ଦେଖାଦେଲାଣି ଷ୍ଟେଜ୍‌-୩ ଆଶଙ୍କା, ସାମାଜିକ ସଂକ୍ରମଣକୁ ନେଇ ଅଧିକ ସତର୍କ ହେବାକୁ ପଡ଼ିବ: ବାଗ୍‌ଚୀ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ଓଡ଼ିଶାରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବଡ଼ ବୟାନ ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତ ବାଗ୍‌ଚୀ। ଏବେ ଷ୍ଟେଜ୍‌ ୩ ସମ୍ଭାବନା ଦେଖାଯାଉଥିବା ସେ କହିଛନ୍ତି। ପୂର୍ବରୁ ବିଦେଶରୁ ଆସୁଥିବା ବ୍ୟକ୍ତି ସଂକ୍ରମଣର ଶିକାର ହେଉଥିଲେ। କାରଣ ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କଠାରେ ସଂକ୍ରମଣର ସମ୍ଭାବନା ଅଧିକ ଥିବା କୁହାଯାଉଥିଲା। ଏବେ ଦିଲ୍ଲୀ, ହରିୟାଣାରୁ ଫେରି ଲୋକେ ସଂକ୍ରମଣର ଶିକାର ହୋଇଛନ୍ତି। ଫଳରେ ସାମାଜିକ ସଂକ୍ରମଣ ହେବା ଆଶଙ୍କା ଦେଖାଦେଇଛି। ଏବେ ଆମକୁ ଅଧିକ ସତର୍କ ହେବାକୁ ପଡ଼ିବ ବୋଲି ବାଗ୍‌ଚୀ କହିଛନ୍ତି।

ପ୍ରକାଶ ଯେ, ଜଣେ ୬୦ ବର୍ଷୀୟ ବ୍ୟକ୍ତି କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ସେ ମାର୍ଚ୍ଚ ୭ରେ ଦିଲ୍ଲୀ ଯାଇ ୧୦ରେ ଭୁବନେଶ୍ୱର ଫେରିଥିଲେ। ୧୩ତାରିଖରେ ସେ ଅସୁସ୍ଥ ଅନୁଭବ କରିବାରୁ ବିଧାନସଭା ଡିସ୍‌ପେନ୍‌ସାରିକୁ ଚିକିତ୍ସା ପାଇଁ ଯାଇଥିଲେ। ଚିକିତ୍ସା ସତ୍ତ୍ୱେ ସ୍ବାସ୍ଥାବସ୍ଥା ନ ସୁଧୁରିବାରୁ ମାର୍ଚ୍ଚ ୨୧ରେ କର କ୍ଲିନିକ ଯାଇ ୨୩ରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ୨୪ରେ ସେଠାରୁ ଡିସ୍‌ଚାର୍ଜ ହେବା ପରେ ୨୫ରେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ୨୫ରେ ତାଙ୍କ ନମୂନା ପରୀକ୍ଷଣ ପାଇଁ ଦିଆଯାଇଥିଲା। ଗୁରୁବାର ରାତିରେ ଉକ୍ତ ରିପୋର୍ଟ ଆସିବା ପରେ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିବା ବାଗ୍‌ଚୀ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପହିଲା ଯାଏ ଅସହ୍ୟ ତାତି

ଭୁବନେଶ୍ୱର,୨୯।୩(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତେବେ ୩୦ ମାର୍ଚ୍ଚରୁ ଏପ୍ରିଲ ୧ ଯାଏ ଗ୍ରୀଷ୍ମ ପ୍ରବାହ ବଢିବା ନେଇ ପାଣିପାଗ ବିଭାଗ...

