ଦୁଇଶହ ବର୍ଷର ପରମ୍ପରା: ପିଞ୍ଛାବଣିଆ ଦୋଳ ମେଳଣରେ ଲକ୍ଷାଧିକ ଶ୍ରଦ୍ଧାଳୁ

ବୈଶିଙ୍ଗା, ୧୦ା୩(ଡି.ଏନ.ଏ.)-ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ସୀମାନ୍ତ ଅଞ୍ଚଳର ଏକ ବିରାଟ ପଡ଼ିଆରେ ଗତ ଦୁଇ ଶହ ବର୍ଷ ଧରି ଆୟୋଜିତ ହୋଇଆସୁଛି ପିଞ୍ଛାବଣିଆ ମେଳା। ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ରାଧାକୃଷ୍ଣଙ୍କ ବିଗ୍ରହମାନଙ୍କୁ ନାମ ସଂକୀର୍ତ୍ତନ ଦ୍ବାରା ପରିକ୍ରମା କରାଇ ମେଳା ପଡ଼ିଆରେ ଥିବା ଏକ ସୁଦୃଶ୍ୟ ମନ୍ଦିରରେ ସ୍ଥାପନ କଲାପରେ ପୂଜାର୍ଚ୍ଚନା କରାଯାଏ। ନିକଟବର୍ତ୍ତୀ ଗ୍ରାମରୁ ମଧ୍ୟ ୮ରୁ ୧୯ଟି ବିମାନରେ ରାଧାକୃଷ୍ଣଙ୍କର ବିଗ୍ରହ ପଟୁଆରରେ ଆସି ଏଠାରେ ମେଳଣ ହୋଇଥାଏ। ମନୋରଞ୍ଜନ ନିମନ୍ତେ ମୀନାବଜାର, ଦୋଳି, ଚକ୍ରି, ଯାଦୁଖେଳ ସହିତ ସ୍ଥାନୀୟ ପୁରୁଣିଆ ପଞ୍ଚାୟତର ପୁରୁଣିଆ ଗ୍ରାମ ଓ ନୂଆଗାଁ ଗ୍ରାମ କଳାକାରଙ୍କ ଦ୍ବାରା ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜନ ହୋଇଛି। ଏହି ମେଳା ପଡ଼ିଆର ଏକ ତୃତୀୟାଂଶ ଭାଗ ବାଲେଶ୍ୱର ଜିଲାର ରୂପସା ଥାନା ଅନ୍ତର୍ଗତ ହସନପୁର ପଞ୍ଚାୟତ ଅଧିନରେ ଆସୁଥିବା ବେଳେ ଅବଶିଷ୍ଟ ଅଂଶ ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ପୁରୁଣିଆ ପଞ୍ଚାୟତ ଅଧୀନରେ ରହିଛି। ଉଭୟ ପଞ୍ଚାୟତ ପକ୍ଷରୁ ନିଜ ନିଜ ଅଂଶକୁ ନିଲାମ କରାଯାଇଥାଏ। ତେବେ ଲକ୍ଷାଧିକ ଜନସମାଗମ ହେଉଥିବା ସ୍ଥଳେ ଶୌଚାଳୟ କିମ୍ବା ପାନୀୟଜଳ ବନ୍ଦୋବସ୍ତ କରାଯାଇ ନାହିଁ। ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଥିଲେ ମଧ୍ୟ ତାହା ଆବଶ୍ୟକତା ପୂରଣ କରିବାରେ ବିଫଳ ହୋଇଛି। ବୈଶିଙ୍ଗା ଥାନା ପକ୍ଷରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଡରା ଗ୍ରାନାଇଟ୍‌ ପଥର ଖଣି ନଂ-୨ରେ ଚଞ୍ଚକତା: ୨୦କୋଟିର ବେଆଇନ ଉତ୍ତୋଳନ

ଯୋଡ଼ା, ୨୧।୭(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ବଡ଼ବିଲ ତହସିଲ ତଥା ଯୋଡ଼ା ବ୍ଲକ ଅନ୍ତର୍ଗତ କଣ୍ଡରାଠାରେ ଥିବା ଏକ ଗ୍ରାନାଇଟ୍‌ ପଥର ଖଣିରୁ ବେଆଇନ ଭାବେ ପଥର...

ଅନୁଗୋଳରେ ସୁସ୍ଥ ହେଲେ ୧୫ କରୋନା ଆକ୍ରାନ୍ତ

ଅନୁଗୋଳ ଅଫିସ,୨୨।୫-ଅନୁଗୋଳ ଜିଲାରେ ଗତକାଲି ସୁଦ୍ଧା ୧୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଶୁକ୍ରବାର ୧୫ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।...

ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ମେଶିନ ଉଦ୍‌ଘାଟିତ

ବୌଦ୍ଧ, ୨୯ା୪(ସ୍ବ.ପ୍ର.): ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ବୁଧବାର ନୂତନ ଅଲଟ୍ରାସାଉଣ୍ଡ ମେଶିନ ଉଦ୍‌ଘାଟନ କରାଯାଇଛି। ବିଧାୟକ ପ୍ରଦୀପ କୁମାର ଅମାତ ଏହି ମେଶିନର ଉଦ୍‌ଘାଟନ କରିଥିଲେ।...

କାମରେ ଲାଗୁନି ଜମି ପଟ୍ଟା: ତହସିଲ ଆଗରେ ଭୂମିହୀନଙ୍କ ଧାରଣା

ବାଲିଆ,୫ା୧୨: ବିରିଡ଼ି ତହସିଲ ଅଧୀନ କୁଳକଇଜଙ୍ଗା ପଞ୍ଚାୟତ ସମେତ ଅନ୍ୟ କେତେକ ପଞ୍ଚାୟତର ଭୂମିହୀନଙ୍କୁ ତହସିଲ ପ୍ରଶାସନ ପକ୍ଷରୁ ଜମିପଟ୍ଟା ପ୍ରଦାନ କରାଯାଇଥିଲା। ମାତ୍ର ସେହି...

ବାସୁଦେବପୁର ବ୍ଲକ ପରିସରରେ କଂଗ୍ରେସର ଗଣଧାରଣା

ବାସୁଦେବପୁର,୨୪।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାଶନ କାର୍ଡରେ ଅନିୟମିତତା, ଦୁର୍ନୀତି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବ୍ଲକ...

କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର : ୪ ସହପାଠୀ ଛାତ୍ର ଅଟକ, ପୋଲିସ ତନାଘନା

ସୁନ୍ଦରଗଡ଼, ୧୬।୭ (ଡି.ଏନ୍‌.ଏ.) -ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅଞ୍ଚଳରେ ଥିବା ଏକ କଲେଜର ଜଣେ ଯୁକ୍ତ ୩ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ...

ରିଲିଫ ପାଣ୍ଠିକୁ ଦାନ କଲେ ଏସ୍‌ଏଚଜି

ବାଲେଶ୍ୱର ଅଫିସ, ୮।୪: କରୋନା ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛି।...

ଧରିତ୍ରୀ ପ୍ରଭାବ: ଖୋଲିଲା ଓ୍ବାଚ ଟାଓ୍ବାର

କେନ୍ଦୁଝର, ୧ା୨(ସ୍ବ.ପ୍ର.): ପାଟଣା ବ୍ଲକ ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଓ୍ବାଚ ଟାଓ୍ବାରକୁ ଜିଲା ପ୍ରଶାସନ ମକର ପୂର୍ବ ଦିନ ଉଦ୍‌ଘାଟନ କରିଥିଲେ।...

Play 250+ Trending Games
Archives

Model This Week

Why Dharitri