ଦେଶରେ ପ୍ରଥମ ଖବରଦାତା କରୋନାରେ ହେଲେ ସଂକ୍ରମିତ

ଭୋପାଳ,୨୫।୩: ମଧ୍ୟପ୍ରଦେଶ ଭୋପାଳରେ ବୁଧବାର କରୋନା ଭାଇରସ୍‌ ସଂକ୍ରମଣର ଦ୍ୱିତୀୟ ମାମଲା ସାମ୍ନାକୁ ଆସିଛି। ଉକ୍ତ ସଂକ୍ରମିତ ରୋଗୀ ହେଉଛନ୍ତି ଜଣେ ଖବରଦାତା। ତେବେ ଭାରତରେ କରୋନା ଭାଇରସ୍‌ରେ ଜଣେ ଖବରଦାତା ସଂକ୍ରମିତ ହୋଇଥିବା ଘଟଣା ହେଉଛି ପ୍ରଥମ। ଯେଉଁ ଖବରଦାତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି ତାଙ୍କର ଯାଞ୍ଚ ଝିଅର ରିପୋର୍ଟ ପଜିଟିଭ୍‌ ଆସିବା ପରେ କରାଯାଇଥିଲା। ବୁଧବାର ଉକ୍ତ ପୀଡ଼ିତଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମାର୍ଚ୍ଚ ୨୦ରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ନିଜ ପଦରୁ ଇସ୍ତଫା ଦେବା ପାଇଁ ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏଥିରେ କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ଓ କଂଗ୍ରେସର ବହୁ ବିଧାୟକଙ୍କ ସମେତ ୨୦୦ ଖବରଦାତା ସାମିଲ ହୋଇଥିଲେ। ଉକ୍ତ ସମ୍ମିଳନୀରୁ ଆସିବା ପରେ ଜଣେ ଖବରଦାତାଙ୍କ ଯାଞ୍ଚ ରିପୋର୍ଟରେ କରୋନା ପଜିଟିଭ୍‌ ମିଳିଥିଲା। ଏହି ଖବର ଜଣାପଡ଼ିବା ପରେ ସେଦିନ ସେଠାରେ ଉପସ୍ଥିତ ଥିବା ସମସ୍ତ ଖବରଦାତାଙ୍କୁ ସୁରକ୍ଷା ଦୃଷ୍ଟିରୁ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ ଏହି ଖବର ପ୍ରଘଟ ହେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ନିଜକୁ ଆଇସୋଲେଶନ୍‌ରେ ରଖିଥିବା ସୂଚନା ମିଳିଛି। ସୂଚନା ମୁତାବକ ମଧ୍ୟପ୍ରଦେଶରେ ଏପର୍ଯ୍ୟନ୍ତ କରୋନାରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ କଲେଜରେ ୩ କର୍ମଚାରୀଙ୍କୁ କରୋନା: ବନ୍ଦ ହେଲା କ୍ୟାମ୍ପସ

ପୁରୁଷୋତ୍ତମପୁର,୭।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ୩ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ କଲେଜ ଅଧ୍ୟକ୍ଷ ସୀମାଞ୍ଚଳ ପଟ୍ଟନାୟକ ଆଞ୍ଚଳିକ ଶିକ୍ଷା...

ପୁଣିଥରେ ଏମ୍ସରେ ଭର୍ତ୍ତି ହେଲେ ଅମିତ ଶାହା

ନୂଆଦିଲ୍ଲୀ,୧୩ ।୯: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୁଣିଥରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଭର୍ତ୍ତି ହୋଇଛନ୍ତି । ହଠାତ୍ ଅସୁସ୍ଥତା ଅନୁଭବ କରିବାକୁ...

ପବଜି ଗେମ୍‌ ଖେଳିବାକୁ ମନା କରିବାରୁ ମା’ଙ୍କୁ ହତ୍ୟା କଲେ ନାବାଳକ

ଲକ୍ଷ୍ନୌ,୮।୬: ଆଜିକାଲି ମୋବାଇଲ୍‌ରେ ଗେମ୍‌ ଖେଳିବା ପିଲାମାନଙ୍କ ଯେମିତି ନିଶା ପାଲଟିଛି। ଗେମ୍‌ ଖେଳିବା ପାଇଁ ସେମାନେ ଖାଇବା ପିଇବା ଭୁଲି ଯାଉଛନ୍ତି। ଲକ୍ଷ୍ନୌରେ ଏହି...

ମଧୁମେହ ରୋଗୀଙ୍କ ସହ ଏହି ସବୁ ଲୋକଙ୍କୁ କରୋନା ହେବାର ରହିଛି ଅଧିକ ଆଶଙ୍କା: ଜାଣନ୍ତୁ କିପରି ହେବେ ଯତ୍ନବାନ

ବ୍ରହ୍ମପୁର ଅଫିସବ,୧୨।୭: କରୋନା ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। କରୋନା ମୁକାବିଲା ପାଇଁ ସରକାର ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି।...

ପେଗାସସ ମାମଲା: ପ୍ରଥମ ରାଜ୍ୟ ଭାବେ ଘଟଣାର ଯାଞ୍ଚ କରିବେ ମମତା ସରକାର

କୋଲକାତା,୨୬ ।୭: ପେଗାସସ ସ୍ପାୟୱେର ମାମଲା ଏବେ ସବୁଠି ଚର୍ଚ୍ଚାରେ । ଏହାକୁ ନେଇ କେନ୍ଦ୍ର ସରକାର ଚୁପ ଥିବା ଦର୍ଶାଇ ଏବେ ପଶ୍ଚିମବଙ୍ଗ ସରକାର...

ବଙ୍ଗଳା ଛାଡ଼ୁନାହାନ୍ତି ଅରୁଣ ମିଶ୍ର

ନୂଆଦିଲ୍ଲୀ, ୨୮ା୪: ଅବସରର ପ୍ରାୟ ୭ ମାସ ପରେ ବି ସରକାରୀ ବଙ୍ଗଳା ଛାଡ଼ିନାହାନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ର। ନୂଆଦିଲ୍ଲୀର ଆକବର...

ଇସ୍ତଫା ଦେବାର ସଙ୍କେତ ଦେଲେ ୟେଦୁରପ୍ପା

ବେଙ୍ଗାଲୁରୁ.୨୨ ।୭: କିଛି ଦିନ ହେବ କର୍ନାଟକ ସରକାର ରହିଛନ୍ତି ଚର୍ଚ୍ଚାରେ । ଶାସକ ଦଳରେ କିଛିଟା ପରିବର୍ତ୍ତନ ହୋଇପାରେ ବୋଲି ଆଶଙ୍କା ବି କରାଯାଇଛି...

ସମାଜ କାମରେ ଆସୁ ନ ଥିବା ପାଠପଢ଼ା ନୁହେଁ ପ୍ରକୃତ ଶିକ୍ଷା: ଉପରାଷ୍ଟ୍ରପତି

ଚଣ୍ଡିଗଡ଼,୨୯।୪: ସମାଜ କାମରେ ଆସୁ ନ ଥିବା ପାଠପଢ଼ା ପ୍ରକୃତ ଶିକ୍ଷା ନୁହେଁ ବୋଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି। ପଞ୍ଜାବ ବିଶ୍ୱବିଦ୍ୟାଳୟର ଏକ ଦିକ୍ଷାନ୍ତ...

Advertisement
Archives

Model This Week