Posted inଫୁରସତ

ଦେଶର ଡିଜିଟାଲ ନକ୍ସା କରିବ ଡ୍ରୋନ୍‌

ସର୍ଭେ ଅଫ୍‌ ଇଣ୍ଡିଆ(ଏସ୍‌ଓଆଇ) ପ୍ରଥମେ ଡ୍ରୋନ୍‌ ସହାୟତାରେ ଦେଶର ଡିଜିିଟାଲ ନକ୍ସା କରୁଛି। ବିଜ୍ଞାନ ଓ ପ୍ରାଦୌଗିକ ବିଭାଗ ସହଯୋଗରେ ଏହି କାର୍ଯ୍ୟ ଦୁଇ ବର୍ଷରେ ଶେଷ ହେବ। ଏଥିପାଇଁ ତିନୋଟି ଡିଜିଟାଲ କେନ୍ଦ୍ର ମଧ୍ୟ ଖୋଲାଯାଇଛି। ଏଠାରେ ସମଗ୍ର ଦେଶର ଭୌଗୋଳିକ ଡିଜିଟାଲ ଡାଟା ପ୍ରସ୍ତୁତ କରାଯିବ। ସାଟେଲାଇଟ ଦ୍ୱାରା ନିୟନ୍ତ୍ରିତ ହେଉଥିବା ଜିପିଏସ୍‌ ସିଷ୍ଟମ୍‌ଠାରୁ ଡିଜିଟାଲ ନକ୍ସା ଠିକ୍‌ ତଥ୍ୟ ଦେବା ସହ ସ୍ପଷ୍ଟ ହୋଇପାରିବ। କିନ୍ତୁ ଦେଶର ସୁରକ୍ଷା ଦୃଷ୍ଟିକୋଣରୁ କେତେକ ସମ୍ବେଦନଶୀଳ ସ୍ଥାନକୁ ଏହି ନକ୍ସାରେ ସ୍ଥାନ ଦିଆଯିବ ନାହିଁ। ସାରା ଦେଶରେ ୨୫୦୦ଟି ଗ୍ରାଉଣ୍ଡ କଣ୍ଟ୍ରୋଲ ପଏଣ୍ଟସ୍‌କୁ ଆଧାରକରି ଏହି ନକ୍ସା ପ୍ରସ୍ତୁତ କରାଯାଉଛି। ନୂଆ ନକ୍ସା ପାଇଁ ଭର୍ଚୁଆଲ ସିଓଆରଏସ(ଶତତ ସଞ୍ଚାଳନ ସନ୍ଦର୍ଭ ଷ୍ଟେଶନ)ସିଷ୍ଟମ ମଧ୍ୟ ଉପଯୋଗ କରାଯାଇଛି। ହରିୟାଣା, ମହାରାଷ୍ଟ୍ର ଓ କର୍ନାଟକରେ ପ୍ରଥମେ ଏହିି ଯୋଜନା ଆରମ୍ଭ କରାଯାଇଛି। ଡିଜିଟାଲ ନକ୍ସା ମାଧ୍ୟମରେ ଜମିଜମା ସମ୍ବନ୍ଧୀୟ ସବୁ ବିବରଣୀ ପ୍ରାପ୍ତ ହୋଇପାରିବ । ଭାରତରେ ଏବେ ଯେଉଁ ନକ୍ସା ପ୍ରଚଳିତ ହେଉଛି ତାହାକୁ ବ୍ରିଟିଶ ସର୍ଭେୟର କର୍ନଲ ସାର୍‌ ଜର୍ଜ ଏଭରେଷ୍ଟ ୧୮୩୦ ମେ୧ରେ ପ୍ରସ୍ତୁତ କରିଥିଲେ। ୧୮୯ ବର୍ଷର ଏହି ପୁରୁଣା ନକ୍ସା ପ୍ରକାଶନ ପରେ ସରକାର ଏବେ ନୂଆ ଡିଜିଟାଲ ନକ୍ସା ପ୍ରସ୍ତୁତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri