ରକ...

ଭଦ୍ରକରେ ୧୧ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ ଛୁଇଁଲା

ଭଦ୍ରକ ଅଫିସ,୧୨ା୭: ରବିବାର ଭଦ୍ରକ ଜିଲାରୁ ୧୧ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ ଛୁଇଁଛି। ଚି଼ହ୍ନଟ ସମସ୍ତେ ସଙ୍ଗରୋଧ...

ମେଳଣ ଦେଖି ଫେରୁଥିବା ବେଳେ ଗଛକୁ ପିଟିଲା ବାଇକ୍‌: ଆରୋହୀ ମୃତ

ଧାମନଗର,୧୩।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଥାନା ତାଳସିଠା ନିକଟରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ବନ୍ତ ବ୍ଲକ...

ଭଦ୍ରକ କଟସାହି ପଞ୍ଚାୟତର ୩ ୱାର୍ଡ ଆଜିଠାରୁ ଶଟ୍‌ଡାଉନ

ଧାମନଗର,୫।୮(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ଧାମନଗର ବ୍ଲକ କଟସାହି ପଞ୍ଚାୟତର ସରପଞ୍ଚ ଅଞ୍ଜନା ଲେଙ୍କା ପଞ୍ଚାୟତର ୩ଟି ଓ୍ବାର୍ଡ ୧,୨,୩ କୁ...

ମନ୍ତେଇ ଘାଟରେ ବିପଦପୂର୍ଣ୍ଣ ଯାତ୍ରା: ଦଉଡ଼ିରେ ଝୁଲୁଛି ଯାତ୍ରୀଙ୍କ ଜୀବନ

ଭଦ୍ରକ ଅଫିସ, ୨୮ା୬-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତର ଚାରବାଟିଆ ମନ୍ତେଇ ନଦୀଘାଟରେ ଦୈନିକ ହଜାର ହଜାର ଲୋକ ବିପଦପୂର୍ଣ୍ଣ ଭାବେ ଡଙ୍ଗା ମାଧ୍ୟମରେ...

ବୁଡ଼ିଲା ଥୋଡ଼ଧାନ, ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ

ଧାମନଗର,୨୭।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକରେ ଅଧିକାଂଶ ଖାଲୁଆ ଜମି ବର୍ଷାପାଣିରେ ବୁଡ଼ି ଯିବାରୁ ଧାନଚାଷ ବ୍ୟାପକ କ୍ଷତି ହୋଇଛି। ଗର୍ଭଣା ସଂକ୍ରାନ୍ତି ପରଠାରୁ ଧାନଗଛରେ...

ଭଦ୍ରକରେ ସକାଳ ୭ରୁ ୯ ଟ୍ରାଫିକ୍‌ ଜାମ

ଭଦ୍ରକ ଅଫିସ, ୨୫।୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ଯାଏ ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଲକ୍‌ଡାଉନ୍‌ର...

ଆବାସ ଯୋଜନାରେ ନାମ ତାଲିକାଭୁକ୍ତ ପାଇଁ ଭିଡ଼

ବନ୍ତ,୧୪ା୨(ସ୍ବ.ପ୍ର./ଡି.ଏନ.ଏ.)-ବନ୍ତ ବ୍ଲକର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ କାନ୍ଥରେ ଦୁଇଦିନ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଲିକାଭୁକ୍ତ ହୋଇଥିବା ହିତାଧିକାରୀମାନଙ୍କ ନାମ ପ୍ରକାଶ ପାଇଛି। ଏହି...

Coronavirus Update

Archives

Model This Week

Why Dharitri