Posted inଜାତୀୟ

ଦିଲ୍ଲୀ ହିଂସା: ସ୍କାନରରେ ହ୍ବାଟସ୍‌ ଆପ୍‌ ଗ୍ରୁପ

ନୂଆଦିଲ୍ଲୀ,୨୭।୨: ଉତ୍ତର-ପୂର୍ବ ଦିଲ୍ଲୀରେ ବେଳକୁ ବେଳ ହିଂସା ଉଗ୍ରରୂପ ନେଇଥିବାରୁ ସମସ୍ତଙ୍କ ଚିନ୍ତା ବଢିଯାଇଛି। ବିଶେଷ ଭାବେ ଦିଲ୍ଲୀ ବାହାରର ଲୋକେ ହିଂସା ବଢାଉଥିବା ଅନୁମାନ କରି ଏବେ ଏମାନଙ୍କ ଉପରେ କଡା ନଜର ରଖାଯାଇଛି। ଏହାସହ ହ୍ବାଟସ୍‌ ଆପ୍‌ ଗ୍ରୁପ ମାଧ୍ୟମରେ ହିଂସା ବଢୁଥିବା ଅନୁମାନ କରାଯାଇ ଏହାକୁ ମଧ୍ୟ ସ୍କାନରରେ ରଖାଯାଇଥିବା ଜଣାପଡିଛି। ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସାକୁ ନେଇ ୧୮ ଏଫ୍‌ଆଇଆର ଦାଖଲ କରାଯାଇଥିବା ବେଳେ ପୋଲିସ ୧୦୬ ଜଣଙ୍କୁ ଗିରଫ କରିଛି। ସୋମବାର ସକାଳୁ ଆରମ୍ଭ ହୋଇଥିବା ଏହି ହିଂସାକୁ ନେଇ ଏବେ ରଜନୀତି ମଧ୍ୟ ଆରମ୍ଭ ହୋଇଗଲାଣି। ଏବେସୁଦ୍ଧା ସେଠାରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସୂଚନାଯୋଗ୍ୟ, ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଆରମ୍ଭ କରାଯାଇଥିବା ବିରୋଧ ପ୍ରଦର୍ଶନ, ପରେ ହିଂସାର ରୂପ ନେଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ଜୀବନହାନୀ ମଧ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫୩ ନାଗା ଉଗ୍ରପନ୍ଥୀଙ୍କ ଆତ୍ମସମର୍ପଣ

ନୂଆଦିଲ୍ଲୀ, ୨୭।୧୨ (ଆଇଏଏନ୍‌ଏସ୍‌): ନାଗାଲାଣ୍ଡର ନ୍ୟାଶନାଲ ସୋସିଆଲିଷ୍ଟ କାଉନ୍‌ସିଲ୍‌ (କେ-ୟୁଙ୍ଗ ଅଙ୍ଗ୍‌) ଉଗ୍ରପନ୍ଥୀ ସଂଗଠନର ଶୀର୍ଷ ନେତା ୫୨ ଜଣ କ୍ୟାଡରଙ୍କ ସହ ଆତ୍ମସମର୍ପଣ କରିଛନ୍ତି।...

ସରକାରୀ ହସ୍ପିଟାଲରୁ ଉଦ୍ଧାର ହେଲା ୩ଫୁଟର ଝିଟିପିଟି

ଫତେହବାଦ,୨୫।୬: ହରିୟାଣାର ଫତେହବାଦର ତୋହାନା ନିକଟସ୍ଥ ସରକାରୀ ହସ୍ପିଟାଲର ଏମାରଜେନ୍ସୀ ଓ୍ବାର୍ଡରୁ ଏକ ବିଶାଳକାୟ ଝିଟିପିଟିକୁ ଉଦ୍ଧାର କରାଯାଇଛି। ଏହି ଝିଟିପିଟିର ଲମ୍ବ ପ୍ରାୟ ୩ଫୁଟ...

