ଦେବଗଡ଼ରେ ଭାରତ ବନ୍ଦର ପ୍ରଭାବ

ଦେବଗଡ଼,୮।୧(ଡି.ଏନ୍‌.ଏ.): ଦରବୃଦ୍ଧି, ଆର୍ଥିକ ମାନ୍ଦାବସ୍ଥା,ପ୍ରସ୍ତାବିତ ଶ୍ରମ ଆଇନ, ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନ ତଥା ବିଭିନ୍ନ ଫେଡେରେଶନ ପକ୍ଷରୁ ୧୨ ଦଫା ଦାବି ପୂରଣ ନେଇ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ଦେବଗଡ଼ ଜିଲାରେ ମଧ୍ୟ ଦେଖିବାକୁ ମିଳିଛି ା ବୁଧବାର ସିଆଇଟିୟୁ ଓ ପଶ୍ଚିମ ଓଡ଼ିଶା ବିଦ୍ୟୁତ୍‌ କର୍ମଚାରୀ ସଂଘ ସମେତ ବିଭିନ୍ନ ଟ୍ରେଡ୍‌ ୟୁନିଅନ ପକ୍ଷରୁ ପିକେଟିଂ କରାଯାଇ ଦେବଗଡ଼ ସହରର ସମସ୍ତ ଦୋକାନ ବଜାର ବନ୍ଦ କରଯାଇଥିଲା ା ସେହିପରି ପୂର୍ବାହ୍ନରେ ପିକେଟିଂ କରାଯାଇ ଦେବଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀ ଓ ସ୍କୁଲ କଲେଜ ଆଦି ବନ୍ଦ କରାଯାଇଥିଲା ା ଏଥିସହ ସମସ୍ତ ବ୍ୟାଙ୍କ୍‌ ଓ ପୋଷ୍ଟ ଅଫିସ ମଧ୍ୟ ବନ୍ଦ ରହିଥିବା ଜଣାପଡ଼ିଛି। ସେହିପରି ସ୍ଥାନୀୟ ପୁରୁଣା ପୋଷ୍ଟ ଅଫିସ ଛକ ଦେଇଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଆନ୍ଦୋଳନକାରୀମାନେ ବସିରହି ଯାନବାହନ ଅଟକାଇବା ଫଳରେ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି। ଏହି ବନ୍ଦ ପାଳନକୁ ଦେବଗଡ଼ ଜିଲା କଂଗ୍ରେସ କମିଟି ମଧ୍ୟ ପୂର୍ଣ୍ଣ ସମର୍ଥନ କରି ବନ୍ଦ ପାଳନରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଥିଲା ା ସିଟୁର ସମ୍ପାଦକ ଭଞ୍ଜକିଶୋର ନାୟକ,ପଶ୍ଚିମ ଓଡ଼ିଶା ବିଦ୍ୟୁତ କର୍ମଚାରୀ ସଂଘର ଡିଭିଜନାଲ ସମ୍ପାଦକ ପ୍ରଦ୍ୟୁମ୍ନ ସାମଲ, ବସନ୍ତ ପ୍ରଧାନ, ସୁରେଶ ଦେହୁରୀ, ଚନ୍ଦ୍ରଭାନୁ ଦେହୁରୀ, ଦେବ ପ୍ରସାଦ ପାଲ,ସୁମନ୍ତ ମାଝି, ରାଜେଶ ନାୟକ,ଦିଗାମ୍ବର ନାୟକ ଓ ମନୋଜ ନାୟକ, ଜିଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ, ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକ ଓ ଜିଲା ଯୁବ କଂଗ୍ରେସ ସଭାପତି ସିଦ୍ଧେଶ୍ୱର ଗୁରୁ, ସୁବାସ ଚନ୍ଦ୍ର ଭୋଇ, ଅନୁଜ କୁମାର ପ୍ରଧାନ,ପ୍ରମୋଦ କୁମାର ମିଶ୍ର, ପ୍ରକାଶ ଦେବତା, ବିକାଶ ଖଡ଼ିରତ୍ନ ଓ ପଞ୍ଚୁ ବରାଇ ପ୍ରମୁଖ ଏହି ବନ୍ଦ ପାଳନର ନେତୃତ୍ୱ ନେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ଼ ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

ଭଦ୍ରକ ଅଫିସ, ୧ା୫- ଶୁକ୍ରବାର ସନ୍ଧ୍ୟାରେ ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ପଶୁ ସମ୍ପଦ ନିର୍ଦ୍ଦେଶକ ରତ୍ନାକର ରାଉତ ଭଦ୍ରକ...

