Posted inଜାତୀୟ

ଦେଶରେ ପ୍ରଥମ ଥର ପାଇଁ ଡ୍ରୋନ୍‌ ଦ୍ୱାରା ଖୋଜାଯିବ କୋଇଲା ଓ ଖଣିଜ ଭଣ୍ଡାର

ରାଞ୍ଚି,୫।୨: ଭୂଗର୍ଭରେ ଥିବା କୋଇଲା ଏବଂ ଅନ୍ୟ ଖଣିଜ ଭଣ୍ଡାର ସମ୍ପର୍କରେ ତଥ୍ୟ ଏବେ ଡ୍ରୋନ୍‌ ଦ୍ୱାରା ସଂଗ୍ରହ କରାଯିବ। ଦେଶରେ ପ୍ରଥମ ଥର ପାଇଁ ଝାଡ଼ଖଣ୍ଡର ରାଞ୍ଚିରେ ଡ୍ରୋନ୍‌ ଦ୍ୱାରା ଏପରି କରାଯିବ। ଏହାଦ୍ୱାରା ଭୂଗର୍ଭର ୨୦୦ ମିଟର ମଧ୍ୟରେ ଗଚ୍ଛିତ ଥିବା କୋଇଲା ତଥା ଖଣିଜ ଭଣ୍ଡାର ସମ୍ପର୍କରେ ସହଜରେ ଜଣାପଡ଼ିବ। ଏହାକୁ ୪୦୦ ମିଟର ଉଚ୍ଚରେ ଉଡ଼ାଯାଇ ପାରିବ। ସେଣ୍ଟ୍ରାଲ୍‌ କୋଲ୍‌ ମାଇନ୍ସ୍‌ ଡିଜାଇନ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଏଭଳି ୭ଟି ଡ୍ରୋନ୍‌ କିଣିବା ଲାଗି ଯୋଜନା କରାଯାଇଛି। ପ୍ରତି ଡ୍ରୋନ୍‌ର ଦାମ୍‌ କୋଟିଏ ୮୦ ଲକ୍ଷ ଟଙ୍କା ରହିଛି। ସହଜରେ ସର୍ଭେ ମ୍ୟାପିଂ କରିପାରୁଥିବା ଏହି ଡ୍ରୋନ୍‌ ଜାପାନ, ଆମେରିକା ଏବଂ ଜର୍ମାନୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି। ଚେନ୍ନାଇ ସ୍ଥିତ ସେଣ୍ଟର ଫର୍‌ ଏୟାର ସ୍ପେସ୍‌ ସେଣ୍ଟରରେ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି। ପ୍ରଥମ ପର୍ଯ୍ୟାୟରେ ୨ଟି ଡ୍ରୋନ୍‌ ଚଳିତ ମାସରେ ରାଞ୍ଚି ପହଞ୍ଚିବ। ସେଥିମଧ୍ୟରେ ଗୋଟିଏ ରାଞ୍ଚି ଏବଂ ଅନ୍ୟଟି ବିଳାସପୁରରେ ରହିିବ। ରାଞ୍ଚିରେ ଏହି ଡ୍ରୋନ୍‌କୁ ସିସିଏଲ୍‌ ଏବଂ ବିସିସଏଲ୍‌ ଖଦାନରେ ବ୍ୟବହାର କରାଯିବ। ଏହା ଦ୍ୱାରା ଭୂଗର୍ଭର ୩-ଡି ଫଟୋ ଚିତ୍ର ଉତ୍ତୋଳନ କରାଯାଇ ଖଣିଜ ଭଣ୍ଡାର ସମ୍ପର୍କରେ ଆବଶ୍ୟକ ତଥ୍ୟ ସଂଗ୍ରହ ପ୍ରକ୍ରିୟା ସହଜରେ କମ୍‌ ସମୟ ମଧ୍ୟରେ ହୋଇପାରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ ବର୍ଷର ଶିଶୁ ଗିଳିଦେଇଥିଲେ ୬୫ ଗୁଲି: ଜଣାପଡ଼ିବା ପରେ…

ଲକ୍ଷ୍ନୌ, ୧୮।୧୨: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଜଣେ ଦେଢ଼ ବର୍ଷର ଶିଶୁ ଖେଳିବା ସମୟରେ ଗୋଟିଏ ପରେ ଗୋଟିଏ କରି ୬୫ଟି ଟ୍ୟାବଲେଟ ଚୁମ୍ବକ (ଗୁଲି)...