ସମଲିଙ୍ଗୀ ଦମ୍ପତି ହେଲେ ଭାରତ-ପାକିସ୍ତାନ ଯୁବତୀ: କାଲିଫର୍ନିଆରେ କଲେ ବିବାହ; ସୋସିଆଲ୍‌ ମିଡ଼ିଆରେ ଭାଇରାଲ

କାଲିଫର୍ନିଆ,୩୧।୮: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଦୁଇ ଦେଶର ୨ ଯୁବତୀ ବିବାହ କରି ସମଲିଙ୍ଗୀ ଦମ୍ପତି ହୋଇଛନ୍ତି। ଭାରତର ବିୟାଙ୍କା ପାକିସ୍ତାନର ସାୟମାଙ୍କୁ...

୫୦ ବର୍ଷ ଧରି ପାକିସ୍ତାନ ଜେଲରେ: ରେଡ଼ିଓରେ ଦେଇଥିଲେ ଜୀବିତ ଥିବା ସୂଚନା

ନୂଆଦିଲ୍ଲୀ, ୧୭।୮: ପାକିସ୍ତାନ ଜେଲରେ ଗତ ୫୦ ବର୍ଷ ଧରି ଭାରତୀୟ ଯବାନ ମଙ୍ଗଳ ସିଂ ବନ୍ଦୀ ଜୀବତ ବିତାଉଛନ୍ତି। ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧରେ...

ନିଜର ଦୋଷ ସ୍ବୀକାର କଲେ ସ୍ବାମୀ ଚିନ୍ମୟାନନ୍ଦ

ନୂଆଦିଲ୍ଲୀ,୨୦।୯: ଶାହାଜାହାନପୁରରେ ଜଣେ ଆଇନ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେବା ମାମଲାରେ ଶୁକ୍ରବାର ସ୍ବାମୀ ଚନ୍ମୟାନନ୍ଦଙ୍କୁ ଗିରଫ କରାଯାଇଥିଲା। ଏହାପରେ ଚିନ୍ମୟାନନ୍ଦ ନିଜ ଦୋଷ ସ୍ବୀକାର...

୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା: ସାମ୍‌ ପିଟ୍ରୋଡାଙ୍କ ମନ୍ତବ୍ୟକୁ ନେଇ ଝଡ଼

ନୂଆଦିଲ୍ଲୀ/ଶିମ୍‌ଲା,୧୧ା୫(ପି.ଟି.): ସାଧାରଣ ନିର୍ବାଚନର ଆଉ ଦୁଇଟି ପର୍ଯ୍ୟାୟ ମତଦାନ ବାକି ଥିବାବେଳେ କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅଡୁଆରେ ପଡ଼ିଛି ଦଳ। ୧୯୮୪ ଶିଖ୍‌...

ବାଜପେୟୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କଲେ ମୋଦି

ଲକ୍ଷ୍ନୌ,୨୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ବୁଧବାର ଉତ୍ତରପ୍ରଦେଶ ଲକ୍ଷ୍ନୌସ୍ଥିତ ଲୋକ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରତିମୂର୍ତ୍ତି ଲୋକାର୍ପଣ...

ଏନ୍‌ଡ଼ିଏ ଫାଟର ପ୍ରଭାବ ମହାରାଷ୍ଟ୍ରରୁ ଝାଡ଼ଖଣ୍ଡରେ ପହଞ୍ଚିଲା: ଏଲ୍‌ଜେପି ଏକା ନିର୍ବାଚନ ଲଢ଼ିବାକୁ ଘୋଷଣା କଲା

ରାଞ୍ଚି,୧୨।୧୧: ମହାରାଷ୍ଟ୍ରରେ ଏନ୍‌ଡ଼ିଏ ସହଯୋଗୀ ଶିବସେନା ଓ ଭାଜପା ମଧ୍ୟରେ ହୋଇଥିବା ଫାଟର ପ୍ରଭାବ ଏବେ ଝାଡ଼ଖଣ୍ଡରେ ପହଞ୍ଚିଛି। ଏଠାରେ ଏଲ୍‌ଜେପି ଏକା ନିର୍ବାଚନ ଲଢ଼ିବାକୁ...

Advertisement


Archives

Model This Week