ଶାସଙ୍ଗ ଶ୍ରୀଜଗନ୍ନାଥ ମନ୍ଦିରରେ ପଟିଦିଅଁ ସେବା

ବାଲେଶ୍ୱର ଅଫିସ, ୨୪।୬-ବାଲେଶ୍ୱର ସଦର ବ୍ଲକ ଶାସଙ୍ଗ ଗ୍ରାମରେ ଶ୍ରୀଜଗନ୍ନାଥ ମନ୍ଦିରରେ ଶନିବାର ସନ୍ଧ୍ୟାରେ ପଟିଦିଅଁମାନଙ୍କୁ ଏକ ଶୋଭାଯାତ୍ରାରେ ଆଣି ମନ୍ଦିରରେ ପହଞ୍ଚାଇବା ପରେ ଠାକୁରମାନଙ୍କଠାରେ...

ଜୋର୍‌ଧରିଲା ଚଢ଼ାଉ, ଜରିମାନା

ଅନୁଗୋଳ ଅଫିସ, ୨୮।୯:  ଅନୁଗୋଳ ଜିଲାରେ କରୋନା ସଂକ୍ରମଣ ଏବେ ଉପରମୁହଁା ରହିଛି। ବିଶେଷକରି ଅନୁଗୋଳ ସହରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି...

କରୋନା ଜନିତ ମୃତ୍ୟୁରେ ଲାଗୁନି ବ୍ରେକ୍‌: ପୁଣି ୩ ଜଣଙ୍କ ନେଲା ଜୀବନ

ଛତ୍ରପୁର,୨୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁରେ ଲାଗୁନି ବ୍ରେକ । ପୁଣି ଜିଲାରେ ଆଉ ୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ...

ସ୍ନାୟୁ ରୋଗରେ ଆକ୍ରାନ୍ତ ଶିଶୁ: ଚିକିତ୍ସାରେ ଅର୍ଥ ବାଧକ

ଜହ୍ନାପଙ୍କ,୩୦।୧୨(ଡି.ଏନ୍‌.ଏ.): ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଜଗତି ଗାଁର ଦେଢବର୍ଷର ଶିଶୁ ନିହାରିକା ବେହେରା ସ୍ନାୟୁ ରୋଗରେ ଆକ୍ରାନ୍ତ। ବର୍ତ୍ତମାନ ତାଙ୍କର ଅଧିକ ଚିକିତ୍ସାର ଆବଶ୍ୟକ...

ସେବା ପାଇଁ ସରଞ୍ଜାମ ଅଭାବ

ଖମାର,୯ା୯(ଡି.ଏନ.ଏ.) କରୋନା ସମୟରେ ସ୍ବାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ମେଡିକାଲର ଭିତ୍ତିଭୂମି ସୁଦୃଢ଼ କରାଯାଉଛି। ଆବଶ୍ୟକସ୍ଥଳେ ଡାକ୍ତର ନିଯୁକ୍ତି ହେଉଛି। କିନ୍ତୁ ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ...

ଦାରିଙ୍ଗବାଡି ବ୍ଲକ: ଅଧ୍ୟକ୍ଷାଙ୍କ ସଭ୍ୟପଦ ରଦ୍ଦ, ଦାୟିତ୍ୱରେ ଉପାଧ୍ୟକ୍ଷ

ଦାରିଙ୍ଗବାଡ଼ି,୨୮।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନଙ୍କ ସଭ୍ୟପଦ୍ଦକୁ କୋର୍ଟ ଅସିଦ୍ଧ ଘୋଷଣା ପରେ କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ତାଙ୍କ ସଭ୍ୟପଦ୍ଦକୁ...

୨ଜଣଙ୍କୁ କଚାଡ଼ି ମାରିଲା ହାତୀ

ସୁନ୍ଦରଗଡ଼,୨୯।୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ସିଆଲଯୋର ଗ୍ରାମର ଚାଷୀ ଗୋବିନ୍ଦ ସା(୫୦) ଗୁରୁବାର ବିଳମ୍ବିତ ରାତିରେ ଧାନବିଲରୁ ହାତୀ ଘଉଡ଼ାଉ ଥିବାବେଳେ ହାତୀଟି ତାଙ୍କୁ...

Advertisement
Archives

Model This Week