ଦୁଇଦିନରେ ଅଣ୍ଡା ଦେଲେ ୧୧୦ ଅଲିଭ୍‌ରିଡ୍‌ଲେ

ଗଞ୍ଜାମ,୧୯ା୩(ଡି.ଏନ.ଏ.) ପୁରୁଣାବନ୍ଧ ନିକଟସ୍ଥ ଋଷିକୁଲ୍ୟା ମୁହାଣରେ ଗତ ଫେବୃୟାରୀ ପ୍ରଥମ ସପ୍ତାହରୁ ବିରଳ ସାମୁଦ୍ରିକ କଇଁଛ ଅଲିଭ୍‌ରିଡ୍‌ଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୪୫ କଇଁଛ ଅଣ୍ଡାଦାନ କରିଥିଲେ। ଗଣ ଅଣ୍ଡାଦାନ ଆରମ୍ଭ ହୋଇ ନ ଥିବାରୁ ପ୍ରୟାଗୀସ୍ଥିତ ହାଚେରୀରେ ଅଣ୍ଡାଗୁଡିକ ସଂଗ୍ରହ କରି ରଖାଯାଇଛି। ସେବେଠାରୁ ପ୍ରତିଦିନ କଁା ଭଁା ୩ କିମ୍ବା ୪ କଇଁଛ ଅଣ୍ଡାଦାନ କରୁଥିଲେ। ମଙ୍ଗଳବାର ୫୪ ଓ ବୁଧବାର ୫୬ କଇଁଛ ଅଣ୍ଡାଦାନ କରିଥିବା ରମ୍ଭା ବନଖଣ୍ଡ ଅଧିକାରୀ ସୋମନାଥ ମଲିକ କହିଛନ୍ତି। ଦୁଇଦିନରେ ମୋଟ ୧୧୦ କଇଁଛ ଅଣ୍ଡାଦାନ କରିଛନ୍ତି। ବୁଧବାର କଇଁଛଙ୍କ ଗତିବିଧି ଲକ୍ଷ୍ୟ କରିବା ପାଇଁ ଜିଲା ବନଖଣ୍ଡ ଅଧିକାରୀ, ରମ୍ଭା ବନାଞ୍ଚଳ ଅଧିକାରୀ ମଲିକ ଓ ଅନ୍ୟାନ୍ୟ କର୍ମଚାରୀ ସମୁଦ୍ର ମଧ୍ୟକୁ ସ୍ପିଡ ବୋଟରେ ଯାଇ ଅନୁଧ୍ୟାନ କରିଛନ୍ତି। ଏଥିପାଇଁ ଋଷିକୁଲ୍ୟା ମୁହାଣରେ କଡ଼ା ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଥିବା ସେ ସୂଚନା ଦେଇଛନ୍ତି। ଅଣ୍ଡାଦାନ ସମୟରେ ସମ୍ପୃକ୍ତ ଅଞ୍ଚଳରେ ମାଛଧରା ବାରଣ କରାଯାଇଛି। ପାଗ ଅନୁକୂଳ ନଥିବା ଏବଂ ବେଳାଭୂମି ଅବକ୍ଷୟ ଯୋଗୁ ଗଣ ଅଣ୍ଡାଦାନ ହେଉ ନ ଥିବା ପରିବେଶବିତ୍‌ମାନେ କହିଛନ୍ତି।
ଏ ସମ୍ପର୍କରେ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଅମ୍ଳାନ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଗଣ ଅଣ୍ଡାଦାନ ପ୍ରକ୍ରିୟା ଆଶା ଦୃଢୀଭୂତ ହୋଇଛି। ଗୋଟିଏ କଇଁଛ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଅଣ୍ଡା ଦେଉଛନ୍ତି। ଦକ୍ଷିଣା ପବନ ବହିବା ଧୀରେଧୀରେ ଆରମ୍ଭ ହେଲାଣି। ତେଣୁ ଖୁବ୍‌ଶୀଘ୍ର ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଅନୁମାନ କରାଯାଉଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମିସ୍‌ ଟିନ୍‌ ଡିଭା ଇଣ୍ଡିଆ ଇଣ୍ଟରନ୍ୟାଶନାଲ’: ଟାଇଟଲ ଜିତିଲେ ଓଡ଼ିଆ ଝିଅ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ନୂଆଦିଲ୍ଲୀରେ ଅନୁଷ୍ଠିତ ମିସ୍‌ ଟିନ୍‌ ଡିଭା ଇଣ୍ଡିଆ ଇଣ୍ଟରନ୍ୟାଶନାଲ ୨୦୧୯ ଟାଇଟଲ ଜିତିଛନ୍ତି ଓଡ଼ିଆ ଝିଅ ଲାବଣ୍ୟା ଦାସ। ଭୁବନେଶ୍ୱର ୟୁନିଟ୍‌-୮ ଡିଏଭିରେ ଦଶମ...

