ଦିନ ଦ୍ୱିପ୍ରହରରେ ସୁନା ଦୋକାନରୁ ଲୁଟ୍‌: ଗ୍ରାହକ ଅଳଙ୍କାର ଦେଖିବା ବେଳେ ଝାମ୍ପିନେଲେ ଦୁର୍ବୃତ୍ତ

ଧାମନଗର,୧୪।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବଡବଜାରରେ ଥିବା ଏକ ଗହଣା ଦୋକାନରୁ ଶନିବାର ମଧ୍ୟାହ୍ନରେ ଲୁଟ୍‌ ହୋଇଛି । ଦୋକାନୀ ଜଣେ ଗ୍ରାହକଙ୍କୁ ସୁନା ଅଳଙ୍କାର ଦେଖାଉଥିବା ବେଳେ ୨ ଦୁର୍ବୃତ୍ତ ଦୋକାନ ଭିତରକୁ ପଶି ଆସିଥିଲେ। ଗ୍ରାହକ ଦେଖୁଥିବା ମଙ୍ଗଳସୂତ୍ର, ଚେନକୁ ଜଣେ ଦୁର୍ବୃତ୍ତ ଝାମ୍ପିନେଇ ଦୋକାନ ବାହାରକୁ ପଳାଇଥିଲେ। ବାହାରେ ବାଇକ୍‌ରେ ଅପେକ୍ଷା କରିଥିବା ଅନ୍ୟ ଜଣେ ଦୁର୍ବୃତ୍ତଙ୍କ ସହ ସେ ଫେରାର ହୋଇଯାଇଥିଲେ । ଦୋକାନରେ ରହିଯାଇଥିବା ଦୁର୍ବୃତ୍ତଙ୍କୁ ଦୋକାନୀ ଏବଂ ଉପସ୍ଥିତ ଗ୍ରାହକ କାବୁ କରିଥିଲେ। ଧାମନଗର ଥାନା ପୋଲିସ ଅଟକ ଦୁର୍ବୃତ୍ତଙ୍କୁ ଥାନାକୁ ଆଣି ପଚରାଉଚରା ଚଳାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଖବରଦାତା, ବିତରକଙ୍କ ଉପରେ କଟକଣା ନାହିଁ: ଏସ୍‌ପି

ଛତ୍ରପୁର,୨୭ା୩(ଡି.ଏନ୍‌.ଏ.)- କରୋନାକୁ ପ୍ରତିରୋଧ କରିବାକୁ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେସମ୍ପର୍କରେ ସମୀକ୍ଷା ସମୀକ୍ଷା କରିଛନ୍ତି ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ। ଭିଡିଓ କନ୍‌ଫରେନ୍ସଂ...

ଡଙ୍ଗା ଯାତ୍ରୀଙ୍କୁ ମିଳିଲା ଲାଇଫ୍‌ ଜାକେଟ

ପାତ୍ରପୁର,୧ା୯(ଡି.ଏନ୍‌.ଏ.)-ପାତ୍ରପୁର ବ୍ଲକ ବାଘଲଟି ଜଳ ଭଣ୍ଡାର ଦେଇ ଡଙ୍ଗାରେ ଯାତାୟାତ କରୁଥିବା ଜନସାଧାରଣଙ୍କୁ ଶନିବାର ଲାଇଫ୍‌ ଜାକେଟ ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ...

ସୁନାବେଶରେ ଦର୍ଶନ ଦେଲେ ମା’କୀଚକେଶ୍ୱରୀ

ବାରିପଦା ଅଫିସ୍‌,୧୩ା୧୧- ମୟୂରଭଞ୍ଜ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ କୀଚକେଶ୍ୱରୀ ଶ୍ରଦ୍ଧାଳୁମାନଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି। ସହସ୍ରାଧିକ ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କ ସମାଗମ ଯୋଗୁ ମଙ୍ଗଳବାର...

ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭଞ୍ଜନଗର,୨୧।୧(ଡି.ଏନ.ଏ)-ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଢୋଲପିଟା ନିକଟରେ ଆଖି ଓ ହାତବନ୍ଧା ଅବସ୍ଥାରେ ଜଣେ ଅଚିହ୍ନା ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୁଣ୍ଡ...

ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

ନବରଙ୍ଗପୁର,୫-୨(ବି.ପ୍ର.):ଏକ ବଳାତ୍କାର ମାମଲାର ବିଚାର କରି ନବରଙ୍ଗପୁର ସ୍ପେଶାଲ ଟ୍ରାକ କୋର୍ଟ ଜଜ୍‌ ମନୋରଞ୍ଜନ ଦାଶ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ...

ଲକ୍ଷାଧିକ ଟଙ୍କାର ସାଇଜ୍‌ ଶାଳକାଠ ଜବତ, ଅଭିଯୁକ୍ତ ଫେରାର

ଓଡ଼ଗାଁ,୧ା୨(ସ୍ବ.ପ୍ର.)- ନୟାଗଡ଼ ବନଖଣ୍ଡ ଓ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ଶରଧାପୁର ପଞ୍ଚାୟତ ଜିରିପଡା ଗ୍ରାମରୁ ବନ ବିଭାଗ ଶନିବାର ମଧ୍ୟାହ୍ନରେ ବିପୁଳ ପରିମାଣର ମୂଲ୍ୟବାନ ସାଇଜ୍‌...

କାମେ ନାଇଁ ଲାଗବାର ଯାତ୍ରୀ ପ୍ରତିକ୍ଷାଳୟ

  ଗଣ୍ଡତୁରୁମ, ୮।୧୨ (ଡି.ଏନ.ଏ)- ରଏଜ୍‌ ସରକାର ଲୁକ୍‌କର ଯିବାର ଆଏବାର ସୁବିଧା ଲାଗି ରାସ୍‌ତାଘାଟ ତିଆର କରୁଛନ୍‌। ସେନ୍‌ତା ବସ୍‌ଷ୍ଟାଣ୍ଡ, ଭିନେ ଭିନେ ଗଁାଗଁଡ଼ାର...

ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ

ସମ୍ବଲପୁର,୨୬।୧୧(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ଦନ୍ତିରି ଗ୍ରାମର ଜଣେ ବ୍ୟକ୍ତିଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସେ ହେଲେ ନୂଆଶ ଡୁଙ୍ଗଡୁଙ୍ଗ(୫୦)। ନୂଆଶ ବିଲକୁ ଧାନ କାଟିଯାଇଥିବା...


Coronavirus Update

Archives

Model This Week

Why Dharitri