ଦେଶରେ ଗୋଟିଏ ଦିନରେ ସର୍ବାଧିକ ୧୪ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,୨୦।୬: କରୋନା ସଂକ୍ରମଣ ଏବେ ସରକାର ତଥା ସାଧାରଣ ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟି ଗଲାଣି। ଦେଶରେ ହୁ ହୁ ହୋଇ ବଢି ଚାଲିଥିବା ଏହି ମହାମାରୀ କେବେ କମିବ ତାକୁ ସମସ୍ତଙ୍କର ଅପେକ୍ଷା। ଏପଟେ ଦେଶରେ ଗୋଟିଏ ଦିନରେ ସର୍ବାଧିକ ୧୪,୫୧୬ ପଜିଟିଭ ଚିହ୍ନଟ ହେବା ସହ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୯୫,୦୪୮ରେ ପହଞ୍ଚିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ଏବେ ଦେଶରେ ୧,୬୮,୨୬୯ କରୋନା ସଂକ୍ରମିତଙ୍କ ଚିକିତ୍ସା ଚାଲିଥିବା ବେଳେ ୨,୧୩,୮୩୧ ଜଣ ସୁସ୍ଥ ହେଲେଣି ଓ ୧୨,୯୪୮ ଜଣ କରୋନା ସଂକ୍ରମଣରେ ପ୍ରାଣ ହରାଇଲେଣି। ମହାରାଷ୍ଟ୍ରର ସ୍ଥିତି ସବୁଠାରୁ ଖରାପ ଥିବା ବେଳେ ସେଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧,୨୪,୩୩୧। ଏମାନଙ୍କ ମଧ୍ୟରୁ ୫୫,୬୬୫ ଜଣଙ୍କ ଚିକିତ୍ସା ଚାଲୁଥିବା ବେଳେ ୬୨,୭୭୩ ଜଣ ରୋଗୀ ସୁସ୍ଥ ହୋଇ ସାରିଲେଣି ଓ ସେଠାରେ କରୋନା ମୃତ୍ୟୁସଂଖ୍ୟା ୫,୮୯୩ ଛୁଇଁ ସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗୋ ନାଗରିକଙ୍କ ହାଜତ ମୃତ୍ୟୁ

ବେଙ୍ଗାଲୁରୁ,୪ା୮: କେନ୍ଦ୍ରୀୟ ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋର ଜଣେ ନାଗରିକଙ୍କ ବେଙ୍ଗାଲୁରୁ ପୋଲିସ ହାଜତରେ ମୃତ୍ୟୁ ଘଟିଛି। ଏହାକୁ ନେଇ ମଙ୍ଗଳବାର ବିକ୍ଷୋଭ ଚାଲିଥିବାବେଳେ ପୋଲିସ ଲାଠିଚାର୍ଜ...

ଅର୍ଥାଭାବ ଯୋଗୁ ଲିଭ୍‌ଇନ୍‌ରେ ୫୦ ବର୍ଷ ରହିବା ପରେ ବିବାହ କଲେ ବୃଦ୍ଧାବୃଦ୍ଧ

ଉଦୟପୁର, ୨୮।୫: ଅର୍ଥାଭାବ ଯୋଗୁ ଦୀର୍ଘ ୫୦ ବର୍ଷ ଲିଭ୍‌ଇନ୍‌ରେ ରହିବା ପରେ ବୃଦ୍ଧାବୃଦ୍ଧ ବୋହୂପୁଅ ଏବଂ ନାତୁଣୀନାତିଙ୍କ ଉପସ୍ଥିିତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।...

ଟିକା ନେବାକୁ କାହାକୁ ବାଧ୍ୟ କରିପାରିବେନି ସରକାର, ଏସ୍‌ସିଙ୍କ ରାୟ…

ନୂଆଦିଲ୍ଲୀ, ୨।୫ : କରୋନା ଟିକା ନେବାକୁ ସରକାର କାହାକୁ ବାଧ୍ୟ କରିପାରିବେନି। ଏନେଇ ସୁପ୍ରିମ୍‌କୋର୍ଟ(ଏସ୍‌ସି) ରାୟ ଦେଇଛନ୍ତି। ଶୀର୍ଷକୋର୍ଟ କହିଛନ୍ତି ସରକାର ନୀତି ପ୍ରସ୍ତୁତ...

ଲୋପ ପାଇବାକୁ ବସିଛି ଭାରତର ୧୯୭ ଭାଷା

ନୂଆଦିଲ୍ଲୀ,୧୦।୮: ଭାରତର ୧୯୭ ଭାଷା ଲୋପ ପାଇବାକୁ ବସିଛି। ସେଥିମଧ୍ୟରୁ ୧୦ଟି ବିଭିନ୍ନ ଭାଷା ସମ୍ପର୍କରେ ମାତ୍ର ଶହେ ଜଣେ ସୂଚନା ପ୍ରଦାନକାରୀ ରହିଛନ୍ତି। ଏସବୁ...

କଂଗ୍ରେସକୁ ସୁପ୍ରିମ୍‌କୋର୍ଟରେ ଝଟ୍‌କା: ଗୁଜରାଟ ରାଜ୍ୟ ସଭା ଉପନିର୍ବାଚନ ଏକାଠି କରାଇବା ଆବେଦନ ଖାରଜ

ନୂଆଦିଲ୍ଲୀ,୨୫।୬: ସୁପ୍ରିମ୍‌କୋର୍ଟଙ୍କ ରାୟ ଯୋଗୁ କଂଗ୍ରେସକୁ ଝଟ୍‌କା ଲାଗିଛି। ଗୁଜରାଟର ୨ଟି ରାଜ୍ୟ ସଭା ଆସନ ପାଇଁ ଉପନିର୍ବାଚନ ଏକାଠି କରାଇବା ଲାଗି କଂଗ୍ରେସ ପକ୍ଷରୁ...

ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରି ମହାରାଷ୍ଟ୍ରରେ କର୍ନାଟକ ରାଜନୀତିର ପୁନରାବୃତ୍ତି କରୁଛି ଭାଜପା: ପ୍ରିୟଙ୍କା

ମୁମ୍ବାଇ,୨୫।୧୧: ଦେଶର ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରି ମହାରାଷ୍ଟ୍ରରେ ଭାଜପା କର୍ନାଟକ ରାଜନୀତିର ପୁନରାବୃତ୍ତି କରୁଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅଭିଯୋଗ କରିଛନ୍ତି।...

CORONAVIRUS UPDATE: ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ହେଲା ୧୭୬

ଭୁବନେଶ୍ୱର,୫।୫:(ବ୍ୟୁରୋ)- ମଙ୍ଗଳବାର ରାତିରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬ରେ ପହଞ୍ଚିଛି। ପଜିଟିଭ୍ ଚିହ୍ନଟ...

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ମାଓବାଦୀ ନିହତ: କୁଖ୍ୟାତ ମାଓବାଦୀ ଉପରେ ଥିଲା ୧୦ଲକ୍ଷ ଟଙ୍କା ପୁରସ୍କାର

ଗୟା,୨୨।୧୧: ବିହାର ଗୟା ଜିଲାର ବାରାଚଟି ଅନ୍ତର୍ଗତ ଏକ ଜଙ୍ଗଲରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟର ୩ ମାଓବାଦୀ ନିହତ ହୋଇଛନ୍ତି।...

Advertisement
Archives

Model This Week