ଦୈନିକ ୨ ହଜାର ପରୀକ୍ଷା କରିବ ଏସ୍‌ସିବି

କଟକ ଅଫିସ,୧୯ା୫: ଏସ୍‌ସିବିରେ ଗତ ମାର୍ଚ୍ଚ ୩୧ରେ ଆରମ୍ଭ ହୋଇଥିଲା କୋଭିଡ୍‌-୧୯ ପରୀକ୍ଷା। ନାହିଁ ନାହିଁର ସ୍ଥିତିରେ ପ୍ରଥମ ଦିନ ମାତ୍ର ୪ଟି ନମୁନା ପରୀକ୍ଷା କରାଯାଇଥିଲା। ସେତେବେଳେ ଉଭୟ ଟେଷ୍ଟ କିଟ୍‌ ଏବଂ ପିପିଇ କିଟ୍‌ ମଧ୍ୟ କମ୍‌ ସଂଖ୍ୟାରେ ମିଳୁଥିଲା। ଏଇ ୫୦ ଦିନ ମଧ୍ୟରେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ଗତ ୧୭ ତାରିଖରେ ସର୍ବାଧିକ ୧୫୬୧ଟି ନମୁନା ପରୀକ୍ଷା ହୋଇଛି। ଏହାକୁ ମିଶାଇ ଏଯାବତ୍‌ ସର୍ବମୋଟ କୋଭିଡ୍‌ ପରୀକ୍ଷା ୨୦ ହଜାର ଟପିସାରିଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ମୁଖ୍ୟ ଶାସନ ସଚିବ ଟୁଇଟ୍‌ ଯୋଗେ ଏସ୍‌ସିବି କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏବେ ଏହି ସଫଳତା ପରେ ଏସ୍‌ସିବି ଦୈନିକ ୨ ହଜାର କୋଭିଡ୍‌ ପରୀକ୍ଷା କରିବା ପାଇଁ ଟାର୍ଗେଟ୍‌ ରଖିଛି। ଏଥିପାଇଁ ଏସ୍‌ସିବି ଅଣୁଜୀବ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଛି ବୋଲି ବିଭାଗୀୟ ମୁଖ୍ୟ ଡା. ନିରୁପମା ଚୟନୀ କହିଛନ୍ତି। ପ୍ରାୟ ୬ ଜଣ ଡାକ୍ତରଙ୍କୁ ମିଶାଇ ୪୦ ଜଣ ଉତ୍ସର୍ଗୀକୃତ କର୍ମଚାରୀ ଦୁଇଟି ସିଫ୍ଟରେ ନିରବଚ୍ଛିନ୍ନ ଭାବେ କାମ କରୁଛନ୍ତି। ଏନେଇ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ବଢ଼ାଇ ଦିଆଯାଇଛି। ଏହା ବ୍ୟତୀତ କର୍ମଚାରୀମାନେ ମଧ୍ୟ ଅତିରିକ୍ତ ସମୟ ଦେଇ କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାତ୍‌ସପନ ହେଇଛେ ଆବାସ ଯୋଜନା: ସହଦେବକେ ସାହା ପରହର ପରଛି

ବିଜେପୁର, ୧୨।୭ (ଡି.ଏନ.ଏ): ଖରା, ବରଷା, ଶୀତନୁ ରକ୍ଷା ପାଏବାର ଲାଗି ଗରିବ ଦୁଖିକୁ କେନ୍ଦ୍ର ପ୍ରଧାନମନ୍ତ୍ରୀ ଆବାସ ଆର ରାଏଜ ସରକାର ମୋ କୁଡିଆ...

ଡାକ୍ତର ହେବ ତ ଏମିତି: ରାସ୍ତାରେ ଛଟପଟ ହେଉଥିବା ରୋଗୀଙ୍କୁ ନେଲେ ଡାକ୍ତରଖାନା, ଛୁଟୁଛି ପ୍ରଶଂସାର ସୁଅ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ଡାକ୍ତର ଭଗବାନଙ୍କ ସମତୂଲ୍ୟ ବୋଲି କୁହାଯାଏ। ତେବେ ଅନେକ ସମୟରେ ଡାକ୍ତରଙ୍କ ଅବହେଳା କାରଣରୁ ରୋଗୀର ଜୀବନ ମଧ୍ୟ ଚାଲିଯାଏ। ହେଲେ ଏହାର ଏକ...

୧୮ମାସରେ ଶେଷ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନବକଳେବର କାର୍ଯ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୧୨-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ବରମୁଣ୍ଡା ଆନ୍ତଃ ରାଜ୍ୟ ବସ୍‌ ଟର୍ମିନାଲର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ବସ୍‌ ଚାଳକ ଅଟକ

ଦାରିଙ୍ଗବାଡ଼ି,୫।୧୨(ଡି.ଏନ.ଏ)-ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଘରୋଇ ବସ୍‌ ଚାଳକଙ୍କ ଆକ୍ରମଣରେ ଗ୍ରାମର ମହାଦେବ ମାଝୀ ଗୁରୁତର ଆହତ ହୋଇଛନ୍ତି। ବୁଧବାର...

ଭାଜପା ରାଜ୍ୟ ସଭାପତି ଚୟନ ପ୍ରସଙ୍ଗ:ଗୋଟିଏ ନାମରେ ସହମତି ଲାଗି ପ୍ରଚେଷ୍ଟା

ଭୁବନେଶ୍ୱର, ୧-୧(ବ୍ୟୁରୋ):ଭାଜପାର ସାଙ୍ଗଠନିକ ନିର୍ବାଚନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି। ମଣ୍ଡଳ ସଭାପତି ଚୟନଠାରୁ ଆରମ୍ଭ କରି ଜିଲା ସଭାପତି ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବାକୁ...

ଏୟାରଷ୍ଟ୍ରିପ୍‌ ସଂପ୍ରସାରଣ: ଦ୍ୱୀତିୟ ପର୍ଯ୍ୟାୟରେ ୪୨ କୋଟିର ଟେଣ୍ଡର ଆହ୍ବାନ

  ଜୟପୁର,୧୧ା୧(ଡି.ଏନ୍‌.ଏ.): କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଉଡାନ ଯୋଜନାରେ ଜୟପୁର ଏୟାରଷ୍ଟ୍ରିପ ସଂପ୍ରସାରଣ କାର୍ଯ୍ୟ ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟରେ ଏଥିପାଇଁ ୪୨...

ମୂଲ୍ୟବାନ କାଠପଟା ଜବତ

ଓଡଗାଁ, ୨୫।୭(ସ୍ବ.ପ୍ର): ଓଡଗାଁ ବନାଞ୍ଚଳ ଅଧିନସ୍ଥ ମଗରବନ୍ଧ ଗଁାରେ ଜଣେ ବ୍ୟକ୍ତିଙ୍କ ଘରେ ଗୁରୁବାର ବନବିଭାଗ ଚଢ଼ାଉ କରିଛି। ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଉକ୍ତ...

ବାଲେଶ୍ୱର ଜିଲାରେ ସ୍ବାସ୍ଥ୍ୟସେବା ଏମିତି: ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି

ବାଲେଶ୍ୱର ଅଫିସ, ୬।୭-ବାଲେଶ୍ୱର ଜିଲା ସ୍ବାସ୍ଥ୍ୟ ବିଭାଗ ପାଇଁ ସରକାର ଯେତିକି ଡାକ୍ତର ପଦବୀ ମଞ୍ଜୁର କରିଛନ୍ତି ସେଥିରୁ ଅଧାରୁ ଅଧିକ ପଦବୀ ଖାଲିପଡିଛି। ଏମିତି...

Play 250+ Trending Games
Archives

Model This Week

Why Dharitri