ଉବ୍ଦିଦ ବିଜ୍ଞାନ ସମ୍ମାନରେ ପ୍ରୀତିସୁଧା ଟପ୍ପର

ରୂପ୍‌ସା, ୧୩।୬(ଡି.ଏନ.ଏ.)-ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଉବ୍ଦିଦ ବିଜ୍ଞାନ ସମ୍ମାନରେ ଚଳିତବର୍ଷ ଛାତ୍ରୀ ପ୍ରୀତିସୁଧା ମହାପାତ୍ର ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି ା ବାଲେଶ୍ୱର ଜିଲା...

ମୌଳିକ ସୁବିଧାରୁ ବଞ୍ଚିତ ଅଭିଯୋଗ

ବ୍ରହ୍ମପୁର ଅଫିସ,୫ା୮-ବ୍ରହ୍ମପୁର ସହରକୁ ସ୍ବଚ୍ଛ, ସୁନ୍ଦର ଓ ବିକାଶ ପଥରେ ଆଗେଇ ନେବାକୁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି। ବିଏମ୍‌ସି...

ପୁରସ୍କାର ବିତରଣ ସମୟରେ ଅସୁସ୍ଥ ହୋଇପଡ଼ିଲେ ଆର୍‌ଡିସି

ଖୋର୍ଦ୍ଧା ଅଫିସ,୧୫।୮: ଖୋର୍ଦ୍ଧା ବିଜେବି ହାଇସ୍କୁଲ ଖେଳ ପଡ଼ିଆରେ ୭୩ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ(ଆରଡିସି) ଅନୀଲ କୁମାର...

ପ୍ରଦୀପ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ

ଭୁବନେଶ୍ୱର, ୮।୫(ବ୍ୟୁରୋ): କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏମ୍‌ସରେ ଚିକିତ୍ସାଧୀନ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ଏମ୍‌ସ୍‌...

ଓଡ଼ିଶା ବନ୍ଦକୁ ନେଇ ଭାଜପାର କଟାକ୍ଷ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି, ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ କଂଗ୍ରେସ ଦଳ ପାଇଁ ପ୍ରସଙ୍ଗ ନୁହେଁ। ରାଜ୍ୟରେ ଭୋଟ୍‌...

ସ୍କୁଲ ପାଠ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର, ୨୪।୬(ବ୍ୟୁରୋ): ବିଦ୍ୟାଳୟ ପାଠ୍ୟକ୍ରମରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ସ୍ଥାନ ପାଇଛି। ପ୍ରଥମ ଭାଷା ଓଡ଼ିଆ ବିଷୟରେ ‘ବନ୍ଦେ ଉତ୍କଳ ଜନନୀ’କୁ ସ୍ଥାନ...

ବଲାଙ୍ଗୀର ଏମ୍‌ପି ସଙ୍ଗୀତା ସିଂଦେଓଙ୍କୁ ବିରୋଧ

ବଲାଙ୍ଗୀର ଅଫିସ, ୧୭।୮: ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓଙ୍କୁ ବଲାଙ୍ଗୀରରେ ସମାଜକର୍ମୀ ଲଳିତ କୁମାର ନାୟକ ଓ ତାଙ୍କ ସମର୍ଥକମାନେ ଶନିବାର ବିରୋଧ କରିଛନ୍ତି।...

Advertisement
Archives

Model This Week