ଦୁବାଇ, ୯ା୪ (ପି.ଟି.):ବିଶ୍ୱର ପ୍ରଥମ ‘ମାରାଥନ ଆଟ୍ ହୋମ୍’ ଏଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୨ଟି ଦେଶର ୭୪୯ଜଣ ଧାବକ ଭାଗ ନେଇଥିଲେ। ପ୍ରତିଯୋଗୀମାନଙ୍କୁ ନିଜ ଘରେ ଥାଇ ୪୨,୧୯୫ କିଲୋମିଟର ଦୌଡ଼ିବାକୁ ପଡ଼ିଥିଲା। ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୫୬୨ ପୁରୁଷ ଓ ୨୨୩ ମହିଳା ଥିଲେ। ସବୁଠାରୁ କମ୍ ବୟସ୍କ ଧାବକଙ୍କ ବୟସ ମାତ୍ର ୧୮ ବର୍ଷ ରହିଥିବାବେଳେ ବୟସ୍କଙ୍କ ବୟସ ୬୫ବର୍ଷ ଥିଲା। ମାରାଥନ ସକାଳ ୮ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ଅଦ୍ଭୁତପୂର୍ବ ଇଭେଣ୍ଟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ବ୍ୟତୀତ କୁଏତ୍, ସୌଦି ଆରବ, ଓମାନ, ବାହାରିନ ଓ ଜୋର୍ଡାନ ଆଦି ଦେଶରୁ ଧାବକମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଦୁବାଇ ସ୍ପୋଟର୍ସ କାଉନ୍ସିଲ (ଡିଏସ୍ସି) ଏସିକ୍ସ ମିଡଲ ଇଷ୍ଟ ଏବଂ ୫:୩୦ ରନ୍ କ୍ଲବର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୋଭିଡ୍-୧୯ ମହାମାରୀ ଆଶଙ୍କା ଯୋଗୁ ପ୍ରତିଯୋଗୀମାନଙ୍କୁ ସେମାନଙ୍କ ବାସଭବନରେ ଦୌଡ଼ିବା ଭଙ୍ଗୀରେ ରେସ୍ରେ ସାମିଲ ହେବାକୁ ପଡ଼ିଥିଲା। ଦୌଡ଼ ବେଳେ ପ୍ରତିଯୋଗିମାନଙ୍କୁ ଟ୍ରେଡ୍ମିଲ କିମ୍ବା ଅନ୍ୟ କୌଣସି ଟ୍ରେନିଂ ସରଞ୍ଜାମ ବ୍ୟବହାର ପାଇଁ ଅନୁମତି ନ ଥିଲା। ଅଂଶଗ୍ରହଣକାରୀମାନଙ୍କୁ ନିଜ ବାସସ୍ଥାନରେ କେବଳ ଶାରୀରିକ ଭାବେ ଦୌଡ଼ିବାକୁ ହୋଇଥିଲା। ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ସେମାନଙ୍କ ସ୍ମାର୍ଟ ଫୋନ୍ କିମ୍ବା ସ୍ମାର୍ଟ ଓ୍ବାଚ୍କୁ ସମ୍ପୂର୍ଣ୍ଣ ଚାର୍ଜ କରି ରଖିବାକୁ ହୋଇଥିଲା। ଏଥିରେ ଷ୍ଟ୍ରାଭା ଆପ୍ ଇନ୍ଷ୍ଟଲ କରିବା ସହ ଆକ୍ଟିଭ କରିବା ଆବଶ୍ୟକ ଥିଲା। ଏହି ଆପ୍ ଦ୍ୱାରା ଜଣେ ପ୍ରତିଯୋଗୀଙ୍କ ଗିତିବିଧି, ଟାଇମିଂ ଏବଂ ସେ କେତେଦୂର ଦୌଡ଼ିଲେ ତାହା ଆୟୋଜକମାନେ ଜାଣି ପାରିଥିଲେ। ଟପ୍ ଫିନିଶରମାନଙ୍କୁ ଲାଗି ପୁରସ୍କାର ବ୍ୟବସ୍ଥା ଥିଲା। ରେସ୍ ଶେଷ କରିଥିବା ପ୍ରତ୍ୟେକ ପ୍ରତିଯୋଗୀମାନଙ୍କୁ ଗୋଟିଏ ଲେଖାଏଁ ଟି-ଶାର୍ଟ, ପଦକ ଏବଂ ସାର୍ଟିଫିକେଟ୍ ପ୍ରଦାନର ବ୍ୟବସ୍ଥା ହୋଇଥିଲା।

