ଦେଢ଼ମାସ ହେଲା ନଳକୂପ ଅଚଳ

ପରଜଙ୍ଗ, ୭।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ମାଣିକମରା ପଞ୍ଚାୟତ ଅଧୀନ ସରକିଶୋରପାଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ନଳକୂପ ଦେଢ଼ମାସ ହେଲା ଅଚଳ ହୋଇପଡ଼ିଛି। ଫଳରେ ଛାତ୍ରୀଛାତ୍ରମାନେ ପାଣି ପାଇଁ ଡହଳବିକଳ ହେଉଛନ୍ତି। ମଧ୍ୟାହ୍ନ ଭୋଜନ ରୋଷେଇରେ ମଧ୍ୟ ସମସ୍ୟା ଉପୁଜୁଛି। ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର କରା ନ ଗଲେ ବିଦ୍ୟାଳୟରେ ତାଲା ଝୁଲିବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି।
ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଶତାଧିକ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ହେଲେ ଦୈନିକ ପିଇବା ପାଣି ପାଇଁ ସେମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏ ନେଇ ସ୍କୁଲ କର୍ତ୍ତୃପକ୍ଷ ଏବଂ ପରିଚାଳନା କମିଟି ପକ୍ଷରୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ ସମସ୍ୟାର ସ୍ଥାୟୀ ସମାଧାନ ହେଉନାହିଁ। ବିଭାଗ ପକ୍ଷରୁ ବାରମ୍ବାର ଏହାର ମରାମତି କରାଯାଉଥିଲେ ମଧ୍ୟ ନଳକୂପ ପୁଣି ଅଚଳ ହୋଇପଡୁଛି। ଆଗକୁ ପିଲାଙ୍କ ପରୀକ୍ଷା ଥିବାରୁ ଏ ଦିଗରେ ଯତ୍ନବାନ ହେବାକୁ ଅଭିଭାବକ ଏବଂ ଗ୍ରାମବାସୀ ଦାବି କରିଛନ୍ତି।
ଏ ନେଇ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କନିଷ୍ଠ ଯନ୍ତ୍ରୀ ବିରଜା ଶଙ୍କର ଦାସ କୁହନ୍ତି, ସେ ନୂଆରେ ଦାୟିତ୍ୱ ନେଇଛନ୍ତି। ସେଥିଲାଗି କିଛି ସମସ୍ୟା ସୃଷ୍ଟି ହୋଇଛି। ତେବେ ତୁରନ୍ତ ଅଚଳ ନଳକୂପ ମରାମତି କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କପିଳାସ ଅଭୟାରଣ୍ୟରୁ ବନ୍ୟଜନ୍ତୁ ଶିକାର: ଶିକ୍ଷକଙ୍କୁ ବାନ୍ଧିଲା ବନବିଭାଗ

ଢେଙ୍କାନାଳ ଅଫିସ, ୭।୧୨: ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟ ଓ କଙ୍କଡ଼ାହାଡ ଥାନା କଳସପୁର ଅଞ୍ଚଳ ବନବିଭାଗ ପକ୍ଷରୁ ରବିବାର ବିଳମ୍ବିତ ରାତିରେ ଚଢ଼ାଉ କରାଯାଇଥିଲା।...

କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ: ଟର୍ଚ୍ଚ ଲାଇଟ୍‌ରେ ଚିକିତ୍ସା ଅଭିଯୋଗ

କାମାକ୍ଷାନଗର,୨୭ା୧୨ (ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା କିପରି ଚାଲିଛି ତାହାର ଉଦାହରଣ ଗୁରୁବାର ଦେଖିବାକୁ ମିଳିଛି। ଏହି ଚିକିତ୍ସାଳୟରେ ଜେନେରେଟର ଓ...

ବଢୁଛି ବାଲ୍ୟବିବାହ

ଢେଙ୍କାନାଳ ଅଫିସ, ୧୭।୧ (ରତନ ନାୟାର) : କଅଁଳ କାନ୍ଧ ବୋହୁଛି ଜଞ୍ଜାଳ। ସଂସାରର ନୀତିନିୟମ, ଚାଲିଚଳଣ ବୁଝିବା ଆଗରୁ ମୁଣ୍ଡରେ ଲଦି ଦିଆଯାଉଛି ବୋଝ। କୋମଳମତି...

ରେଳ ଧାରଣାକୁ ଖସିପଡ଼ିଲା ହାଇଓ୍ବା

ଭୁବନ, ୪।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଥାନା ଯମୁନାକୋଟ ଗ୍ରାମ ନିକଟ ରେଳଧାରଣାରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ...

୩ ପ୍ରତିମୂର୍ତ୍ତି ଅନାବରଣ

ଢେଙ୍କାନାଳ ଅଫିସ, ୩।୧୦: ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍‌ ପରିସରରେ ରବିବାର ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ, ସୁସାହିତି୍ୟକା ନନ୍ଦିନୀ...

ବନ୍ଦ କାର୍‌ରେ ଶିଶୁକନ୍ୟାକୁ ଛାଡ଼ି ପଳାଇଲେ ମା’ବାପା, ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କଲେ ଲୋକେ

ଢେଙ୍କାନାଳ ଅଫିସ,୩।୧୨: ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ପରିସରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ମଧ୍ୟାହ୍ନ ସମୟରେ ଏକ ଧଳା କାର୍‌ ଭିତରେ ଦେଢ଼ ବର୍ଷର...

ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ବଡ଼ପୁଅଙ୍କ ପରଲୋକ

ଢେଙ୍କାନାଳ ଅଫିସ,୨୨ା୫: ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ବଡ଼ପୁଅ ସମ୍ବିତ୍‌ ନନ୍ଦଙ୍କ ଶନିବାର ମଧ୍ୟାହ୍ନରେ ପରଲୋକ ଘଟିଛି। ଫୁସ୍‌ଫୁସ୍‌ ସଂକ୍ରମଣରେ ପୀଡ଼ିତ ହୋଇ କଟକସ୍ଥିତ...

‘ସଙ୍କୋଚ କରନାହିଁ, ନାପ୍‌କିନ୍‌ ମାଗ’

କାମାକ୍ଷାନଗର, ୨୯।୫(ଡି.ଏନ୍‌.ଏ.): ଋତୁସ୍ରାବ ଏକ ଜୈବିକ ପ୍ରକ୍ରିୟା। ଏହା ଲଜ୍ଜାକର ବିଷୟ ନୁହେଁ, ବରଂ ଜଣେ ନାରୀ ପାଇଁ ଜରୁରୀ। ଏହା ବିନା ଜଣେ ମହିଳା...

Advertisement
Archives

Model This Week