ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ନେଲେ ଜିଲାପାଳ

ହିିିଞ୍ଜିଳିକାଟୁ/ଶେରଗଡ଼,୨୩ା୧୨(ଡିି.ଏନ୍‌.ଏ)-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ଶେରଗଡ଼ ବ୍ଲକ ମାରୁଡ଼ିଠାରେ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରି ମାନବିକତାର ପରିଚୟ ଦେଇଛନ୍ତି। ଆହତ ଜଣକ ଶେରଗଡ଼ ବ୍ଲକ ଗୋବିନ୍ଦପୁର ନୂଆଁସାହିର ଶିବରାମ ପ୍ରଧାନ।
ଶିବରାମ ବାଇକ୍‌ରେ ନିଜ ଗ୍ରାମରୁ ହିଞ୍ଜିଳିକାଟୁ ଯାଉଥିଲେ। ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍‌ ମାରୁଡ଼ିଠାରେ ତାଙ୍କୁ ଧକ୍କା ଦେଇଥିଲା। ଏହି ସମୟରେ ଜିଲାପାଳ କୁଲାଙ୍ଗେ ଶେରଗଡ଼ରୁ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଛତ୍ରପୁର ଫେରୁଥିଲେ। ଆହତ ଶିବରାମଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିଜ ଗାଡ଼ିରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ପରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ ପାଇଁ ହିଞ୍ଜିଳିକାଟୁ ତହସିଲଦାର ଗୋପୀନାଥ କୁଅଁର ଓ ବିଡିଓ ପ୍ରସନ୍ନ କୁମାର ପାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶିବରାମଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଛେଉଣ୍ଡ ଯାଆଁଳା ଶିଶୁଙ୍କୁ ସହାୟତା

ଢେଙ୍କାନାଳ ଅଫିସ, ୨୨ ।୩ ଯାଆଁଳା ସନ୍ତାନକୁ ଜନ୍ମ ଦେବାପରେ ଆଖିବୁଜିଲେ ମା’। ଜୀବନ କ’ଣ ଜାଣିବା ଆଗରୁ ଦୁଇ କୋମଳମତି ଛୁଆ ହୋଇଗଲେ ମାତୃହରା।...

ଅଜଣା ରୋଗରେ ଛାତ୍ରଙ୍କ ମୃତ୍ୟୁ

ମାଥିଲି/ ମାଲକାନଗିରି,୧୪ା୯ (ଡି.ଏନ୍‌.ଏ.): ଗତ ଦୁଇ ସପ୍ତାହ ଧରି ମାଲକାନଗିରି ଜିଲା ମାଥିଲି ବ୍ଲକ ସାଲିମି ପଞ୍ଚାୟତର ହଳଦୀକୁଣ୍ଡ ଗ୍ରାମରେ ଅଜଣା ରୋଗ ବ୍ୟାପିଛି। ତେବେ...

ମିଳିନି କ୍ଷତିପୂରଣ, ଉପଜିଲାପାଳ ଅଫିସ ଘେରିଲେ ଚାଷୀ

ବରଗଡ ଅଫିସ,୨୩।୯- ଚଳିତ ଖରିଫ ଚାଷ ପ୍ରାୟ ଅଧେ ସରିଯାଇଛି। ମାତ୍ର ଏ ପର୍ଯ୍ୟନ୍ତ ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକର ଲଖମରା, ଭେଙ୍ଗରାଜପୁର,...

ପ୍ରାର୍ଥୀଙ୍କୁ ପରୀକ୍ଷା କରାଇଲେ ଗ୍ରାମବାସୀ

କୁତ୍ରା,୧୨।୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଚାର ଜମୁଥିବାବେଳେ ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ମାଲୁପଡ଼ାଠାରେ ଏକ ନୂଆ ଘଟଣା ଦେଖିବାକୁ ମିଳିଛି। ଗ୍ରାମର...

ଶଙ୍ଖ ଧରିଲେ ବିଶ୍ୱରଞ୍ଜନ : ୨୦୧୯ ନିର୍ବାଚନରେ ବରୀରୁ ହୋଇଥିଲେ ଭାଜପା ବିଧାୟକ ପ୍ରାର୍ଥୀ

ବରୀ,୨୯।୧୦(ଡି.ଏନ୍‌.ଏ.): ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାର ଶେଷରେ ଅନ୍ତ ଘଟିଛି। ୨୦୧୯ ନିର୍ବାଚନରେ ବରୀ ଭାଜପାରୁ ପ୍ରାର୍ଥୀ ହୋଇଥିବା ବିଶ୍ୱ ରଞ୍ଜନ ମଲ୍ଲିକ...

ବିଧାୟକ ପ୍ରାର୍ଥୀ ମନୋଜ ଜେନା ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ହାଇକୋର୍ଟରେ ଖାରଜ

କଟକ ଅଫିସ,୨୫ା୧୨- ଗତ ସାଧାରଣ ନିର୍ବାଚନରେ ଆସ୍କା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଭଗବାନ ସାହୁଙ୍କ ଜାମିନ...

ବୁଡ଼ି ଯାଉଛେ କୁମ୍ଭାରମାନକର କଉଲିକ୍‌ ବୁରତି : ସାମାନ ବିକ୍‌ରି ଲାଗି ବଜାର ବେବସ୍‌ତାର ଅଭାବ

ନୂଆପଡା ଅଫିସ,୨୮ା୪-ଦିନୁ ଦିନ୍‌କେ ସମିଆ ବଦଲୁଛେ, ତାର ସଂଗେ ଲୁକ୍‌କର ଚାଲିଚଲନ, ପିଁଧନ୍‌ଉଢ଼ନ୍‌, ଖାଏଦ୍‌ ପାଏନ୍‌, ବେଭାର କଲା ଜିନିଷପାତିରେ ବି ଅନେକ୍‌ ପରିବରତନ୍‌ ଦେଖ୍‌ବାକେ...

ଭଙ୍ଗା କୁଡ଼ିଆରେ ସରୀସୃପଙ୍କ ସହ ବିତୁଛି ରାତି

ଟିକିରି,୨୩।୩(ଡି.ଏନ୍‌.ଏ.) – ଗରିବ ଓ ବାସହୀନଙ୍କ ପାଇଁ ସରକାର ଆବାସ ଯୋଜନାରେ ବାସଗୃହ ଯୋଗାଉଛନ୍ତି। ହେଲେ ତଳସ୍ତରରେ ଏହା ଠିକ୍‌ରେ କାର୍ଯ୍ୟକାରୀ ହେଉ ନ ଥିବାରୁ...

Advertisement
Archives

Model This Week