Posted inଜାତୀୟ

ଦେବେଗୌଡ଼ା, ଖାର୍ଗେ ରାଜ୍ୟ ସଭାକୁ ନିର୍ବାଚିତ

ବେଙ୍ଗାଲୁରୁ,୧୩ା୬(ଆଇଏଏନ୍‌ଏସ୍‌): ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ସୁପ୍ରିମୋ ଏଚ୍‌.ଡି. ଦେବେଗୌଡ଼ା ଏବଂ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି। ସେହିପରି ଶାସକ ଭାଜପାର ଦୁଇଜଣ ତୃଣମୂଳ ସ୍ତରର ନେତା ଅଶୋକ ଗସ୍ତି ଏବଂ ଇରାନ୍ନା କଡାଡି ମଧ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଶୁକ୍ରବାର ଘୋଷଣା କରାଯାଇଛି। ଜୁନ୍‌ ୨୫ରେ ଜେଡିଏସ୍‌ର କୁପନ୍ଦ୍ରେ ରେଡ୍ଡୀ, କଂଗ୍ରେସର ବି.କେ. ହରିପ୍ରସାଦ, ରାଜୀବ ଗୌଡ଼ା ଏବଂ ଭାଜପାର ପ୍ରଭାକର କୋରେଙ୍କ କାର୍ଯ୍ୟକାଳ ପୂରଣ ହେଉଥିବାରୁ ରାଜ୍ୟ ସଭାରେ ସେମାନଙ୍କ ସ୍ଥାନରେ ଉପରୋକ୍ତ ନେତା ପ୍ରତିନିଧିତ୍ୱ କରିବେ। ୧୯ ତାରିଖରେ ରାଜ୍ୟ ସଭା ନିର୍ବାଚନ ଥିବାବେଳେ ଶୁକ୍ରବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା। ସମୟସୀମା ଶେଷ ହେବା ପରେ ଅନ୍ୟ କେହି ପ୍ରତିଦ୍ୱନ୍ଦ୍ୱୀ ନ ଥିବାରୁ ଦେବେଗୌଡା, ଖାର୍ଗେ, ଗସ୍ତି ଓ କଡାଡ଼ି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବୋଲି ରିଟର୍ନିଂ ଅଫିସର ଏମ୍‌.କେ. ବିଶାଳାକ୍ଷୀ ଘୋଷଣା କରିଥିଲେ। ଜେଡିଏସ୍‌ର ୩୪ ବିଧାୟକ ଥିବାବେଳେ କଂଗ୍ରେସ ସମର୍ଥନରେ ଦେବେଗୌଡ଼ା ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀର ପ୍ରଦୂଷଣ ପାଇଁ ବାତିଲ ହେଲା ଫିଲ୍ମ ଦୋସ୍ତାନା-୨ର ଶୁଟିଂ

ନୂଆଦିଲ୍ଲୀ,୧୧।୧୧: ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ପାଇଁ ସାଧାରଣ ଜନତାଙ୍କ ସହ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ଏଥିପାଇଁ ଦିଲ୍ଲୀରେ ହେବାକୁ ଥିବା ବଲିଉଡ୍‌...

ଅବିବାହିତା ମହିଳାଙ୍କୁ ମିଳୁ ସରୋଗେସି ଅଧିକାର: କେନ୍ଦ୍ରକୁ ନୋଟିସ ଜାରି କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୩।୧ : ଅବିବାହିତ ମହିଳାମାନେ ମଧ୍ୟ ସରୋଗେସିର ଅଧିକାର ପାଇବା ଉଚିତ କି? ସୁପ୍ରିମକୋର୍ଟ ଏହି ମାମଲାର ପରୀକ୍ଷଣ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହାର ଉତ୍ତର...

ରାଷ୍ଟ୍ରପତି ନିର୍ବାଚନ, ମତଦାନ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୮।୭ : ଦେଶର ୧୫ ତମ ରାଷ୍ଟ୍ରପତି ଚୟନ ପାଇଁ ମତଦାନ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିଛନ୍ତି। ଏହି ଭୋଟିଂ...

ରାମମନ୍ଦିର ନିର୍ମାଣ ପାଇଁ ଦାନ କଲେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଆୟକର ଛାଡ: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ,୯।୫: ରାମମନ୍ଦିର ନିର୍ମାଣ ପାଇଁ ଦାନ କରୁଥିବା ବ୍ୟକ୍ତିଙ୍କ ଆୟକର ଛାଡ କରାଯିବା ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆୟକର ଅଧିନିୟମ ଧାରା ୮୦-ଜିର...

ଅଷ୍ଟ୍ରେଲିଆ ଯାଇପାରିବେ କୋଭାକ୍ସିନ ନେଇଥିବା ଭାରତୀୟ

ନୂଆଦିଲ୍ଲୀ,୧।୧୧: ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ ଟିକାକୁ ଅଷ୍ଟ୍ରେଲିଆ ସ୍ବୀକୃତି ପ୍ରଦାନ କରିଛି। ଏହି ଟିକା ନେଇଥିବା ଲୋକେ ଅଷ୍ଟ୍ରେଲିଆ ଯାଇପାରିବେ। ଅଷ୍ଟ୍ରେଲିଆରେ ପଞ୍ଜୀକୃତ ହୋଇ...

ଦେଶକୁ ମିଳିବ ଆଉ ଏକ ଭ୍ୟାକ୍ସିନ, ଡିସିଜିଆଇ ରୁଷିଆର ସ୍ପୁଟନିକ ଲାଇଟକୁ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ,୫ ।୨: ଦେଶରେ ଏବେ କରୋନାର ସ୍ଥିତି ଚିନ୍ତାଜନକ ରହିଛି । ଏପଟେ ଏହାଠାରୁ ଦୂରେଇ ରହିବାର ଗୋଟିଏ ଉପାୟ ହେଉଛି ଟିକାକରଣ । ଦୁଇଟି...

ଅନ୍ନଦାତାଙ୍କୁ ଟ୍ୟାକ୍ସି ମହାସଂଘର ସମର୍ଥନ: ଡିସେମ୍ବର ୩ରେ ‘ଦିଲ୍ଲୀ ଚଲୋ’ ଡ଼ାକରା

ନୂଆଦିଲ୍ଲୀ,୧।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଦେଶବ୍ୟାପୀ ଅନ୍ନଦାତାମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ଆନ୍ଦୋଳନକୁ ସର୍ବଭାରତୀୟ ଟ୍ୟାକ୍ସି ମହାସଂଘ ପକ୍ଷରୁ ସମର୍ଥନ କରାଯାଇଛି।...

ଭାରତରେ ୨ ବିଲିୟନ ଡଲାର ନିବେଶ କରିବ ୟୁଏଇ

ନୂଆଦିଲ୍ଲୀ, ୧୪ା୭: ମିଳିତ ନିବେଶ, କାରବାର ସମେତ ଦକ୍ଷିଣ ଏସିଆ ଓ ମଧ୍ୟପ୍ରାଚ୍ୟରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଭାରତ, ଇସ୍ରାଏଲ, ଆମେରିକା ଏବଂ...

Advertisement
Archives

Model This Week