Posted inଜାତୀୟ

ଦିଲ୍ଲୀରେ ଅଟୋ ଡ୍ରାଇଭର-ପୋଲିସ ମୁହାଁମୁହିଁ: ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୭।୬: ଦିଲ୍ଲୀର ମୁଖାର୍ଜୀ ନଗର ଅଞ୍ଚଳରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ କିଛି ପୋଲିସ କିଛି ବ୍ୟକ୍ତିଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ଏକ ଅଟୋ ପୋଲିସ ଗାଡ଼ି ସହ ଧକ୍କା ହୋଇଥିଲା। ହଠାତ୍‌ ଅଟୋ ଚାଳକ ମାରଣାସ୍ତ୍ର କାଢ଼ି ଜଣେ ପୋଲିସ କର୍ମୀଙ୍କ ମୁଣ୍ଡରେ ପ୍ରହାର କରିଥିଲେ। ଏହାପରେ ଘଟଣାସ୍ଥଳରେ ପରିସ୍ଥିତି ବେକାବୁ ହୋଇପଡ଼ିଥିଲା। ଫଳରେ ପୋଲିସ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ଚାଳକଙ୍କୁ ବାଡ଼େଇବା ଦେଖି ଚାଳକଙ୍କ ପୁଅ ତାଙ୍କ ଉପରେ ଅଟୋ ଚଢ଼ାଇବାକୁ ଚେଷ୍ଟା କରିଥିଲେ। ଏହି ଘଟଣାରେ ଜଣେ ପୋଲିସ ଅଧିକାରୀ ଆହତ ହୋଇଛନ୍ତି। ଏହାପରେ ଚାଳକ ସରବଜୀତ ସିଂହଙ୍କୁ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଛି। ତେବେ ସେଠାରେ ଉପସ୍ଥିତ ଥିବା ଲୋକ ଏହି ଘଟଣାର ଦୃଶ୍ୟକୁ ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। ଅପରପକ୍ଷରେ ଏହି ଘଟଣାକୁ ନେଇ ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ମାମଲାର ନିରପେକ୍ଷ ଯାଞ୍ଚ କରାଯିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍ଧବ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ, ଆଦିତ୍ୟ ଶିକ୍ଷାମନ୍ତ୍ରୀ

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ରରେ ସରକାର ଗଢିବାକୁ ଶିବସେନା ମେଣ୍ଟର ସାହାରା ନେଇଛି। ଏବେ ଏନ୍‌ସିପି ଓ କଂଗ୍ରେସ ସହ ମିଶି ଶିବସେନା ସରକାର ଗଢିବାକୁ ପ୍ରସ୍ତୁତ। ଏହାକୁ...

୮ ହଜାର ଅର୍ଦ୍ଧସାମରିକ ଯବାନ ଯିବେ ଜମ୍ମୁ-କଶ୍ମୀର: ଦେଶର ବିଭିନ୍ନ ସ୍ଥାନରୁ ହେବେ ଏୟାରଲିଫ୍ଟ

ନୂଆଦିଲ୍ଲୀ,୫।୮: ଜମ୍ମୁ-କଶ୍ମୀର ନେଇ କେନ୍ଦ୍ର ସରକାରଙ୍କ ଐତିହାସିକ ଘୋଷଣା ପରେ ସମ୍ଭାବ୍ୟ ଉତ୍ତେଜନାକୁ ଦୃଷ୍ଟିରେ ରଖି ଏଠାକୁ ଅତିରିକ୍ତ ୮ ହଜାର ଅର୍ଦ୍ଧସାମରିକ ଯବାନଙ୍କୁ ପଠାଯିବାର...

୨୩୦ ଟ୍ରେନ୍‌ ପାଇଁ ୨୪ଘଣ୍ଟାରେ ବୁକିଂ ହେଲା ୧୩ଲକ୍ଷ ଟିକେଟ

ନୂଆଦିଲ୍ଲୀ,୨୨।୫: ଭାରତୀୟ ରେଲଓ୍ବେ ଜୁନ ୧ରୁ ୨୩୦ ଯାତ୍ରୀବାହି ଟ୍ରେନ୍‌ ଚଳାଚଳ କରିବାକୁ ଘୋଷଣା କରିଛି। ଏଥିପାଇଁ ଗୁରୁବାରରୁ ବିଭିନ୍ନ ରେଲଓ୍ବେ ଷ୍ଟେସନ୍‌ରେ ଟିକେଟ କାଉଣ୍ଟର...

ବାରାଣସୀକୁ ୬୧୪ କୋଟିର ଦୀପାବଳି ଉପହାର ଦେଲେ ମୋଦି

ବାରାଣସୀ,୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସଂସଦୀୟ ଆସନ ବାରାଣସୀକୁ ସୋମବାର ୬୧୪ କୋଟି ଟଙ୍କାର ଦୀପାବଳି ଉପହାର ଦେଇଛନ୍ତି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସେ...

ହସ୍ପିଟାଲ ବିଲ୍‌ ନ ଦେଇ ପାରିବାରୁ ବରିଷ୍ଠ ନାଗରିକଙ୍କୁ ବେଡ୍‌ରେ ବାନ୍ଧି ଦିଆଗଲା

ଭୋପାଳ,୭।୬: କରୋନା ସଙ୍କଟ ସମୟରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଆଗଧାଡିର ଯୋଦ୍ଧା ସାଜିଥିବା ବେଳେ ଜୀବନକୁ ବାଜି ଲଗାଇ ଏମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା...

କରୋନା ହଟସ୍ପଟ୍‌ ଧରାବିରେ ୭ ଦିନ ମଧ୍ୟରେ ଘଟିନି କୌଣସି ମୃତ୍ୟୁ

ମୁମ୍ବାଇ,୮।୬: କରୋନା ସଂକ୍ରମଣର ହଟସ୍ପଟ୍‌ ପାଲଟିଥିବା ମୁମ୍ବାଇର ଧରାବିରେ ଗତ ୭ ଦିନ ମଧ୍ୟରେ କୌଣସି ମୃତ୍ୟୁ ଘଟି ନ ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ...

୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୁପେନ୍ଦ୍ର ପଟେଲ

ଗାନ୍ଧିନଗର,୧୩ ।୯: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଘାଟଲୋଡିଆ ବିଧାୟକ ଭୁପେନ୍ଦ୍ର ପଟେଲ ଗୁଜରାଟର ୧୭ ତମ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ଗ୍ରହଣ...

ରାମବାଗ ଏନକାଉଣ୍ଟରରେ ଆହତ ଆତଙ୍କବାଦୀ ବସିତ ଅହମ୍ମଦ ଡାରଙ୍କର ହୋଇସାରିଛି ମୃତ୍ୟୁ: ସ୍ପଷ୍ଟ କଲା ଟିଆର୍‌ଏଫ୍‌

ଶ୍ରୀନଗର,୩ ।୧୨: ଆତଙ୍କବାଦୀ ସଙ୍ଗଠନ ଲସ୍କର ଇ ତୋଏବାର ସହଯୋଗୀ ସଙ୍ଗଠନ ଟିଆର୍‌ଏଫ୍ କହିଛି ରାମବାଗରେ ନଭେମ୍ବର ୨୪ରେ ହୋଇଥିବା ଏନକାଉଣ୍ଟରରେ ଆହତ ହୋଇଥିବା ଆତଙ୍କବାଦୀ...

Advertisement
Archives

Model This Week