ମେ’ ୩୦ ପର୍ଯ୍ୟନ୍ତ ନଓ୍ବାବ ମଲିକଙ୍କ ନ୍ୟାୟିକ ହେପାଜତ ବୃଦ୍ଧି

ନୂଆଦିଲ୍ଲୀ,୧୬।୫: ଏନସିପିର ବରିଷ୍ଠ ନେତା ନଓ୍ବାବ ମଲିକଙ୍କ ଅଡୁଆ କମିବାର ନାଁ ନେଉନାହିଁ। ତାଙ୍କର ନ୍ୟାୟିକ ହେପାଜତକୁ ୧୪ ଦିନ ପାଇଁ ବୃଦ୍ଧି କରାଯାଇଛି, ଏବେ...

ବନ୍ୟାଘେରରୁ ଉଦ୍ଧାର ହେଲେ ମାଲାୟାଲମ ଅଭିନେତ୍ରୀ

ଶିମ୍‌ଲା,୨୦।୮: ଦେଶର ବହୁ ରାଜ୍ୟ ଏବେ ବନ୍ୟା ଘେରରେ ରହିଛି। ତେବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଫଶି ରହିଥିବା ମାଲାୟାଲମର ଜଣାଶୁଣା ଅଭିନେତ୍ରୀ ମଞ୍ଜୁ ଓ୍ବାରିୟର,...

ମୋଦିଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୨୩ ।୬: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଗୁରୁବାର ଓଡିଶାର ରାଜଧାନୀ ଭୁବନେଶ୍ୱରରୁ ଯାଇ ଦିଲ୍ଲୀ ପହଞ୍ଚିଛନ୍ତି । ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଚାକିରି ନ ଥିବାରୁ ଯୁବକଙ୍କୁ ମିଳୁନି କନ୍ୟା:ପାଓ୍ବାର

ମୁମ୍ବାଇ,୫।୧: ବେରୋଜଗାରକୁ ନେଇ ଏନସିପି ମୁଖ୍ୟ ଶରଦ ପାୱାର କେନ୍ଦ୍ର ଏବଂ ମହାରାଷ୍ଟ୍ରର ଭାଜପା ସରକାରଙ୍କ ଉପରେ ବର୍ଷିଛନ୍ତି। ପୁଣେରେ ‘ଜନ ଜାଗରଣ ଯାତ୍ରା’ରେ ସେ...

ମିଳିଲେ ଅବ୍ୱାସ ଭାଇ, ଯାହାଙ୍କୁ ମନେପକାଉଥିଲେ ମୋଦି

ନୂଆଦିଲ୍ଲୀ,୧୯ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍ଗ ବ୍ଲଗରେ ଯେଉଁ ଅବ୍ୱାସ ଭାଇଙ୍କ କଥା ଉଲ୍ଲେଖ କରିଥିଲେ ଶେଷରେ ତାଙ୍କ ଠିକଣା ମିଳିଛି ।...

ଅଗଷ୍ଟ ୫ରୁ ୧୫ ଦେଶର ସମସ୍ତ ଐତିହ୍ୟ ସ୍ମାରକୀରେ ମାଗଣା ପ୍ରବେଶ

ନୂଆଦିଲ୍ଲୀ,୩।୮: ଦେଶର ଐତିହ୍ୟ ସ୍ମାରକୀଗୁଡିକରେ ଆସନ୍ତା ୧୦ ଦିନ ପାଇଁ ପ୍ରବେଶ ଶୁଳ୍କ ଆଦାୟ କରାଯିବ ନାହିଁ। ବୁଧବାର ଭାରତ ସରକାରଙ୍କ ଏହି ନିର୍ଦ୍ଦେଶନାମା ଜାରି...

୩୦ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୧୦।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁୁଛି। ଦୈନିକ...

Advertisement
Archives

Model This Week