Posted inଫୁରସତ

ଦେଶର ଡିଜିଟାଲ ନକ୍ସା କରିବ ଡ୍ରୋନ୍‌

ସର୍ଭେ ଅଫ୍‌ ଇଣ୍ଡିଆ(ଏସ୍‌ଓଆଇ) ପ୍ରଥମେ ଡ୍ରୋନ୍‌ ସହାୟତାରେ ଦେଶର ଡିଜିିଟାଲ ନକ୍ସା କରୁଛି। ବିଜ୍ଞାନ ଓ ପ୍ରାଦୌଗିକ ବିଭାଗ ସହଯୋଗରେ ଏହି କାର୍ଯ୍ୟ ଦୁଇ ବର୍ଷରେ ଶେଷ ହେବ। ଏଥିପାଇଁ ତିନୋଟି ଡିଜିଟାଲ କେନ୍ଦ୍ର ମଧ୍ୟ ଖୋଲାଯାଇଛି। ଏଠାରେ ସମଗ୍ର ଦେଶର ଭୌଗୋଳିକ ଡିଜିଟାଲ ଡାଟା ପ୍ରସ୍ତୁତ କରାଯିବ। ସାଟେଲାଇଟ ଦ୍ୱାରା ନିୟନ୍ତ୍ରିତ ହେଉଥିବା ଜିପିଏସ୍‌ ସିଷ୍ଟମ୍‌ଠାରୁ ଡିଜିଟାଲ ନକ୍ସା ଠିକ୍‌ ତଥ୍ୟ ଦେବା ସହ ସ୍ପଷ୍ଟ ହୋଇପାରିବ। କିନ୍ତୁ ଦେଶର ସୁରକ୍ଷା ଦୃଷ୍ଟିକୋଣରୁ କେତେକ ସମ୍ବେଦନଶୀଳ ସ୍ଥାନକୁ ଏହି ନକ୍ସାରେ ସ୍ଥାନ ଦିଆଯିବ ନାହିଁ। ସାରା ଦେଶରେ ୨୫୦୦ଟି ଗ୍ରାଉଣ୍ଡ କଣ୍ଟ୍ରୋଲ ପଏଣ୍ଟସ୍‌କୁ ଆଧାରକରି ଏହି ନକ୍ସା ପ୍ରସ୍ତୁତ କରାଯାଉଛି। ନୂଆ ନକ୍ସା ପାଇଁ ଭର୍ଚୁଆଲ ସିଓଆରଏସ(ଶତତ ସଞ୍ଚାଳନ ସନ୍ଦର୍ଭ ଷ୍ଟେଶନ)ସିଷ୍ଟମ ମଧ୍ୟ ଉପଯୋଗ କରାଯାଇଛି। ହରିୟାଣା, ମହାରାଷ୍ଟ୍ର ଓ କର୍ନାଟକରେ ପ୍ରଥମେ ଏହିି ଯୋଜନା ଆରମ୍ଭ କରାଯାଇଛି। ଡିଜିଟାଲ ନକ୍ସା ମାଧ୍ୟମରେ ଜମିଜମା ସମ୍ବନ୍ଧୀୟ ସବୁ ବିବରଣୀ ପ୍ରାପ୍ତ ହୋଇପାରିବ । ଭାରତରେ ଏବେ ଯେଉଁ ନକ୍ସା ପ୍ରଚଳିତ ହେଉଛି ତାହାକୁ ବ୍ରିଟିଶ ସର୍ଭେୟର କର୍ନଲ ସାର୍‌ ଜର୍ଜ ଏଭରେଷ୍ଟ ୧୮୩୦ ମେ୧ରେ ପ୍ରସ୍ତୁତ କରିଥିଲେ। ୧୮୯ ବର୍ଷର ଏହି ପୁରୁଣା ନକ୍ସା ପ୍ରକାଶନ ପରେ ସରକାର ଏବେ ନୂଆ ଡିଜିଟାଲ ନକ୍ସା ପ୍ରସ୍ତୁତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଗଲା ବିବାହ ସ୍ବପ୍ନ: ପ୍ରେମିକଙ୍କ ଆଗରେ ଏମିତି କାମ କଲେ ପ୍ରେମିକା

ରାଉରକେଲା,୨୦।୮(ସଙ୍ଗୀତା ଜେନା):ବିବାହ କରିବାକୁ ମନା କରିବାରୁ ଝିରପାଣି ଥାନା ଅନ୍ତର୍ଗତ ଝିରପାଣି ଭଟା ବସ୍ତିରେ ଗତ ୧୪ ତାରିଖ ସକାଳେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସମ୍ମୁଖରେ…

ଲୋକ ସଭା ଆସନକୁ ନେଇ ବଡ଼ ଗେମ୍‌ ଖେଳିବ କଂଗ୍ରେସ! ମୁଖ୍ୟମନ୍ତ୍ରୀ ବିଜୟଙ୍କ ପରି ଏକ ପ୍ରସ୍ତାବ ପାସ କରୁଛି

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ବୁଧବାର ଦାବି କରିଥିଲା ଯେ ଆଗାମୀ ୨୫ ବର୍ଷ ପାଇଁ ୫୪୩ ଲୋକ ସଭା ଆସନର ବର୍ତ୍ତମାନର ସଂଖ୍ୟା ବଜାୟ ରଖାଯାଉ। ଦଳ ଏହା…

କୁଚିଣ୍ଡା-ଭୋଜପୁରରେ ମରଣଯନ୍ତା ସାଜିଛି ହମ୍ପସ: ପ୍ରତିଦିନ ଘଟୁଛି ଦୁର୍ଘଟଣା

ଜମନକିରା,୧୯ା୮(ରବୀନ୍ଦ୍ର ପ୍ରସାଦ ଦାନୀ):ଜାତୀୟ ରାଜପଥ ଉପରେ ହମ୍ପସ ବା ସ୍ପିଡ୍‌ ବ୍ରେକର ନିର୍ମାଣ ଉପରେ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ତଥା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ (ମୋଓରଟିଏଚ)ର…

ହେଲିକପ୍ଟର ଦୁର୍ଘଟଣା: ଗୁଇନ୍ଦା ସଂସ୍ଥା ମୁଖ୍ୟଙ୍କ ସମେତ ୭ ମୃତ, ମୃତକଙ୍କ ମଧ୍ୟରେ ୫ ଆମେରିକୀୟ ନାଗରିକ

ନାଇରୋବି,୨୦।୮: କେନ୍ଦ୍ରୀୟ କେନିଆରେ ବୁଧବାର ଏକ ସଫାରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ଫଳରେ ଏଥିରେ ଥିବା ସମସ୍ତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ…

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri