ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର, ଯୁବକ ଗିରଫ

ନିଆଳି,୧୪।୩ (ଡି.ଏନ୍‌.ଏ.): ନିଆଳି ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଏହି ଘଟଣାରେ ନିଆଳି ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଏହି ଥାନା ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ପରିଡା(କୁନା)।
ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ ଅନୁଷ୍ଠିତ ଦିପୋଟି ମେଳଣ ଜମାଣ ଦେଖିବାକୁ ଗୁରୁବାର ରାତିରେ ନାବାଳିକା ଜଣକ ତାଙ୍କ ବାପାଙ୍କ ସହ ଯାଇଥିଲେ। ରାତି ପ୍ରାୟ ୨ଟା ରେ ନାବାଳିକା ଜଣକ ଚାଟ ଖାଇବା ପାଇଁ ବାପାଙ୍କଠାରୁ ଟଙ୍କା ନେଇ ଦୋକାନକୁ ଯାଇଥିଲେ। ଝିଅର ଫେରିବାରେ ବିଳମ୍ବ ହେବାରୁ ତାଙ୍କ ବାପା ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। କିଛି ସମୟ ପରେ ନାବାଳିକା ଜଣକ ମେଳଣ ପଡିଆର ଗଣେଶ ମନ୍ଦିର ପଟୁ ଆସୁଥିବା ବେଳେ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ନାବାଳିକା ଜଣକ କଥା କହିପାରୁ ନ ଥିବା ବେଳେ କାନକୁ ଶୁଭୁ ନ ଥିଲା। ଠାରରେ ତାଙ୍କ ଗ୍ରାମର ଯୁବକ ତାଙ୍କୁ ବଳାତ୍କାର କରିଥିବା ଜଣାଇଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ସମ୍ପୃକ୍ତ ଯୁବକଙ୍କୁ ଧରିଥିଲେ। ଏ ନେଇ ନାବାଳିକାଙ୍କ ମା’ଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ.୬୧/୨୦)ରୁଜୁକରି କୁନାଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଛି ବୋଲି ଯାଦବ ମହାସଂଘ ଦାବି କରିଛି। ୨୪ଘଣ୍ଟା ମଧ୍ୟରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରା ନ ଯାଏ ମହାସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ଆଇଆଇସି ବିଜୟ କୁମାର ମଲ୍ଲିକ କୁହନ୍ତି, ଅଭିଯୋଗକୁ ଭିତ୍ତିକରି ସମ୍ପୃକ୍ତ ଯୁବକଙ୍କୁ ଗିରଫ କରାଯାଇଛି। ଗଣବଳାତ୍କାର ହୋଇଛି କି ନାହିଁ ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଗୁରୁତର

ଅତାବିରା/ଚିପିଲିମା/ଭେଡେନ,୧୦।୩(ଡି.ଏନ୍‌.ଏ.): ହୋଲିକୁ ନେଇ ଚାରିଆଡ ଉତ୍ସବମୁଖର ଥିବା ବେଳେ ବରଗଡ଼ ଜିଲା ଗୋଡ଼ଭଗା-ତୁରୁମ ୫୪ନଂ ଜାତୀୟ ରାଜପଥ ଭେଡେନ ଥାନା ତଥା ରୁଷୁଡ଼ା ଫାଣ୍ଡି ଅଧୀନ...

କୋରାପୁଟରୁ ବାପାଙ୍କୁ ଆଣିଥିଲେ: ହୋମ୍‌ କ୍ୱାରାଣ୍ଟାଇନ୍‌ରେ ସରପଞ୍ଚଙ୍କ ପରିବାର

ଆର.ଉଦୟଗିରି,୧୦ା୫(ଡି.ଏନ.ଏ.)- ଆର.ଉଦୟଗିରି ବ୍ଲକ ମଙ୍ଗରାଜପୁର ସରପଞ୍ଚ ବାପାଙ୍କୁ କୋରାପୁଟରୁ ଘରକୁ ଆଣିଥିବାରୁ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ସପରିବାର ହୋମ୍‌ କ୍ବାରାଣ୍ଟାଇନରେ ରହିଛନ୍ତି। ମଙ୍ଗରାଜପୁର ସରପଞ୍ଚ ରୁବି ରଇତ...

ବୁଲେଟ୍‌ରୁ ଖସି ପଡ଼ି ଯୁବକଙ୍କ ମୃତ୍ୟୁ

ରାଇରଙ୍ଗପୁର,୨୮ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବହଳଦା ଥାନା ଅନ୍ତର୍ଗତ ଗମ୍ଭାରିଆ ଗ୍ରାମାଞ୍ଚଳ ୨୨୦ ନଂ ଜାତୀୟ ରାଜପଥରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକଙ୍କ...

ଲକ୍‌ଡାଉନ୍‌ ଦେଲା ନିଖୋଜ ପୁଅର ଠିକଣା

ନବରଙ୍ଗପୁର,୬ା୫(ବି.ପ୍ର.)- ଲକ୍‌ଡାଉନ୍‌ ସମୟରେ ମା’ ବାପାଙ୍କୁ ମିଳିଲା ଖୁସି ଖବର। ୧୫ ବର୍ଷ ହେଲା ନିଖୋଜ ବୋଲି ଭାବୁଥିବା ପୁଅର ଠିକଣା ପାଇଛନ୍ତି। ପୁଅର ପତ୍ତା...

ଲୋକଙ୍କ ଘର ମୁହଁରୁ ସଂଗ୍ରହ ହେବ ବନଜାତ ଦ୍ରବ୍ୟ

ନୂଆପଡା ଅଫିସ,୧୩ା୫: ମହାମାରୀ କରୋନା ପରିସ୍ଥିତିର ମୁକାବିଲା ପାଇଁ ସମଗ୍ର ଦେଶ ଲକ୍‌ ଡାଉନ୍‌ ରହିଛି। ଏହାଦ୍ୱାରା ଜନଜୀବନ ପ୍ରଭାବିତ ହୋଇଛି। ବଣଜଙ୍ଗଲରେ ବସବାସ କରୁଥିବା...

ହତ୍ୟା ଉଦ୍ୟମ, ଜଣେ ଗିରଫ

ଗୋପାଳପୁର,୧ା୧୨-ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଶନିବାର ଗୋପାଳପୁର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଏସ....

ଟାର୍ଗେଟକୁ ଚାହିଁ ରହିଛନ୍ତି ଚାଷୀ

ଖଇରା,୧୮।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକରେ ଧାନ କିଣାରେ ମନ୍ଥର ଯୋଗୁ ୧୪ଟି ସେବା ସମବାୟ ସମିତି ଅଧୀନ ଚାଷୀମାନେ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି।...

ଅଧ୍ୟାପକଙ୍କୁ ହତ୍ୟା ଅଭିଯୋଗ: ପୋଲିସର ତଦନ୍ତ ଆରମ୍ଭ

ସମ୍ବଲପୁର,୬।୯(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ମୁରା କଲେଜ ଅଧ୍ୟାପକ ହୃଦାନନ୍ଦ ପ୍ରଧାନଙ୍କୁ ହତ୍ୟା କରାଯାଇଥିବା ଶୁକ୍ରବାର ପରିବାର ଲୋକେ ଅଭିଯୋଗ କରିଛନ୍ତି। କଲେଜ...

Advertisement
Archives

Model This Week