ତୃତୀୟ ଟେଷ୍ଟରୁ ବାଦ୍ ପଡ଼ିପାରନ୍ତି ଷ୍ଟୋକ୍ସ
ମାଞ୍ଚେଷ୍ଟର, ୨୩।୭(ପି.ଟି.)- ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ଶୁକ୍ରବାରଠାରୁ ଆରମ୍ଭ ହେବ। ୩ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସ୍ଥିତିରେ...

କୋହଲିଙ୍କୁ ଛୁଟି ମିଳିଗଲା, କିନ୍ତୁ ନଟରାଜନ ଏପର୍ଯ୍ୟନ୍ତ ଝିଅ ମୁହଁ ଦେଖିପାରିନାହାନ୍ତି
ମେଲବର୍ନ,୨୪।୧୨: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପୈତୃକ ଛୁଟିର ଉଦାହରଣ ଦେଇ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ଭାରତୀୟ ଦଳ ପରିଚାଳନାକୁ...

ଅଭିନବ ଉପାୟରେ ବିଶ୍ୱକପ୍ ଶୁଭେଚ୍ଛା ଜଣାଇଲେ ଛାତ୍ରୀଛାତ୍ର
ନୂଆଦିଲ୍ଲୀ,୨୧।୬- ଚଳିତ ବିଶ୍ୱକପ୍ରେ ଭାରତୀୟ ଦଳକୁ ପ୍ରବଳ ସମର୍ଥନ ମିଳୁଛି। ଡିପେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ଠାରୁ ଆରମ୍ଭ କରି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ମ୍ୟାଚ୍...

ଭାରତୀୟ ଦଳ ଘୋଷିତ: ଅଶ୍ୱିନ, ଜାଡେଜାଙ୍କୁ ମିଳିଲା ସ୍ଥାନ
ସାଉଥାମ୍ପଟନ,୧୭।୬: ନ୍ୟୁଜିଲାଣ୍ଡ ବିପକ୍ଷରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ମ୍ୟାଚ୍ ପାଇଁ ଗୁରୁବାର ରାତିରେ ବିସିସିଆଇ ପକ୍ଷରୁ ଘୋଷିତ...

କୋହଲି-ଡି’ଭିଲର୍ସଙ୍କ ଟିମ୍ରେ ଧୋନୀ ଅଧିନାୟକ
ନୂଆଦିଲ୍ଲୀ, ୨୬।୪- ଅନ୍ତର୍ଜାତୀୟ କ୍ରିକେଟରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲର୍ସ ଦୁଇ ବନ୍ଧୁଭାବେ ବେଶ୍ ପରିଚିତ। ଦୁହେଁ...

ଡିଟି ଗ୍ରୁପ ନେଲା ଆର୍ଯ୍ୟନଙ୍କ ଦାୟିତ୍ୱ
ଭୁବନେଶ୍ୱର, ୮।୭(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ଅନ୍ତର୍ଜାତୀୟ ହ୍ୟାଣ୍ଡବଲ ପ୍ରତିଭା ଆର୍ଯ୍ୟନ ବ୍ରାହ୍ମିନ ଏବେ ବିନା ଚାପରେ ଆଗକୁ ବଢ଼ିବା ପଥ ପରଷ୍କାର ହୋଇଛି। କାରଣ ଡିଟି...

ଆଜି ଏଲିମିନେଟର୍ ମ୍ୟାଚ୍
କୋଲକତା,୨୫।୫: ଆଇପିଏଲ ୨୦୨୨ର ଏଲିମିନେଟର ମ୍ୟାଚ ଆଜି ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯିବ।...

ଫଟୋ ଛାଡି ଟ୍ରୋଲ୍ ହେଲେ ଏହି କ୍ରିକେଟର୍ଙ୍କ ସ୍ତ୍ରୀ
ଭାରତୀୟ ପେସର ମହମ୍ମଦ ଶାମିଙ୍କ ସହ ବିବାଦ ପରେ ଅଲଗା ରହୁଥିବା ତାଙ୍କ ସ୍ତ୍ରୀ ହସିନ ଜାହାଁ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ...