ଦୁଇ ଶିଶୁକନ୍ୟା କରୋନାରେ ଆକ୍ରାନ୍ତ: ୪୨ ନଂ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ

ଭୁବନେଶ୍ୱର, ୧୦ା୪(ବ୍ୟୁରୋ): ରାଜ୍ୟରେ ୨ ଶିଶୁକନ୍ୟା କରୋନା ଆକ୍ରାନ୍ତ ହୋଇଛନ୍ତି। ଗୁରୁବାର ୬ଟି ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ସେଥିରେ ରାଜ୍ୟରେ ପ୍ରଥମ ଥର ପାଇଁ ଦୁଇ ଶିଶୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ରାଜ୍ୟର ୪୨ ନଂ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ଦୁହେଁ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ୯ବର୍ଷର ହୋଇଥିବା ବେଳ ଅନ୍ୟ ଜଣଙ୍କୁ ୫ବର୍ଷ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଶୁକ୍ରବାର ବିଭାଗ ପକ୍ଷରୁ ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି କରାଯାଇଥିବା ବେଳେ ଏହି ତଥ୍ୟ ହସ୍ତଗତ ହୋଇଛି।
ସୂଚନାଯୋଗ୍ୟ, ସମ୍ପୃକ୍ତ ଶିଶୁ କନ୍ୟାଙ୍କ ସହ ପରିବାରର ଆଉ ଜଣେ ୩୭ ବର୍ଷିୟ ମହିଳା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୩ ଜଣ ୪୨ ନଂ କରୋନା ରୋଗୀଙ୍କ ସହ ୨୨ ମାର୍ଚ୍ଚରୁ ୩ ଏପ୍ରିଲ୍‌ ଯାଏ ଘରେ ରହିଥିଲେ। ୪ ଓ ୫ ଏପ୍ରିଲ୍‌ରେ ସମ୍ପୃକ୍ତ ମହିଳା ଓ ୨ ଶିଶୁ ଆକ୍ରାନ୍ତ ବ୍ୟକ୍ତିିଙ୍କ ସହ ଏମ୍ସ ଯାଇଥିଲେ। ପରେ ୬ ଏପ୍ରିଲ୍‌ରୁ ୯ ଏପ୍ରିଲ୍‌ ଯାଏ ସେମାନେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ଏପ୍ରିଲ୍‌ ୮ରେ କଣ୍ଟାକ୍ଟ ଟ୍ରେସିଂ ପାଇଁ ସେମାନଙ୍କ ନମୁନା ପରିକ୍ଷଣ ପାଇଁ ଦିଆଯାଇଥିଲା। ୯ ଏପ୍ରିଲ୍‌ରେ ନମୁନା ପଜିଟିଭ୍‌ ଆସିବା ପରେ ୧୦ ଏପ୍ରିଲ୍‌ରେ ସେମାନଙ୍କୁ କିମ୍‌ କୋଭିଡ୍‌ ହସ୍ପିଟାଲକୁ ପଠାଇଦିଆଯାଇଛି ବୋଲି ଟ୍ରାଭେଲ୍‌ ହିଷ୍ଟ୍ରିରୁ ଜଣାପଡ଼ିଛି।
ସେହିପରି କଳାହାଣ୍ଡି ଗୋଲ୍‌କୁଣ୍ଡାରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରିକରାଯାଇଛି। ଗୋଲ୍‌କୁଣ୍ଡାର ୨୦ ବର୍ଷିୟ ଯୁବକ ଗତ ମାର୍ଚ୍ଚ ୨୦ ଓ ୨୧ ଅପରାହ୍ନରେ ବେହେରାଗୁଡ଼ା ଗ୍ରାମରେ ସାଙ୍ଗମାନଙ୍କ ସଂସ୍ପର୍ଶରେ ଆସିଥିଲେ। ୨୨ରୁ ୨୪ ଘରେ ଥିଲେ, ୨୫ରେ ଗାଁରେ ଥିବା ଗ୍ରସେରୀ ଦୋକାନକୁ ଯାଇଥିଲେ। ୨୬ରୁ ୩ ଏପ୍ରିଲ୍‌ ଯାଏ ସେ କୁଆଡେ ବି ଯାଇନଥିଲେ। ବାହାରିନ୍‌ରୁ ଆସିଥିବା ଯୁବକ ତଥା କଳାହାଣ୍ଡି ଜିଲାର ପ୍ରଥ କରୋନା ଆକ୍ରାନ୍ତଙ୍କ ସଂଷ୍ପର୍ଷରେ ଆସିଥିଲେ। ୫ରେ ଶୋସିଆ ସ୍ଥିତ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ସ୍ଥାନାନ୍ତର ହୋଇଥିଲେ। କ୍ୱାରେଣ୍ଟାଇନ୍‌ରେ ଥିବା ସମୟରେ ତାଙ୍କର ନମୁନା ପରିକ୍ଷଣ ପାଇଁ ଦିଆଯାଇଥିଲା। ସେ କରୋନାରେ ଆକ୍ରାନ୍ତ ଥିବା ୯ ଏପ୍ରିଲ୍‌ରେ ଜଣାପଡ଼ିଥିଲା। ୧୦ ତାରିଖ ଦିନ ତାଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲ (କୋଭିଡ ହସ୍ପିଟାଲ) କୁ ସ୍ଥାନାନ୍ତର କରାଯାଇଥିବା ଟ୍ରାଭେଲ୍‌ ହିଷ୍ଟ୍ରିରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଚିନି ପରେ ଏବେ ଗୁଡ଼ ହେଲା ମହଙ୍ଗା, ଦୁଇଗୁଣା ବଢିଲା ଦର; ଜାଣନ୍ତୁ ଦାମ ବଢ଼ିବାର କାରଣ

ନୂଆଦିଲ୍ଲୀ,୨୫।୮: ଗତ କିଛି ଦିନ ଧରି ଚିନିର ବଢ଼ୁଥିବା ଦାମ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୁଡ଼ ମଧ୍ୟ ମହଙ୍ଗା ହୋଇଛି। ଚିନି ପରେ ଗୁଡ଼ର…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri