ଦୁଇ ହୋଲ୍‌ସେଲରଙ୍କ ନାମରେ ମାମଲା

ଯାଜପୁର ଅଫିସ,୨୮ା୩: ଯାଜପୁର ସହରର ବିରଜାହାଟ ନିକଟରେ ଥିବା ଦୁଇ ହୋଲ୍‌ସେଲରଙ୍କ ନାମରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲାପାଳଙ୍କ କୋର୍ଟରେ ମାମଲା ରୁଜୁ ହୋଇଛି। ହୋଲ୍‌ସେଲର ଦୁଇଜଣ ହେଲେ ସଞ୍ଜୟ ସାହୁ ଓ ଧନେଶ୍ୱର ସାହୁ। ଏସମ୍ପର୍କରେ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ପ୍ରହଲ୍ଲାଦ ସେଠୀ ସୂଚନା ଦେଇ କହିଛନ୍ତି ଯେ, ଉପରୋକ୍ତ ହୋଲସେଲର ଦ୍ୱୟ ଆଳୁ, ପିଆଜ, ଡାଲି ଆଦି ଗ୍ରସେରି ସାମଗ୍ରୀର କଳାବଜାର କରିବାକୁ ଉଦ୍ୟମ କରିଥିଲେ। ତାଙ୍କ ଗୋଦାମରେ ସାମଗ୍ରୀ ମହଜୁଦ ରହିଥିଲେ ହେଁ ଦୋକାନୀମାନଙ୍କୁ ଷ୍ଟକ ନାହିଁ ବୋଲି କହିଥିଲେ। ତେଣୁ ଯୋଗାଣ ବିଭାଗରେ ଅଭିଯୋଗ ହେବାପରେ ଗୁରୁବାର ଅତିରିକ୍ତ ଜିଲାଯୋଗାଣ ଅଧିକାରୀ ସେଠୀ ତଦନ୍ତ କରି ଜିଲାପାଳଙ୍କ କୋର୍ଟରେ ଓଡ଼ିଶା ଅତ୍ୟାବଶ୍ୟକ ସେବା ଆଇନ ୧୯୭୩ର ଧାରା ୩ ଓ ୪ରେ ମାମଲା ରୁଜୁ କରିଛନ୍ତି। ପୂର୍ବରୁ ଏନେଇ ‘ଧରିତ୍ରୀ’ରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ସମ୍ପର୍କରେ ଖବର ପ୍ରକାଶ ପାଇବାରେ ଯୋଗାଣ ବିଭାଗ ତପତ୍ରତା ପ୍ରକାଶ କରି ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି। ବର୍ତ୍ତମାନ କୋରେନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଜିଲାରେ ଲକଡାଉନ ଚାଲିଥିବାବେଳେ କେତେଜଣ ଅସାଧୁ ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି କରୁଛନ୍ତି। ତେଣୁ ଆବଶ୍ୟକ ତଦନ୍ତ କରି ଅସାଧୁ ବ୍ୟବସାୟୀଙ୍କ ନାମରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେଠୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ୪ ପୋଲିସ ଅଧିକାରୀ ପାଇବେ ଉତ୍କର୍ଷ ସେବା ପଦକ

କଟକ ଅଫିସ,୧୩ା୮: ତଦନ୍ତ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଦେଶର ୧୫୨ଜଣ ପୋଲିସ ଅଧିକାରୀଙ୍କୁ ୨୦୨୧ ବର୍ଷ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଉତ୍କର୍ଷ...

ବିଜେଡିର ମାତ୍ରାଧିକ ଆତ୍ମବିଶ୍ୱାସର ଫାଇଦା ନେଲା ଭାଜପା

ଫୁଲବାଣୀ ଅଫିସ,୨୮।୩: ଫୁଲବାଣୀ ପୌର ପରିଷଦ ଗଠନ ହେବା ପରଠାରୁ ଏହା ବିଜେଡି ହାତରେ ଥିଲାା ଚଳିତଥର ମଧ୍ୟ ବିଜେଡି ଏହାକୁ ଜିତି ହାଟ୍ରିକ କରିବ ବୋଲି...

ରାଜ୍ୟ ସଭାପତିଙ୍କ ଗସ୍ତ ପୂର୍ବରୁ ଭାଜପାକୁ ଶକ୍ତ ଧକ୍କା

ଭଞ୍ଜନଗର,୧୯।୧୨(ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭଞ୍ଜନଗର ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, କଂଗ୍ରେସ ଓ ଭାଜପା ଦଳକୁ ଅଧିକ ସୁଦୃଢ଼ କରିବା...

ଥାନାରେ ବିବାହ କଲେ ପ୍ରେମୀଯୁଗଳ

ବରଗଡ଼ ଅଫିସ୍‌,୨୦।୫: ବରଗଡ଼ ସଦର ଥାନାରେ ଗୁରୁବାର ଏକ ପ୍ରେମ ବିବାହ ସମ୍ପନ୍ନ ହୋଇଛି। ବରଗଡ଼ ବ୍ଲକ ଅଧୀନ ରୁହୁନିଆଁ ଗ୍ରାମର ହରିହର ଭୋଇ ଏବଂ...

ଅସାଧୁ ଛାତ୍ରୀଛାତ୍ରଙ୍କୁ ଜଗିବେ ୨୧ ଜଣିଆ ସ୍କ୍ବାଡ୍‌

ଅନୁଗୋଳ ଅଫିସ, ୧୮।୨: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ। ଏ ନେଇ ବୋର୍ଡଠାରୁ ଆରମ୍ଭ...

ଶ୍ରୀକ୍ଷେତ୍ର ମଠ, ମନ୍ଦିରରେ ୬ ଗୁପ୍ତ ସୁଡ଼ଙ୍ଗ

ପୁରୀ ଅଫିସ,୧।୬: ଶ୍ରୀକ୍ଷେତ୍ରର ବିଭିନ୍ନ ମଠରେ ଏକାଧିକ ସୁଡ଼ଙ୍ଗ ଥିବାବେଳେ ସେଗୁଡ଼ିକ କେତେଦୂର ଯାଏ ଲମ୍ବିଛି, ତାହା ଏବେ ବି ରହସ୍ୟ ହୋଇରହିଛି। ବିଗତ ଦିନରେ...

ଅସଦାଚରଣ ଅଭିଯୋଗ ହେବା ପରେ ଶିକ୍ଷକ ଫେରାର

ଭଣ୍ଡାରିପୋଖରୀ,୧୩।୧(ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଷୋଳମପୁର ଅଞ୍ଚଳରେ ଜଣେ ଶିକ୍ଷକ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗତ ୯...

କଳାକାର ଭତାରୁ ବଁଚିତ୍‌ କନିଷ୍ଠ: ଅଦରକାରୀ ପାଲଟିଛେ ମାନ୍‌ପତର

  ଲାଠୋର, ୧୪ା୧ (ଡି.ଏନ୍‌.ଏ.)- ସରକାର କଳାକାରମାନକୁ ମାସିକ ୧୨ଶହ ଟଁକା ଭତା ଯୁଗେଇ ଦେବାର ବେବସ୍‌ତା କରିଛନ୍‌। ହେଲେ ଅନେକ ଗଁାଗଁଡ଼ାରେ କଳାକାରମାନେ ଭତା...

Advertisement
Archives

Model This Week