Posted inଜାତୀୟ

ଦିଲ୍ଲୀ ହିଂସା: ରାଷ୍ଟ୍ରପତିଙ୍କୁ ଭେଟିଲେ ସୋନିଆ, ମନମୋହନ

ନୂଆଦିଲ୍ଲୀ,୨୭।୨: ରାଜଧାନୀ ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବ୍ୟାପିଥିବା ହିଂସା ଉଗ୍ର ରୂପ ନେଇଛି। ଏଭଳି ପରିସ୍ଥିତିକୁ ଦେଖି କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କଂଗ୍ରେସ ପ୍ରତିନିଧି ମଣ୍ଡଳଙ୍କ ସହ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ୍‌ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଦିଲ୍ଲୀରେ ଗତ ୪ଦିନ ହେବ ଉପୁଜିଥିବା ହିଂସାରେ ଏବେସୁଦ୍ଧା ପାଖାପାଖି ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଶହ ଲୋକ ଆହତ ହୋଇଛନ୍ତି। ଏହା କେନ୍ଦ୍ର ସରକାରଙ୍କ ବିଫଳତା ବୋଲି କଂଗ୍ରେସ ଦର୍ଶାଇଛି। ଏହାସହ ଦିଲ୍ଲୀରେ ଆଇନ ଶୃଙ୍ଖଳା ପରିସ୍ଥିତି ସୁଧାରିବା ଓ ଏହା ସ୍ବରାଷ୍ଟ ମନ୍ତ୍ରଣାଳୟର ବିଫଳତା ଦର୍ଶାଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋମବାର ସୋନିଆ-ପାଓ୍ବାର ଆଲୋଚନା

ନୂଆଦିଲ୍ଲୀ, ୧୭ା୧୧(ଆଇଏଏନ୍‌ଏସ୍‌) : ମହାରାଷ୍ଟ୍ର ରାଜନୀତି କଡ଼ ଲେଉଟାଇବାରେ ଲାଗିଛି। ଶିବସେନା ସହ ମେଣ୍ଟକରି କଂଗ୍ରେସ ଓ ଏନ୍‌ସିପି ସରକାର ଗଠନ କରିବା ଲାଗି ପ୍ରୟାସ...

କରୋନା ବିଶ୍ୱ ମହାମାରୀ ଘୋଷିତ

ନୂଆଦିଲ୍ଲୀ,୧୨ା୩: କରୋନଜନିତ ମୃତ୍ୟୁସଂଖ୍ୟା ବୁଧବାର ୪୩୦୦ ଅତିକ୍ରମ କରିଥିବାବେଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏହାକୁ ବିଶ୍ୱ ମହାମାରୀ ଘୋଷଣା କରିଛି। ସାରା ପୃଥିବୀରେ କରୋନା...

ଡେରାଡୁନ୍‌ରେ ଆର୍‌ଏସ୍‌ଏସ୍‌ ଖୋଲିବ ଆଧୁନିକ ମଦ୍ରାସା

ଡେରାଡୁନ୍‌,୨୨।୫: ଆର୍‌ଏସ୍‌ଏସ୍‌ ପକ୍ଷରୁ ଡେରାଡୁନ୍‌ରେ ଆଧୁନିକ ମଦ୍ରାସା ଖୋଲିବା ଯୋଜନା କରାଯାଇଛି। ଆର୍‌ଏସ୍‌ଏସ୍‌ର ମୁସଲମାନ୍‌ ମଞ୍ଚ ଶାଖା ପକ୍ଷରୁ ଏନେଇ ଉଦ୍ୟମ ଆରମ୍ଭ ହୋଇଛି। ମଦ୍ରାସା...

ନୀତିଶ ହେଲେ ଜେଡ଼ିୟୁ ନବ ନିର୍ବାଚିତ ବିଧାୟକ ଦଳ ନେତା

ପାଟନା,୧୫।୧୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଜେଡ଼ିୟୁ ନବ ନିର୍ବାଚତ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି। ନୀତିଶଙ୍କ ବାସ ଭବନରେ ରବିବାର...

ସ୍ବଦେଶ ଫେରିିଲା ପଣ୍ଡିତ ଯଶରାଜଙ୍କ ପାର୍ଥିବ ଶରୀର

ମୁମ୍ବାଇ,୧୯।୮: ଶାସ୍ତ୍ରୀୟ ସଙ୍ଗୀତର ପ୍ରସିଦ୍ଧ ଗାୟକ ପଣ୍ଡିତ ଯଶରାଜଙ୍କ ଅଗଷ୍ଟ ୧୭ରେ ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଆମେରିକାର...

ଅସ୍ଥାୟୀ ଜେଲ୍‌ରେ ପରିବର୍ତ୍ତନ ହେବ ନାହିଁ ଷ୍ଟାଡିୟମ୍‌: ପୋଲିସର ଦାବିକୁ ପ୍ରତ୍ୟାଖ୍ୟାନ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୭।୧୧: ଦିଲ୍ଲୀ ପୋଲିସକୁ କେଜରିଓ୍ବାଲ ସରକାରଙ୍କ ପକ୍ଷରୁ ଏକ ଝଟ୍‌କା ମିଳିଛ। ୯ଟି ଷ୍ଟାଡିୟମ୍‌କୁ ଅସ୍ଥାୟୀ ଜେଲ୍‌ରେ ପରିଣତ କରିବା ପାଇଁ ପୋଲିସ କରିଥିବା ଦାବିକୁ...

୧୫ ମିନିଟ୍‌ ମଧ୍ୟରେ ଚା’ ପିଉଥିବାବେଳେ କ୍ଷମତାକୁ ଆସିଗଲା କେଜରିଓ୍ବାଲଙ୍କ ସରକାର

ନୂଆଦିଲ୍ଲୀ,୧୧।୨: ମାତ୍ର ୧୫ ମିନିଟ୍‌ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର କ୍ଷମତା ଦଖଲ କରିଥିବା ଖବର ପ୍ରକାଶିତ ହୋଇଛି। ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ...

ଆଇଏସ୍‌ ପାଇଁ କାମ କରୁଛନ୍ତି ଭାଜପା, ବଜରଙ୍ଗ ଦଳ କର୍ମୀ: ଦିଗ୍‌ବିଜୟ

ନୁଆଦିଲ୍ଲୀ,୬।୧୦: କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ଭାରତୀୟ ଜନତା ପାର୍ଟି(ଭାଜପା) ଓ ବଜରଙ୍ଗ ଦଳ ଉପରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଏମାନେ ପାକିସ୍ତାନର ଆତଙ୍କବାଦୀ...

Advertisement
Archives

Model This Week