ଦିବ୍ୟାଙ୍ଗ ସୁକାନ୍ତି, ଧନେଶ୍ୱର ଏବେ ସୁଖଦୁଃଖର ସାଥୀ

ଆରଡ଼ି,୯।୩(ଡି.ଏନ.ଏ.)-ସମାଜରେ ସୁସ୍ଥ ଲୋକଙ୍କ ପରି ଜୀବନ ବିତାଇବାକୁ ୨୦୧୭ରେ ବୈଦିକ ରୀତିରେ ବିବାହ କରିଥିଲେ। ୭ ମାସ ତଳେ ସେମାନଙ୍କ କୋଳ ମଣ୍ଡନ କରିଛି ଏକ ଶିଶୁପୁତ୍ର। ତେଲଲୁଣର ସଂସାର ମଧ୍ୟରେ ଦୁଃଖ ଆସିଲେ ବି ସେଥିରେ ଖାତିର ନ କରି ହସି ହସି ସ୍ଥିତିକୁ ସାମ୍ନା କରୁଛନ୍ତି ଏହି ଦମ୍ପତି। ଦିବ୍ୟାଙ୍ଗ ହୋଇଥିଲେ ବି କାହା ଉପରେ ନିର୍ଭର ନ କରି ସେମାନେ ଆତ୍ମନିର୍ଭରଶୀଳ ହୋଇ ବଞ୍ଚିବାକୁ ସଂଘର୍ଷ ଜାରି ରଖିଛନ୍ତି।
ଏହି ଦିବ୍ୟାଙ୍ଗ ଦମ୍ପତି ହେଲେ ଧନେଶ୍ୱର ପରିଡ଼ା ଓ ସୁକାନ୍ତି ପରିଡ଼ା। ଘର ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁରରେ। ଧନେଶ୍ୱର ୨ ମାସର ହୋଇଥିବା ବେଳେ ମିଳିମିଳାରେ ତାଙ୍କର ଦୁଇ ଆଖି ନଷ୍ଟ ହୋଇଯାଇଥିଲା। ସେ ସ୍ଥାନୀୟ ସୁନ୍ଦରପୁର- ଦୋହରାପାଟଣା ଉ.ପ୍ରା. ବିଦ୍ୟାଳୟ ପ୍ରଧାନଶିକ୍ଷକ ଅନିଲ କୁମାର ଦାସଙ୍କ ଉଦ୍ୟମରେ ସେ ୭ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ି ପାରିଥିଲେ। ପରେ ସେ ବିନା ଗୁରୁରେ ନିଜ ଉଦ୍ୟମରେ ଢୋଲ ବଜାଇବା ଶିଖିଥିଲେ। ଏଥିସହ ସଙ୍ଗୀତ ସାଧନା ମଧ୍ୟ କରିଥିଲେ। ଏବେ ସୁଲଳିତ କଣ୍ଠରେ ଭଜନ ଶୁଣାଇବା ସହ ସଂକୀର୍ତ୍ତନ ମଣ୍ଡଳୀରେ ବିଭିନ୍ନ ସ୍ଥାନକୁ ଯାଇ ସଙ୍ଗୀତ ପରିବେଷଣ କରି ଲୋକଙ୍କ ହୃଦୟ ଜିଣିପାରିଛନ୍ତି। ସେଥିରୁ ଯାହା ମିଳୁଛି ଚଳୁଛି ପରିବାର। ଧନେଶ୍ୱରଙ୍କ ମାତାପିତା ଓ ୨ ଭାଇ ଅଛନ୍ତି। ହେଲେ ପତ୍ନୀ ଓ ଶିଶୁପୁତ୍ରଙ୍କୁ ନେଇ ତାଙ୍କର ଛୋଟ ସଂସାର। ଉଭୟ ମାସିକ ୫ ଶହ ଟଙ୍କା ଲେଖାଏ ସରକାରୀ ଭତ୍ତା ପାଉଛନ୍ତି। ପୂର୍ବରୁ ପାଉଥିବା ମାଗଣା ୧୦ କେଜି ଚାଉଳ ବର୍ଷେ ହେଲା ଆଉ ମିଳୁନି। ସୁକାନ୍ତିଙ୍କର ଜନ୍ମ ବେଳୁ ବାମହାତ କହୁଣି ପାଖରୁ ନାହିଁ। ସେ ଅବିବାହିତ ଥିବାବେଳେ ଏକ ଶିଳ୍ପ ତାଲିମ ଶିକ୍ଷାକେନ୍ଦ୍ରରେ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିଲେ। ବିବାହ ପରେ ସେହି ଚାକିରି ଚାଲିଯାଇଛି। ବର୍ତ୍ତମାନ ଗୋଟିଏ ହାତରେ ସେ ସମସ୍ତ ଘରୋଇ କାମ କରିବା ସହ ସ୍ବାମୀଙ୍କ ପାଇଁ ସାହାରା ପାଲଟିଛନ୍ତି। ଗୋଟିଏ ହାତରେ ସେ ପୁଅର ଯତ୍ନ ନେବା ସହ ଅନ୍ୟ କାମ ମଧ୍ୟ କରୁଛନ୍ତି। ଦିବ୍ୟାଙ୍ଗମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଉଥିବାବେଳେ ଏହି ଦମ୍ପତି ଅଣଦେଖାର ଶିକାର ହୋଇଛନ୍ତି। ତଥାପି ସେମାନେ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢ଼ିବାକୁ ଉଦ୍ୟମ ଜାରି ରଖିଥିବା କହିଛନ୍ତି। ଧନେଶ୍ୱର କହନ୍ତି, ସେ ତାଙ୍କ ଶିଶୁପୁତ୍ରକୁ ପାଠ ପଢ଼ାଇ ବଡ଼ ମଣିଷ କରିବେ। ସେହି ସ୍ବପ୍ନରେ ଏବେ ଆତ୍ମବିଭୋର ଏହି ଦମ୍ପତି। ଏହି ଦିବ୍ୟାଙ୍ଗ ଦମ୍ପତିଙ୍କର କର୍ମନିଷ୍ଠା ଓ ଆଚରଣ ବିରଳ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତାରେ କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ

ବଲାଙ୍ଗୀର ଅଫିସ, ୧୦ା୪ – କରୋନା ସଂକ୍ରମଣ ଭୟ ଚାଷବାସ, କ୍ଷୁଧା, ରୋଜଗାର ଉଜାଡିବା ଆରମ୍ଭ କରିଦେଲାଣି। ଦୀର୍ଘ ୨୧ଦିନର ଲକ୍‌ଡାଉନ୍‌ ପରେ ରାଜ୍ୟ କ୍ୟାବିନେଟ୍‌ରେ...

ଅନୁଗୋଳ ଜିଲା ବିଜେଡି ସଭାପତି ହେଲେ ମହେନ୍ଦ୍ର ବସ୍ତିଆ

ଅନୁଗୋଳ ଅଫିସ,୨୧।୨: ବରିଷ୍ଠ ଓକିଲ ତଥା ଅନୁଗୋଳ ପୌରପାଳିକା ବିଜେଡି ସଭାପତି ଥିବା ମହେନ୍ଦ୍ର ବସ୍ତିଆ ଅନୁଗୋଳ ଜିଲା ବିଜେଡି ମଙ୍ଗ ଧରିଛନ୍ତି । ବିଜେଡି...

ଜନବସତିରେ ଦନ୍ତା ଦୌରାତ୍ମ୍ୟ

ପରଜଙ୍ଗ, ୧୮।୮(ଡି.ଏନ୍‌.ଏ.)  ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ଦାନ୍ତ କଟାଯାଇଥିବା ଦନ୍ତା ହିଂସ୍ର ହୋଇଉଠିଛି। ଜନବସତିରେ ପଶି ହାତୀ ଦୌରାତ୍ମ୍ୟ ସୃଷ୍ଟି କରୁଛି।...

ଦିଗପହଣ୍ଡିରେ କୋଭିଡ କଟକଣାକୁ ବେଖାତିର: ବ୍ୟବସାୟିକ ପ୍ରତିଷ୍ଠାନ ସିଲ୍‌

ଦିଗପହଣ୍ଡି,୫।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍‌ କଟକଣାକୁ ବ୍ୟବସାୟୀମାନେ ବେଖାତିର କରୁଥିବା ଦେଖିବାକୁ ମିଳୁଛି। ଏ ନେଇ ସୋମବାର ଅତିରିକ୍ତ ଜିଲାପାଳ...

ରକ୍ତଦାନ ଶିବିରରେ ୩୦ ୟୁନିଟ୍‌ ରକ୍ତ ସଂଗ୍ରହ

କେନ୍ଦୁଝର,୩୦ା୪(ଡି.ଏନ୍‌.ଏ./ସ୍ବ.ପ୍ର.)-କେନ୍ଦୁଝର କଲେଜରୋଡସ୍ଥିତ ମହାଲକ୍ଷ୍ମୀ କଲଚରାଲ କ୍ଲବଠାରେ ବୁଧବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ଅନୁଜା ତ୍ରିପାଠୀ, ଏମଆଇଏସ ସ୍ନିଗ୍ଧା ରାୟ,...

ଭତା ଦେବାରେ ପରଶାସନ କୁଁଥ୍‌କୁଁଥ୍‌:ଜିଲାପାଲକୁଁ ଭେଟଲେ ୨୭ କଳାକାର

ତଳଗାଁ, ୭ା୮(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ୨୭ ଝନକୁ ମୁଖ୍ୟମନ୍ତ୍ରୀ କଳାକାର ଭତା ଦେବାର ଲାଗି ଗଲା ୧୨ା୧୨ା୨୦୧୮, ପତର ସଂଖ୍ୟା ୪୦୬୨ ଅନ୍‌ସାରେ...

‘ଉନ୍ନତ କିସମ ଧାନ ପ୍ରସ୍ତୁତି ଉପରେ ଗୁରୁତ୍ୱଦେବି’

କଟକ ଅଫିସ,୨ା୯:ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ନିର୍ଦ୍ଦେଶକ ଭାବେ ଡ. ଭାସ୍କର ଚନ୍ଦ୍ର ପାତ୍ର ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଅନୁଷ୍ଠାନର ଦୀର୍ଘ ୭୬ ବର୍ଷର...

ମାଛ ପାଇଁ ପାପୁଲି ଛିଣ୍ଡିଲା

ବୌଦ୍ଧ,୩୦।୩(ସ୍ବ.ପ୍ର.): ବୌଦ୍ଧ ସହରର ମହାନଦୀ ଘାଟରେ ମଙ୍ଗଳବାର ଡିନାମାଇଟ୍‌ ଫୁଟାଇ ମାଛ ମାରିବା ଜଣେ ଯୁବକଙ୍କ ପାଇଁ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି। ଡିନାମାଇଟ୍‌ ହଠାତ୍‌...

Advertisement
Archives

Model This Week