ଦିଲ୍ଲୀରେ ଏସ୍‌ଆଇ ପରିବାର କରୋନା ସଂକ୍ରମିତ: ପୋଲିସ କଲୋନୀର ୩ ବ୍ଲକ ସିଲ୍‌

ନୂଆଦିଲ୍ଲୀ,୧୬।୪: ମହାମାରୀ କରୋନା ଭାଇରସ୍‌ ସାରା ଦେଶରେ କାୟା ବିସ୍ତାର କରି ଚାଲିଛି। କରୋନା ବିରୋଧରେ ଲଢ଼େଇରେ ଜାରି ରଖିଥିବା ଯୋଦ୍ଧା ଏଥିରୁ ବର୍ତ୍ତି ପାରୁ ନ ଥିବା ବେଳେ ସେମାନଙ୍କ ପରିବାର ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି। ଏହି କ୍ରମରେ ଦିଲ୍ଲୀ ପୋଲିସର ସବ୍‌-ଇନ୍ସପେକ୍ଟର(ଏସ୍‌ଆଇ)ଙ୍କ ସମେତ ତାଙ୍କ ପରିବାର କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାପରେ ଦିଲ୍ଲୀର ମଡେଲ ଟାଉନ୍‌ ପୋଲିସ କଲୋନୀର ୩ଟି ବ୍ଲକ୍‌କୁ ସିଲ୍‌ କରିଦିଆଯାଇଛି। ଏହି କଲୋନୀରେ ଏସ୍‌ଆଇ ଓ ତାଙ୍କ ପରିବାର ରହୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଏସ୍‌ଆଇଙ୍କ ପତ୍ନୀ ଏସ୍‌ଏନ୍‌ଜିପି ହସ୍ପିଟାଲରେ କାର୍ଯ୍ୟ କରନ୍ତି। ପ୍ରଥମେ ତାଙ୍କ ପତ୍ନୀ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ଏସ୍‌ଆଇ ଓ ତାଙ୍କ ପୁଅ କରୋନାରେ ଆକ୍ରାନ୍ତ ହୋଇଥିଲେ ବୋଲି ଡିଏସ୍‌ପି ସୂଚନା ଦେଇଛନ୍ତି। ତେବେ ପରିବାରର ୩ ସଦସ୍ୟ କରୋନା ପଜିଟିଭ୍‌ ବାହାରିବା ପରେ ୩ବ୍ଳକ- ଜି,ଏଚ୍‌ ଓ ଆଇକୁ ସିଲ୍‌ କରିଦିଆଯାଇଛି ବୋଲି ଡିଏସ୍‌ପି କହିଛନ୍ତି। ଅପରପକ୍ଷେ ବୁଧବାର ଦିଲ୍ଲୀ ପୋଲିସର ୨ଜଣ ଯବାନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବଚ୍ଛ ଭାରତ ଅଭିଯାନରେ ବାଜି ମାରିଲା ଏମ୍ସ: ମିଳିଲା ୩ କୋଟି ଟଙ୍କା ପୁରସ୍କାର

ନୂଆଦିଲ୍ଲୀ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ସ୍ବଚ୍ଛ ଭାରତ ଅଭିଯାନ’ରେ ପ୍ରଥମ ହୋଇଛି ଦିଲ୍ଲୀର ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)।...

ଡାକ୍ତର ସାଜିଲେ ସିରିୟଲ୍‌ କିଲର

ନୂଆଦିଲ୍ଲୀ,୧।୮: ଡାକ୍ତରଙ୍କୁ ସମସ୍ତେ ଭଗବାନଙ୍କ ଏକ ରୂପର ଆଖ୍ୟା ଦେଇଥାନ୍ତି। କାରଣ ଡାକ୍ତରମାନେ ଲୋକଙ୍କ ଜୀବନ ବଞ୍ଚାଇବା ସହ ଏକ ନୂଆ ଜୀବନ ଦେବାର ଅଧିକାରୀ...

ହତ୍ୟାରେ ସାପର ବ୍ୟବହାର ଟ୍ରେଣ୍ଡ ପାଲଟିଛି

ନୂଆଦିଲ୍ଲୀ,୭।୧୦: ସାପ ଧରାଳିଙ୍କ ଠାରୁ ବିଷାକ୍ତ ସାପ କିଣି ଲୋକଙ୍କୁ ହତ୍ୟା କରିବା ଏବେ ଟ୍ରେଣ୍ଡ ପାଲଟିଛି। ଏହା ରାଜସ୍ଥାନରେ ସାଧାରଣ କଥା ପାଲଟିଗଲାଣି। ସାପ...

କରୋନା ଗ୍ରାଫ୍‌ ତଳ ମୁହାଁ…

ନୂଆଦିଲ୍ଲୀ,୧୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍‌ଡାଉନ୍‌ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ତେବେ ଦିଲ୍ଲୀରୁ ପୁଣି ଖୁସି ଖବର...

କାନ୍ଦି ପକାଇଲେ ହରକ ସିଂ ରାୱତ, କହିଲେ ଏତେ ବଡ ନିଷ୍ପତ୍ତି ବିଷୟରେ ଆଗରୁ ଜଣା ନ ଥିଲା

ଡେରାଡୁନ,୧୭ ।୧: କଂଗ୍ରେସରୁ ଅସନ୍ତୁଷ୍ଟ ହୋଇ ୨୦୧୬ରେ ଭାରତୀୟ ଜନତାପାର୍ଟି (ଭାଜପା)ର ହାତ ଧରିଥିଲେ ହରକ ସିଂ ରାୱତ । ଏବେ ଭାଜପା ତାଙ୍କୁ ୬...

ସମିର ୱାନଖେଡେଙ୍କର ବଦଳି, ଆର୍ଯ୍ୟନ ଖାଁ ମାମଲାର କରି ସାରିଛନ୍ତି ଯାଞ୍ଚ

ନୂଆଦିଲ୍ଲୀ,୩୧ ।୫: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ସହ ଜଡିତ ଡ୍ରଗ୍ସ ମାମଲାର ଯାଞ୍ଚ କରିଥିବା ଅଧିକାରୀ ସମିର ୱାନଖେଡେଙ୍କର ବଦଳି...

ବେରୋଜଗାରୀ, ଋଣ ବୋଝରେ ୨୫,୦୦୦ ଆତ୍ମହତ୍ୟା

ନୂଆଦିଲ୍ଲୀ,୧୦।୨: ବେରୋଜଗାରୀ କିମ୍ବା ଋଣ ବୋଝ ଯୋଗୁ ୨୦୧୮ରୁ ୨୦୨୦ ମଧ୍ୟରେ ଭାରତରେ ୨୫,୦୦୦ରୁ ଊର୍ଦ୍ଧ୍ୱ ଲୋକ ଆତ୍ମହତ୍ୟା କରିଛନ୍ତି। କେନ୍ଦ୍ର ସରକାର ବୁଧବାର ରାଜ୍ୟ...

କରୋନା ଗୁଜବ ପ୍ରଚାର କରି ଶିକ୍ଷକ ଗିରଫ

ରାୟଗଡ଼ା ଅଫିସ,୨୨ା୩: କରୋନାକୁ ନେଇ ଗୁଜବ ପ୍ରଚାର କରିବା ପରେ ଜଣେ ଶିକ୍ଷକ ଗିରଫ ହେବା ଘଟଣା ରାୟଗଡ଼ା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ସୋସିଆଲ...

Advertisement
Archives

Model This Week