ଦୀପ ଜଳାଇବା ସମୟରେ ଥାଳି ଭଳିି ଭୁଲ ନ ଦୋହରାଇବାକୁ ପରାମର୍ଶ ଦେଲେ ମୋଦି

ନୂଆଦିଲ୍ଲୀ,୩।୪: ସାରା ଦେଶ ମହାମାରୀ କରୋନା ଭାଇରସ୍‌ ବିରୋଧରେ ଲଢ଼େଇ ଜାରି ରଖିଛି। କରୋନା ଭାଇରସ୍‌କୁ ବ୍ୟାପିବାରୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଶୁକ୍ରବାର ଲକ୍‌ଡାଉନ୍‌ର ନବମ ଦିନ ହୋଇଥିବା ବେଳେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳ ୯ଟାରେ ଦେଶବାସୀଙ୍କୁ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଏହି ଭିଡିଓ ବାର୍ତ୍ତାରେ ସେ ଜନତାଙ୍କୁ ଏପ୍ରିଲ ୫ ତାରିଖ ରାତି ୯ଟାରେ ୯ ମିନିଟ୍‌ ପର୍ଯ୍ୟନ୍ତ ଘରେ ଦୀପ, ମହମବତୀ, ଟର୍ଚ୍ଚ ଲାଇଟ ବା ମୋବାଇଲର ଫ୍ଲାସ୍‌ ଲାଇଟ ଜଳାଇବାକୁ ଅପିଲ୍‌ କରିଛନ୍ତି। ଏହି ଦୀପ ପ୍ରଜ୍ୱଳନ ଦ୍ୱାରା ସାରା ଦେଶ ଉଜ୍ଜ୍ୱଳମୟ ହେବା ସହ ସାମୂହିକ ଶକ୍ତିର ଏକ ବାର୍ତ୍ତା ଦେବ। ଏହାଦ୍ୱାରା ୧୩୦କୋଟି ଦେଶବାସୀଙ୍କର ସୁପର ପାଓ୍ବାର ବା ମହାଶକ୍ତି ଜାଗ୍ରତ ହେବ ବୋଲି ମୋଦି କହିଛନ୍ତି। ତେବେ ଦୀପ ଜଳାଇବା ସମୟରେ ଥାଳି ପରି ଭୁଲକୁ ନ ଦୋହରାଇବା ପାଇଁ ମୋଦି ସମସ୍ତଙ୍କୁ ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି, ଘରେ ରହି ସମସ୍ତେ ଏହି ଆୟୋଜନ କରନ୍ତୁ। ବାହାର ନ ବାହାରିବା ସହ କୌଣସି ଏକ ସ୍ଥାନରେ ଭିଡ଼ ଏକତ୍ରିତ ନ କରି ଏବଂ ସାମାଜିକ ଦୂରତ୍ୱ ବଜାୟ ରଖି ଦୀପ ପ୍ରଜ୍ୱଳନକୁ ସଫଳ କରିବାକୁ ମୋଦି ଦେଶବାସୀଙ୍କୁ ଅପିଲ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ହେବ ଯୋଗୀ ୨.୦ ଶପଥଗ୍ରହଣ ସମାରୋହ: ୨ ଘଣ୍ଟା ଧରି ସବୁ ମନ୍ଦିରରେ ବାଜିବ ଘଣ୍ଟ

ଲକ୍ଷ୍ନୌ,୨୧।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ଦ୍ୱିତୀୟଥର ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢିବାକୁ ଯାଉଛି। ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଆସନ୍ତା ମାର୍ଚ୍ଚ ୨୫ରେ ଶପଥଗ୍ରହଣ...

ପୃଥିବୀରେ କରୋନା ସଂକ୍ରମଣ କରି ଏବେ ଔଷଧ ପ୍ରସ୍ତୁତି କଞ୍ଚାମାଲକୁ ୫ ଗୁଣା ଅଧିକ ଦାମରେ ବିକୁଛି ଚାଇନା

ନୂଆଦିଲ୍ଲୀ/ବେଜିଂ,୧୯।୪: ସାରା ପୃଥିବୀରେ କରୋନା ସଂକ୍ରମଣ କରିବା ପରେ ଏବେ ଚାଇନା ନିଜର ଅର୍ଥନୀତିକୁ ସଜାଡ଼ିବା ଲାଗି ନୂଆ ଉପାୟ ଆପଣେଇବାରେ ଲାଗିଛି। କରୋନା ମୁକାବିଲା...

କେରଳ ଯୋଗୁ ବଢୁଛି ଦୈନିକ ସଂକ୍ରମଣ-ମୃତ୍ୟୁସଂଖ୍ୟା…

ନୂଆଦିଲ୍ଲୀ,୨୫।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବୃଦ୍ଧି...

ଅଭିନନ୍ଦନଙ୍କୁ ଦେଖି ସଚିନ ତେନ୍ଦୁଲକରଙ୍କ ଲୋମ ଟାଙ୍କୁରି ଉଠିଲା

ଗାଜିଆବାଦ,୯।୧୦:ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ସୋମବାର ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଗାଜିଆବାଦରେ ହିଣ୍ଡୋନ ଏୟାର ବେସ୍‌ରେ ପହଞ୍ଚିଥିଲେ। ଏହି ଅବସରରେ ପାକିସ୍ତାନର ଏଫ-୧୬ ଯୁଦ୍ଧ...

୧୦ ବର୍ଷ ମଧ୍ୟରେ ଦେଶର ୪୦ ପ୍ରତିଶତ ଲୋକ ସହରରେ କରିବେ ବାସ

ନୂଆଦିଲ୍ଲୀ, ୧୮।୮: ଦେଶର ୪୦ ପ୍ରତିଶତ ଜନସଂଖ୍ୟା ସହରରେ ବାସ କରିବେ। ଆସନ୍ତା ୧୦ ବର୍ଷ ମଧ୍ୟରେ ୨୦୩୦ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ ହେବ...

ଏଲ୍‌ଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟିଲେ ଚିରାଗ

ନୂଆଦିଲ୍ଲୀ,୧୫।୬: ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ରେ ଦଳ କନ୍ଦଳ ବଢ଼ିବାରେ ଲାଗିଛି। ମଙ୍ଗଳବାର ଚିରାଗ ପାସଓ୍ବାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ସୁରଜଭାନଙ୍କୁ...

ଇସ୍ତଫା ଦେଲେ ପ୍ରମୋଦ ସାଓ୍ବନ୍ତ

ପଣଜୀ,୧୨।୩: ଗୋଆ ବିଧାନସଭା ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଥିବାବେଳେ ଶନିବାର ପ୍ରମୋଦ ସାଓ୍ବନ୍ତ ମୁଖ୍ୟମନ୍ତ୍ରୀ...

ବୀମା କମ୍ପାନୀଙ୍କୁ ଝଟ୍‌କା, ଯେ କୌଣସି ମତେ ଦେବାକୁ ପଡ଼ିବ ଦୁର୍ଘଟଣା କ୍ଷତି ପୂରଣ…

ନୂଆଦିଲ୍ଲୀ,୨୧।୧୧: ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରାଯାଇଛି। ମୋଟର ଦୁର୍ଘଟଣାରେ ଯେକୌଣସି ମତେ କ୍ଷତିପୂରଣ ଦେବାକୁ ବୀମା କମ୍ପାନୀଗୁଡ଼ିକୁ କୁହାଯାଇଛି। ଏହାଦ୍ୱାର ବୀମା...

Advertisement
Archives

Model This Week