ଚଳିତବର୍ଷ ଜଙ୍ଗଲରେ ଅଧିକ ନିଆଁ ଲାଗିବା ଆଶଙ୍କା

ଭୁବନେଶ୍ୱର,୬।୨(ବ୍ୟୁରୋ): ଚଳିତବର୍ଷ ଜଙ୍ଗଲରେ ଅଧିକ ନିଆଁ ଲାଗିବା ଅଶଙ୍କା ରହିଛି। ବଢ଼ୁଥିବା ତାପମାତ୍ରା ଓ ଦୀର୍ଘଦିନ ହେବ ବର୍ଷା ନ ହେବା ଯୋଗୁ ଏଭଳି ହେବ...

ନନ୍ଦନକାନନରେ ପୁଣି ହେବ ବାଘଙ୍କ ମିଳନ ପ୍ରକ୍ରିୟା : ତିନି ଯୋଡ଼ିକୁ ସାମିଲ କରାଯିବ

ବାରଙ୍ଗ,୧୫।୭(ଡି.ଏନ.ଏ.) : ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ପୁଣି ଆରମ୍ଭ ହେବାକୁ ଯାଉଛି ବାଘମାନଙ୍କ ମିଳନ ପ୍ରକ୍ରିୟା। କଳାଲୋମଯୁକ୍ତ ବାଘଛୁଆ ଜନ୍ମ କରି ନନ୍ଦନକାନନ ନିଜର ଏକ...

ଓଡ଼ିଶା ସାରା ଦେଶରେ ମଡେଲ

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ଓଡ଼ିଶାରେ ମୃତ୍ୟୁହାର ସାରା ଦେଶରେ ସର୍ବନିମ୍ନ। ଦିଲ୍ଲୀରେ ମୃତ୍ୟୁହାର ୬.୬ ପ୍ରତିଶତ ରହିଥିବା ବେଳେ ଭାରତରେ ୦.୭ ପ୍ରତିଶତ। ସେହିପରି ଓଡ଼ିଶାରେ ଏହା...

୨୩.୫ଲକ୍ଷ ଶ୍ରମିକଙ୍କୁ ନିଜ ରାଜ୍ୟରେ ଛାଡ଼ିଛି ୧୭୭୩ ଟ୍ରେନ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରୀଛାତ୍ର ଓ ଅସହାୟ ବ୍ୟକ୍ତିଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ...

ନାକରେ ନେବାକୁ ପଡ଼ିବ କୋଭାକ୍ସିନ୍‌ ବୁଷ୍ଟର ଡୋଜ୍‌…

ନୂଆଦିଲ୍ଲୀ,୧୧।୧୧: ଭାରତ ବାୟୋଟେକର ମୁଖ୍ୟ ତଥା ଭାରତର ପ୍ରଥମ ଆଣ୍ଟି-କରୋନାଭାଇରସ ଟିକା କୋଭାକ୍ସିନ’ର ବିକାଶକାରୀ କୃଷ୍ଣ ଏଲ୍ଲା କହିଛନ୍ତି ଯେ କୋଭିଡ -୧୯ ଟିକାର ଦ୍ୱିତୀୟ...

କାମିନୀଙ୍କୁ ବରଣମାଳା ପିନ୍ଧାଇଲେ ଚନ୍ଦନେଶ୍ୱର

ଭୋଗରାଇ,୧୧।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କପର୍ବ ୪ ଅର୍ଘ୍ୟ ରବିବାର ଶେଷ ହୋଇଛି। ଦେବାଧିଦେବ ଚନ୍ଦନେଶ୍ୱରଜୀଉ ଏହି...

ଖରାପ ପ୍ରଦର୍ଶନ କରିଛନ୍ତି ଏକାଧିକ ଟାଣୁଆ ନେତା

ଭୁବନେଶ୍ୱର,୨୮।୩(ବ୍ୟୁରୋ): ରାଜ୍ୟର ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଅଙ୍କକଷା ସାଙ୍ଗକୁ ରାଜନୈତିକ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି। କାଉନ୍‌ସିଲର, ପୌରାଧ୍ୟକ୍ଷ, କର୍ପୋରେଟର ଏବଂ...

Advertisement
Archives

Model This Week