ଦୁଇଘଣ୍ଟା ବିଳମ୍ବରେ ଛାଡିଲା ଟ୍ରେନ୍‌

ବ୍ରହ୍ମପୁର ଅଫିସ,୨୯ା୨ – ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଲାଗି ସ୍ବତନ୍ତ୍ର ଟ୍ରେନ ଶୁକ୍ରବାର ବ୍ରହ୍ମପୁର ରେଳ ଷ୍ଟେଶନରୁ ଯାତ୍ରା ଆରମ୍ଭ କରିଛି। ଏହି ଟ୍ରେନକୁ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ମାତ୍ର ପର୍ଯ୍ୟଟନ ବିଭାଗ ଓ ବିଏମସି କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ତୀର୍ଥଯାତ୍ରୀଙ୍କ ତାଲିକାରେ ତ୍ରୁଟି ଥିବା ଦେଖିବାକୁ ମିଳିଥିଲା। ଫଳରେ ଟ୍ରେନ ଛାଡିବାରେ ବିଳମ୍ବ ହୋଇଥିଲା।
ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡାଙ୍କ ଦୃଷ୍ଟିଗୋଚର ପରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବଙ୍କ ଉପସ୍ଥିତିରେ ତ୍ରୁଟି ସମାଧାନ ପରେ ଟ୍ରେନଟି ୨ ଘଣ୍ଟା ବିଳମ୍ବରେ ବ୍ରହ୍ମପୁର ଷ୍ଟେଶନ ଛାଡିଥିଲା।
ତୀର୍ଥଯାତ୍ରା ପାଇଁ ଯିବାକୁ ବ୍ରହ୍ମପୁର ରେଳଷ୍ଟେଶନରେ ବରିଷ୍ଠ ନାଗରିକମାନେ ଆସି ପହଞ୍ଚିଥିଲେ। ତେବେ ବ୍ରହ୍ମପୁର ମହାନଗର ନିଗମ (ବିଏମସି) ଅଞ୍ଚଳର କେତେଜଣଙ୍କ ନାମ ତାଲିକାରେ ନ ଥିବା ସେଠାରେ ଅଭିଯୋଗ ହୋଇଥିଲା। ଏ ନେଇ ବିଏମସି ଅଞ୍ଚଳର କେତେଜଣ ପୂର୍ବତନ କର୍ପୋରେଟର ଓ ଜନପ୍ରତିନିଧି ଏମ୍‌ପି ଓ ଜିଲାପାଳଙ୍କୁ ଜଣାଇଥିଲେ। ପୁଣି ଯାଞ୍ଚ ହେବାରୁ ପର୍ଯ୍ୟଟନ ବିଭାଗ ଓ ବିଏମସି କର୍ତ୍ତୃପକ୍ଷଙ୍କ ସମନ୍ବୟ ଅଭାବରୁ କିଛି ଯାତ୍ରୀଙ୍କ ନାମ ତାଲିକାରେ ନ ଥିବା ଜଣାପଡିଥିଲା। ଜିଲା ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ କହିଛନ୍ତି, ପୂର୍ବରୁ ୬୫ ଜଣଙ୍କ ନାମ ତାଲିକାରେ ସାମିଲ କରାଯାଇଥିଲା। ସିଟ ଖାଲି ରହିଥିବାରୁ ପରବର୍ତ୍ତୀ ସମୟରେ ବିଏମସି ଅଞ୍ଚଳର ଆଉ ୧୧୧ ଜଣଙ୍କୁ ତାଲିକାଭୁକ୍ତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଅନ୍ତିମ ପର୍ଯ୍ୟାୟରେ କେତେଜଣଙ୍କ ନାଁ ତାଲିକାରେ ନ ଥିବା ଦେଖିବାକୁ ମିଳିଥିଲା। ଜିଲାପାଳ, ଉପଜିଲାପାଳ, ଏମପି, ବିଧାୟକଙ୍କ ସହଯୋଗକ୍ରମେ ବିଏମସିର ମୋଟ ୧୭୬ ତୀର୍ଥଯାତ୍ରୀଙ୍କୁ ଟିକେଟ ଦିଆଗଲା। ଏଥିପାଇଁ ଟ୍ରେନଟି ୨ ଘଣ୍ଟା ବିଳମ୍ବରେ ବ୍ରହ୍ମପୁର ଷ୍ଟେଶନରୁ ଛାଡିଥିବା ପର୍ଯ୍ୟଟନ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାସକ୍ତ ଶିକ୍ଷକଙ୍କୁ ନିଲମ୍ବନ କଲେ ଜିଲା ଶିକ୍ଷାଧିକାରୀ

ଧରାକୋଟ,୨୩ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଖଜୁରିପଦା ବିଦ୍ୟାଳୟର ଜଣେ ଶିକ୍ଷକ ନିଶାସକ୍ତ ଅବସ୍ଥାରେ ସ୍କୁଲକୁ ଆସୁଥିବାରୁ ସୋମବାର ତାଙ୍କୁ ନିଲମ୍ବିତ କରାଯାଇଛି। ସେ ହେଲେ ସୀମାଞ୍ଚଳ...

ଦିଗପହଣ୍ଡି କ୍ୱାରାଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା ଅଭିଯୋଗ: ସୁରଟ ଫେରନ୍ତାଙ୍କ ହୋହଲ୍ଲା

ଦିଗପହଣ୍ଡି,୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଆଦିବାସୀ ହଷ୍ଟେଲ କ୍ୱାରାଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା ପ୍ରତିବାଦରେ ସୋମବାର ସକାଳେ ବହୁସଂଖ୍ୟକ ସୁରଟ ଫେରନ୍ତା ହୋହଲ୍ଲା କରିଥିଲେ।...

ଆହତଙ୍କୁ ମେଡିକାଲ ନେଲେ ତହସିଲଦାର

ପୁରୁଷୋତ୍ତମପୁର,୧ା୧(ଡି.ଏନ.ଏ.): ପୁରୁଷୋତ୍ତମପୁର ଥାନା ଭାଟକୁମରଡା ନିକଟରେ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାରେ ବୁଧବାର ସନ୍ଧ୍ୟାରେ ଏକ ଅଟୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୨ଜଣ...

ଭିଡିଓ ବାର୍ତ୍ତା ଜାରି କଲେ ଗଞ୍ଜାମ ଜିଲାପାଳ: କଣ୍ଟାକ୍ଟ ଡାଇରୀ ରଖିବାକୁ ପରାମର୍ଶ

ଛତ୍ରପୁର,୨୯ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଅଧିକ କରୋନା ସଂକ୍ରମିତ ଅଛନ୍ତି। ତେଣୁ ଜିଲାର ଜନସାଧାରଣ ସଚେତନ ହୋଇ ଘର ଛାଡି ବାହାରକୁ ବାହାରନ୍ତୁନି। ଆବଶ୍ୟକ ସାମଗ୍ରୀ ପାଇଁ...

ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ବଳାତ୍କାର, ଅଭିଯୁକ୍ତ ଅଟକ

  ପୁରୁଷୋତ୍ତମପୁର,୩୧ା୧୨ (ଡି.ଏନ.ଏ.)-ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ସୋମବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି...

ଆଇସୋଲେଶନ କେନ୍ଦ୍ରର ପ୍ରସ୍ତୁତି କାର୍ଯ୍ୟ ତଦାରଖ କଲେ ଜିଲାପାଳ

ଶେରଗଡ଼,୨୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଆଦର୍ଶ ବିଦ୍ୟାଳୟରେ ପ୍ରଶାସନ ପକ୍ଷରୁ ଏକ ଆଇସୋଲେଶନ କେନ୍ଦ୍ର ଖୋଲାଯାଇଛି। ବୁଧବାର ସନ୍ଧ୍ୟାରେ ସୁରଟରୁ ଫେରୁଥିବା ୧୧୪ ଜଣଙ୍କୁ ଏଠାରେ...

ଆନ୍ଧ୍ରକୁ ବେଆଇନ ବାଲି ଚାଲାଣ: ୮ ଟ୍ରକ୍‌ ଜବତ

ଚିକିଟି,୨୮ା୫(ଡି.ଏନ.ଏ.)-ଚିକିଟି ବ୍ଲକ୍‌ ଗିରିସୋଲା ଗ୍ରାମ ନିକଟରେ ପଡୋଶୀ ରାଜ୍ୟ ଆନ୍ଧ୍ରକୁ ବେଆଇନ୍‌ ବାଲି ଚାଲାଣ ହେଉଥିବାବେଳେ ଗୁରୁବାର ଚିକିଟି ତହସିଲ୍‌ଦାର ହରପ୍ରସାଦ ଭୋଇ ଚଢାଉ କରି...

କବାଟ ଭାଙ୍ଗି ସୁନା ଅଳଙ୍କାର, ମୋବାଇଲ ଲୁଟ୍‌:  ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ୍‌ର ତଦନ୍ତ

ଦିଗପହଣ୍ଡି,୩୧ା୧୦(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ବମକେଇ ଗଁା ପତିତପାବନ ସାହିର ବିଜୟ କୁମାର ପ୍ରଧାନଙ୍କ ଘରୁ ଦୁର୍ବୃତ୍ତମାନେ ମଙ୍ଗଳବାର ରାତିରେ ପ୍ରାୟ ୪ ଭରି ଓଜନର ସୁନାଗହଣା, ୪୦...

Advertisement
Archives

Model This Week