ଦେବଗଡ଼ରେ ଭାରତ ବନ୍ଦର ପ୍ରଭାବ

ଦେବଗଡ଼,୮।୧(ଡି.ଏନ୍‌.ଏ.): ଦରବୃଦ୍ଧି, ଆର୍ଥିକ ମାନ୍ଦାବସ୍ଥା,ପ୍ରସ୍ତାବିତ ଶ୍ରମ ଆଇନ, ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନ ତଥା ବିଭିନ୍ନ ଫେଡେରେଶନ ପକ୍ଷରୁ ୧୨ ଦଫା ଦାବି ପୂରଣ ନେଇ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ଦେବଗଡ଼ ଜିଲାରେ ମଧ୍ୟ ଦେଖିବାକୁ ମିଳିଛି ା ବୁଧବାର ସିଆଇଟିୟୁ ଓ ପଶ୍ଚିମ ଓଡ଼ିଶା ବିଦ୍ୟୁତ୍‌ କର୍ମଚାରୀ ସଂଘ ସମେତ ବିଭିନ୍ନ ଟ୍ରେଡ୍‌ ୟୁନିଅନ ପକ୍ଷରୁ ପିକେଟିଂ କରାଯାଇ ଦେବଗଡ଼ ସହରର ସମସ୍ତ ଦୋକାନ ବଜାର ବନ୍ଦ କରଯାଇଥିଲା ା ସେହିପରି ପୂର୍ବାହ୍ନରେ ପିକେଟିଂ କରାଯାଇ ଦେବଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀ ଓ ସ୍କୁଲ କଲେଜ ଆଦି ବନ୍ଦ କରାଯାଇଥିଲା ା ଏଥିସହ ସମସ୍ତ ବ୍ୟାଙ୍କ୍‌ ଓ ପୋଷ୍ଟ ଅଫିସ ମଧ୍ୟ ବନ୍ଦ ରହିଥିବା ଜଣାପଡ଼ିଛି। ସେହିପରି ସ୍ଥାନୀୟ ପୁରୁଣା ପୋଷ୍ଟ ଅଫିସ ଛକ ଦେଇଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଆନ୍ଦୋଳନକାରୀମାନେ ବସିରହି ଯାନବାହନ ଅଟକାଇବା ଫଳରେ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି। ଏହି ବନ୍ଦ ପାଳନକୁ ଦେବଗଡ଼ ଜିଲା କଂଗ୍ରେସ କମିଟି ମଧ୍ୟ ପୂର୍ଣ୍ଣ ସମର୍ଥନ କରି ବନ୍ଦ ପାଳନରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଥିଲା ା ସିଟୁର ସମ୍ପାଦକ ଭଞ୍ଜକିଶୋର ନାୟକ,ପଶ୍ଚିମ ଓଡ଼ିଶା ବିଦ୍ୟୁତ କର୍ମଚାରୀ ସଂଘର ଡିଭିଜନାଲ ସମ୍ପାଦକ ପ୍ରଦ୍ୟୁମ୍ନ ସାମଲ, ବସନ୍ତ ପ୍ରଧାନ, ସୁରେଶ ଦେହୁରୀ, ଚନ୍ଦ୍ରଭାନୁ ଦେହୁରୀ, ଦେବ ପ୍ରସାଦ ପାଲ,ସୁମନ୍ତ ମାଝି, ରାଜେଶ ନାୟକ,ଦିଗାମ୍ବର ନାୟକ ଓ ମନୋଜ ନାୟକ, ଜିଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ, ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକ ଓ ଜିଲା ଯୁବ କଂଗ୍ରେସ ସଭାପତି ସିଦ୍ଧେଶ୍ୱର ଗୁରୁ, ସୁବାସ ଚନ୍ଦ୍ର ଭୋଇ, ଅନୁଜ କୁମାର ପ୍ରଧାନ,ପ୍ରମୋଦ କୁମାର ମିଶ୍ର, ପ୍ରକାଶ ଦେବତା, ବିକାଶ ଖଡ଼ିରତ୍ନ ଓ ପଞ୍ଚୁ ବରାଇ ପ୍ରମୁଖ ଏହି ବନ୍ଦ ପାଳନର ନେତୃତ୍ୱ ନେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

୧୬ ଅଗଷ୍ଟ ସୁଦ୍ଧା ସାରିଦିଅନ୍ତୁ ଏହି କାମ, ନଚେତ୍ ମିଳିନପାରେ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ,୪।୮: ଏଲପିଜି ଗ୍ରାହକମାନେ ଅଗଷ୍ଟ ୧୫ ପୂର୍ବରୁ ସେମାନଙ୍କର ଇ-କେୱାଇସି କରିବା ବାଧ୍ୟତାମୂଳକ ରହିଛି । ସମୟ ମଧ୍ୟରେ ଇ-କେୱାଇସି ପୂରଣ ନକଲେ ଅଧିକ ମୂଲ୍ୟରେ ସିଲିଣ୍ଡର…

କି ଦଣ୍ଡ ମିଳିବ ଉଦୟନିଧି ଷ୍ଟାଲିନଙ୍କୁ ,ସେ ତ୍ରିଶାଙ୍କ ବିଷୟରେ କ’ଣ କହିଥିଲେ? ଥାଲାପତି ବିଜୟଙ୍କ ସହ ଅଭିନେତ୍ରୀଙ୍କ ସମ୍ପର୍କ କ’ଣ? ଜାଣନ୍ତୁ ….

ଚେନ୍ନାଇ,୪।୮: ତ୍ରିଶା କୃଷ୍ଣନଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେଇ ଉପ ମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗୁରୁତର ସମସ୍ୟାରେ ପଡ଼ିଛନ୍ତି। ଜଣେ ଘନିଷ୍ଠ ବନ୍ଧୁଙ୍କ ବିଷୟରେ ଏହି ମନ୍ତବ୍ୟ…

ଗିରଫ ହେବା ପରେ ଉଦୟନିଧି ଷ୍ଟାଲିନଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ-ମୁଁ କ’ଣ…

ନୂଆଦିଲ୍ଲୀ,୪।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ଅଡ଼ୁଆ ବଢ଼ିଛି। ଅଭିନେତ୍ରୀ ତ୍ରିଶାଙ୍କୁ ନେଇ କରିଥିବା ମନ୍ତବ୍ୟ ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ତ୍ରିଶାଙ୍କୁ ନେଇ କଥିତ ଦ୍ୱିଅର୍ଥବୋଧକ…

ବିଦେଶରେ ଥାଇ ଏମିତି କାମ କଲେ ପ୍ରିୟଙ୍କା ଚୋପ୍ରା: ସମସ୍ତେ କହୁଛନ୍ତି ବାଃ ବାଃ

ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ସବୁଠି ରାଜ କରୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଚର୍ଚ୍ଚାରେ। ବଲିଉଡରେ ସଫଳତା ହାସଲ କରିବା ପରେ ସେ ଅନେକ ବର୍ଷ ଧରି…

ଭାଜପାର ପରାଜୟ ପରେ ମୋଦିଙ୍କ ସହ ବଡ଼ ଆଲୋଚନା କଲେ ନୀତିନ ନବୀନ? ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ,୪।୮: ସଂସଦ ଅଧିବେଶନ ମଧ୍ୟରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ‘ମଙ୍ଗଳ ମିଳନ’ ସମାବେଶରୁ ଏକ ଆକର୍ଷଣୀୟ ଫଟୋ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପା…

ଉପନିର୍ବାଚନରେ ପରାଜୟ ପରେ ଭାଜପା ମହଲରେ ହଲଚଲ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

ନୂଆଦିଲ୍ଲୀ,୪।୮: ବିହାରର ପାଟନା ସ୍ଥିତ ବାଙ୍କିପୁର ବିଧାନସଭା ଆସନର ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ପରାଜୟ ପରେ ଜନତା ଦଳ (ୟୁନାଇଟେଡ)ର ନେତା ଏବଂ ରାଜ୍ୟ…

‘ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି’: ଉପନିର୍ବାଚନ ଫଳାଫଳକୁ ନେଇ ତେର୍ଚ୍ଛାବାଣ ମାରିଲେ ଧର୍ମେନ୍ଦ୍ର, କହିଲେ…

ନୂଆଦିଲ୍ଲୀ,୪।୮: ବାଙ୍କିପୁର ଉପନିର୍ବାଚନର ଫଳାଫଳକୁ ନେଇ ସମାଜବାଦୀ ପାର୍ଟିର ସାଂସଦ ଧର୍ମେନ୍ଦ୍ର ଯାଦବ ଭାରତୀୟ ଜନତା ପାର୍ଟି (ଭାଜପା) ଉପରେ କଡ଼ା ଆକ୍ରମଣ କରିଛନ୍ତି। ଦିଲ୍ଲୀରେ ଲୋକ…

ଚିଚର୍ଲା ଉଦ୍ୟାନ ବିଭାଗରେ ନାହିଁ ପାଣି ସୁବିଧା: ଶ୍ରୀହୀନ ପଡ଼ିଛି ନର୍ସରି

କେସିଙ୍ଗା,୪।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବୋରିଆ ପଞ୍ଚାୟତ ଚିଚର୍ଲା ଗାଁ ନିକଟରେ ଥିବା ଜାତୀୟ ରାଜପଥ ୨୬ ନିକଟରେ ଥିବା ଉଦ୍ୟାନ ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri