ଦିଲ୍ଲୀ ରାଜପଥ ପରେଡରେ ଯୋଗଦେବେ ଓଡ଼ିଶାର ୧୧୧ ଛାତ୍ରୀଛାତ୍ର, ଜଗତ୍‌ସିଂହପୁର ଜିଲାରୁ ୪ ଛାତ୍ରୀ ସାମିଲ

ପାରାଦୀପ,୨୯ା୧୨(ସ୍ବ.ପ୍ର.): ୨୦୨୦ ଜାନୁୟାରୀ ୨୬ ସାଧାରଣ ତନ୍ତ୍ରଦିବସ ଉପଲକ୍ଷେ ହେବାକୁ ଥିବା ରାଜପଥ ପରେଡ ଓ ଗାର୍ଡ ଅଫ ହନର ପାଇଁ ଓଡ଼ିଶାରୁ ୧୧୧ଜଣ ଛାତ୍ରୀଛାତ୍ର ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ସେଥିରେ ଜଗତ୍‌ସିଂହପୁର ଜିଲାରୁ ୪ଜଣ ଛାତ୍ରୀଙ୍କୁ ସାମିଲ କରାଯାଇଛି। ସେମାନେ ହେଲେ ତିର୍ତ୍ତୋଲ କଲେଜର ଦୀପାଳି ମହାନ୍ତ, ବାଲିକୁଦା କଲେଜର କଳ୍ପନା କାଣ୍ଡି, ସୋନାଲି ମହାରଣା ଓ ପାରାଦୀପ କଲେଜର ନିବେଦିତା ତରାଇ। ଏହି ୪ ଜଣଙ୍କ ସହ କଟକ ଜିଲାର ଆଉ ୨ ଜଣ ଭୁବନେଶ୍ୱର ୧ ନଂ ବାଟାଲିୟନରୁ ସାମିଲ ହୋଇଛନ୍ତି। ଏହି ଛାତ୍ରୀଛାତ୍ରଙ୍କୁ ସ୍ଥଳସେନା ପକ୍ଷରୁ କଟକରେ ଗତ ୨ ମାସ ହେବ ପ୍ରଶିକ୍ଷଣ ଦିଆଯାଉଥିଲା। ଓଡିଶାରୁ ଦିଲ୍ଲୀ ଯାଇଥିବା ସମସ୍ତ ଛାତ୍ରୀଛାତ୍ର ଜାନୁୟାରୀ ମାସ ତମାମ ଦିଲ୍ଲୀରେ ସୈନ୍ୟବାହିନୀ ସହ ଅଭ୍ୟାସ କରିବେ। ଯାତ୍ରା ପୂର୍ବରୁ ଜଗତସିଂହପୁର ଜିଲାର ଛାତ୍ରୀମାନଙ୍କୁ ମାତା, ପିତା ଓ କଲେଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସେବାୟତ ଟିକା ନେଇଥିଲେ ଖୋଲିବ ମନ୍ଦିର

ଛତ୍ରପୁର,୨।୮(ଡି.ଏନ୍‌.ଏ.): ଚଳିତ ମାସ ୧ ତାରିଖରୁ ସାମାନ୍ୟ କଟକଣା ସହ ଶପିଂମଲ, ସିନେମାହଲ, ପାର୍କ, ବେଳାଭୂମି ଖୋଲିଛି । କିନ୍ତୁ ଧାର୍ମିକ ପୀଠ ଖୋଲିବାକୁ ଜିଲାପାଳ...

ସନ୍ଦେହରେ ଜମିକୁ ଜଳସେଚନ ଲକ୍ଷ୍ୟ

ଯୋଡ଼ା,୨୬ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ରେ ନିର୍ମାଣାଧୀନ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା କାନପୁର ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ମାତ୍ର ଯୋଜନାକୁ...

ଏସାର ଷ୍ଟିଲ ପାଇଁ ବଢୁଛି ଅଡୁଆ : ଶେଷ ହେବା ଅବସ୍ଥାରେ ଇବିଟିପିଏଲ୍‌ ଚୁକ୍ତି ଅବଧି

ପାରାଦୀପ,୧୭ା୮(ସ୍ବ.ପ୍ର.): ଦେଶର ଅନ୍ୟତମ ପ୍ରତିଷ୍ଠିତ କମ୍ପାନୀ ଏସାର ଷ୍ଟିଲ ଏବେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛି। କମ୍ପାନୀର ଦେବାଳିଆସ୍ଥିତି ପାଇଁ ବ୍ୟାଙ୍କର୍ସମାନେ ବିକ୍ରି ପାଇଁ...

ତାଳଚେରକୁ ଲାଭ ମିଳିଛି: କେନ୍ଦ୍ରମନ୍ତ୍ରୀ

ଅନୁଗୋଳ ଅଫିସ୍‌, ୨।୭  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଯୋଗୁ ଖଣି ଖାଦାନ ଅଞ୍ଚଳ ଅନୁଗୋଳ ଓ ତାଳଚେରକୁ ଲାଭ ମିଳୁଛି। କୋଇଲା କ୍ଷେତ୍ରରେ...

ଦେବ ଶିଳ୍ପୀଙ୍କୁ ଆବାହନ

ପୁରୁଷୋତ୍ତମପୁର,୧୭।୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବିଶ୍ବକର୍ମାଙ୍କ ପୂଜା ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ରଥସାହିରେ ଥିବା ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟରେ ମହାସମାରୋହରେ ଦେବ...

ମା’ ହିଙ୍ଗୁଳାଙ୍କ ମନ୍ଦିର ନିମନ୍ତେ ଭକ୍ତଙ୍କ ଦାନ, ରତ୍ନମୁଦ ଉତ୍ସବରୁ ମିଳିଲା ୨୩ ଲକ୍ଷ

ତାଳଚେର,୯ା୭(ନି.ପ୍ର.)- ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେବା ସହ...

ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୪ ବର୍ଷ ଜେଲ

ଫୁଲବାଣୀ ଅଫିସ, ୨୫ା୧୨: ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍‌ସୋ କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ...

ଟିଟୋ ଗ୍ୟାଙ୍ଗ୍‌ର ୪ ଗିରଫ

କଟକ ଅଫିସ,୨୮।୭: ଟିଟୋ ଗ୍ୟାଙ୍ଗ୍‌ ସହ ସମ୍ପୃକ୍ତ ଥିବା ୪ ଜଣ କୁଖ୍ୟାତ ଅଭିଯୁକ୍ତଙ୍କୁ ଚାଉଳିଆଗଞ୍ଜ ଥାନା ପୋଲିସ ଗିରଫ କରିଛି। ଡକାୟତି ପାଇଁ ଯୋଜନା...

Advertisement
Archives

Model This Week