ଦିନରେ ତତେଇବ, ସନ୍ଧ୍ୟାରେ ଭିଜେଇବ

ଭୁବନେଶ୍ୱର,୧।୪(ବ୍ୟୁରୋ): ରାଜ୍ୟରେ ତାତି ବଢ଼ିଚାଲିଛି। କେତେକ ସ୍ଥାନରେ ପାରଦ ୩୯ ଡିଗ୍ରୀ ଉପରେ ଓ ଆଉ କେତେକ ସ୍ଥାନରେ ୪୦ ଡିଗ୍ରୀ ସେଲସିୟସକୁ ଛୁଇଁଛି। ଦିନରେ ତାତି ବଢ଼ିବ। ପୂର୍ବାହ୍ନ ୯ଟାରୁ ଅପରାହ୍ନ ୪ଟା ଯାଏ ଗ୍ରୀଷ୍ମର ପ୍ରକୋପ ରହିବ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସକୁ ଟପିଯିବ। ସନ୍ଧ୍ୟା ଆଡକୁ ଝଡ଼ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୫ ତାରିଖ ଯାଏ ଏଭଳି ପାଗ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିହାର ଏବଂ ଛତିଶଗଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି ଜିଲାର କେତେକ ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୦.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ପାରଳାଖେମୁଣ୍ଡିରେ ୪୦, ଅନୁଗୋଳରେ ୩୯.୭, ଟିଟିଲାଗଡ଼ରେ ୩୯, ବଲାଙ୍ଗୀରରେ ୩୮.୬, କଟକରେ ୩୭.୮, ଭୁବନେଶ୍ୱରରେ ୩୭.୩, ଚାନ୍ଦବାଲିରେ ୩୭.୭, ବାରିପଦାରେ ୩୯, ତାଳଚେରରେ ୩୭.୩, ସୋନପୁରରେ ୩୭.୪, ବୌଦ୍ଧରେ ୩୮.୫, ଏବଂ ନୟାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କମୁଛି ସଂକ୍ରମଣ: ଭୁବନେଶ୍ୱରରେ ଆଜି ଚିହ୍ନଟ ହେଲେ ୬୩ ଆକ୍ରାନ୍ତ; ୪୮ ଲୋକାଲ କେସ୍‌

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି। ମଙ୍ଗଳବାର ସହରରେ ୬୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...

‘ଶୃଙ୍ଖଳା, ତ୍ୟାଗ ସଫଳତାର ଚାବିକାଠି’

ଭୁବନେଶ୍ୱର, ୧।୫(ବ୍ୟୁରୋ): ଶୃଙ୍ଖଳା, ତ୍ୟାଗ ଓ ଉତ୍ସର୍ଗୀକୃତ ମନୋଭାବ ହିଁ ସଫଳତାର ଚାବିକାଠି। ଶ୍ରେଷ୍ଠ ପ୍ରଦର୍ଶନ ସହ ନିଜର ପ୍ରତିଭା ଓ ଦକ୍ଷତା ବିକାଶ ପାଇଁ...

ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ଭଳି ଓଏସ୍‌ଏସ୍‌ସି ପରୀକ୍ଷା ପ୍ରଶ୍ନପତ୍ର: ଭାଜପା

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ଓଡ଼ିଶା ମୁଖ୍ୟମନ୍ତ୍ରୀ ଯେମିତି ଓଡ଼ିଆ କୁହନ୍ତି, ଠିକ୍‌ ସେମିତି ଓଏସ୍‌ଏସ୍‌ସି ପରୀକ୍ଷାରେ ଓଡ଼ିଆ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି। ରାଜ୍ୟ ସରକାର ଓଡ଼ିଶାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ...

ସଂକଳ୍ପରେ ଅଟକିଛି ବିଧାନ ପରିଷଦ

ଭୁବନେଶ୍ୱର, ୧୨ା୨(ବ୍ୟୁରୋ): ରାଜ୍ୟ ସରକାର ୨୦୧୫ରୁ ବିଧାନ ପରିଷଦ ଗଠନ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏନେଇ ସରକାର ୫ ଜଣିଆ କମିଟି ଗଠନ କରିଛନ୍ତି।...

ବେଧଡ଼କ ଚାଲିଛି ବେଆଇନ କରତକଳ

ରୂପ୍‌ସା,୭।୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ସଦର ବ୍ଲକ ସମେତ ବସ୍ତା, ବାଲିଆପାଳ ଓ ଭୋଗରାଇ ଆଦି ଅଞ୍ଚଳରେ ଅବାଧରେ ବେଆଇନ ଭାବେ କରତକଳ ଚାଲୁଥିବା ଅଭିଯୋଗ ହେଉଛି।...

ସିଏମ୍‌ସି ପାଇଁ ୧୦ କୋଟି ମଞ୍ଜୁର

ଭୁବନେଶ୍ୱର,୩।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କଟକ ମହାନଗର ନିଗମ(ସିଏମ୍‌ସି) ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଏହି...

କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ନେଇ ଏନ୍‌ଜିଟିରେ ମାମଲା: ତଦନ୍ତ ରିପୋର୍ଟ ମାଗିଲେ ଟ୍ରିବ୍ୟୁନାଲ

କଟକ ଅଫିସ,୨୦।୧: କୋରାପୁଟ ଜିଲା ଡୁମୋଜୋରି ନିକଟରେ ନିର୍ମାଣ ଚାଲିଥିବା କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ନେଇ ଏନ୍‌ଜିଟିରେ ମାମଲା ରୁଜୁ ହୋଇଛି। ମାମଲାର ଶୁଣାଣି କରି...

କଳାଭୂମିରେ ରଜ ମହୋତ୍ସବ

ଭୁବନେଶ୍ୱର,୧୫।୬(ବ୍ୟୁରୋ): ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’ ପକ୍ଷରୁ ମଙ୍ଗଳବାରଠାରୁ ଦୁଇଦିନିଆ ରଜ ମହୋତ୍ସବ ଆରମ୍ଭ ହୋଇଛି। ଏଥିରେ ଶିଳ୍ପକଳା ପ୍ରଦର୍ଶନୀ, ହସ୍ତତନ୍ତ ଓ ହସ୍ତଶିଳ୍ପ ବଜାର,...

Advertisement
Archives

Model This Week