ଦିନକର ଦରମା ଦେବେ ସଚିିବାଳୟ କର୍ମଚାରୀ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ସ୍ବତନ୍ତ୍ର ପାଣ୍ଠି ସଂଗ୍ରହ କରୁଛନ୍ତି। ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସିଧାସଳଖ ସହାୟତା ପ୍ରଦାନ କରୁଛନ୍ତି। ଏହି କ୍ରମରେ ଓଡ଼ିଶା ସଚିବାଳୟ ସେବା ସଂଘ(ଓସା)ର କର୍ମକର୍ତ୍ତାମାନେ ନିଜ ନିଜର ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେବା ପାଇଁ ସ୍ଥିର କରିଛନ୍ତି। ସମସ୍ତେ ଏହି ନିଷ୍ପତ୍ତିକୁ ପାଳନ କରିବା ପାଇଁ ଓସା ପକ୍ଷରୁ ଚିତ୍ତରଞ୍ଜନ ହୋତା, ହରପ୍ରସାଦ ବିଶ୍ୱାଳ, ବିନୋଦ କୁମାର ସାହୁ, ଜ୍ୟୋତି ରଞ୍ଜନ ମିଶ୍ର ଏବଂ ବିବେକ ସାହୁ ପ୍ରମୁଖ ଅନ୍ୟମାନଙ୍କୁ ଅନୁରୋଧ କରିଛନ୍ତି। କର୍ମଚାରୀମାନେ ଶନିବାରଠାରୁ ଅନ୍‌ଲାଇନ ମାଧ୍ୟମରେ ନିଜ ନିଜର ଅଂଶ ପ୍ରଦାନ କରିବା ଆରମ୍ଭ କରିଛନ୍ତି। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଧିକାଂଶ କାର୍ଯ୍ୟାଳୟକୁ ବନ୍ଦ କରିଛନ୍ତି। ସମସ୍ତ ଅଧିକାରୀ ଅଫିସ ନ ଆସିଲେ ବି ନିଜ ଦରମା ପାଇବେ ବୋଲି ଜଣାପଡିଛି। ଅପରପକ୍ଷରେ କରୋନା ଯୋଗୁ ରାଜସ୍ବ ସଂଗ୍ରହ ମଧ୍ୟ ହ୍ରାସ ପାଇଛି। ଅନ୍ୟାନ୍ୟ ବିଭାଗ ଅପେକ୍ଷା ଗୃହ ବିଭାଗ ଅଧିକ ସକ୍ରିୟ ରହିଛି। ବିଭାଗ ପକ୍ଷରୁ ଏକ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଏଥିରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ସବୁଦିନ ଆସିବାକୁ କୁହାଯାଇଛି। କେତେକ ବିଭାଗ କର୍ମଚାରୀ ରୋଷ୍ଟର ମାଧ୍ୟମରେ ଡ୍ୟୁଟି କରୁଛନ୍ତି। ସେହିଭଳି ଏହି ସମୟରେ ସଚିବାଳୟରେ କର୍ତ୍ତବ୍ୟ ସମ୍ପାଦନ ପାଇଁ ଆସୁଥିବା କର୍ମଚାରୀଙ୍କୁ ମାସ୍କ, ସାନିଟାଇଜର ଯୋଗାଯାଉ ବୋଲି ଦାବି କରାଯାଇଛି। ସେହିପରି ସେମାନେ ବସୁଥିବା ସ୍ଥାନକୁ ନିୟମିତ ବିଶୋଧନ ପାଇଁ କର୍ମଚାରୀମାନେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ୨ ପରୀକ୍ଷା ଆରମ୍ଭ: କପି କରି ଧରାପଡ଼ିଲେ ୧୧ ବିଜ୍ଞାନ ଛାତ୍ରୀଛାତ୍ର

ଭୁବନେଶ୍ୱର, ୪ା୩(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବିଜ୍ଞାନ ଛାତ୍ରୀଛାତ୍ର ମାତୃଭାଷା ଓଡ଼ିଆ...

ଓଆରଏଚଡିସି ଦୁର୍ନୀତି ମାମଲା: ପୀୟୁଷ ମହାନ୍ତିଙ୍କୁ ମିଳିଲା ଜାମିନ

କଟକ ଅଫିସ,୨୫।୧୦: ଓଆରଏଚଡିସି ଦୁର୍ନୀତି ମାମଲାରେ ପୀୟୁଷ ମହାନ୍ତିଙ୍କୁ ମିଳିଲା ଆଶ୍ୱସ୍ତି । କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ଗୃହ...

ଜାଲ୍‌ ସାର୍ଟିଫିକେଟ୍‌: ବଲାଙ୍ଗୀରରେ କ୍ରାଇମ୍‌ବ୍ରାଞ୍ଚ

ବଲାଙ୍ଗୀର ଅଫିସ୍‌/ ଭୁବନେଶ୍ୱର,୨।୪(ବ୍ୟୁରୋ): ବଲାଙ୍ଗୀର ଡାକମଣ୍ଡଳରେ ଚାକିରି ପାଇଁ ଜାଲ୍‌୍‌ ସାର୍ଟିଫିକେଟ୍‌ କାରବାର ଘଟଣା ଧରାପଡ଼ିବା ପରେ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା। ବିଧାନସଭାରେ ବିରୋଧୀ...

ମା’କୁ କୁରାଢ଼ିରେ ହାଣିଲା ପୁଅ

ବାରିପଦା ଅଫିସ,୨୧ା୪: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଚକୁଳିଆ ଗ୍ରାମରେ ଜନ୍ମ କଲା ମା’ଙ୍କୁ କୁରାଢ଼ିରେ ହାଣିଛି ପୁଅ। ଅଭିଯୁକ୍ତ ପୁଅ ହେଲେ ଲୋସ ହେମ୍ବ୍ରମ।...

ବସିଲା ସର୍ବଦଳୀୟ ବୈଠକ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ପ୍ରତିନିଧି

ଭୁବନେଶ୍ୱର, ୨୧। ୧୧ (ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମ୍‌ ଛାତ୍ରୀଛାତ୍ର ଥିବା ୧୪ହଜାରରୁ ଊର୍ଦ୍ଧ୍ୱ ସରକାରୀ ବିଦ୍ୟାଳୟକୁ ବନ୍ଦ କରିବାକୁ...

ସନ୍ତାନ ନ ହେବାରୁ ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା

କପ୍ତିପଦା,୩୦।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଶରତ ଥାନା ଅଧୀନ କଳମଗଡ଼ିଆ ପଞ୍ଚାୟତ ଶାରିସୁଆ ଗ୍ରାମରେ ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ କାଟି...

ବର୍ଷାରେ କଟକ ଜଳମଗ୍ନ

କଟକ ଅଫିସ, ୭ା୭:ମଙ୍ଗଳବାର ସନ୍ଧ୍ୟାରେ ପ୍ରବଳ ବର୍ଷାଯୋଗୁ କଟକର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି। ବର୍ଷା ପୂର୍ବରୁ ସହରରେ ନାଳରୁ ପଙ୍କୋଦ୍ଧାର କାର୍ଯ୍ୟ ଶେଷ ହୋଇ...

ନୂଆ ଭାରିଏଣ୍ଟକୁ ନେଇ ବଢ଼ିଲାଣି ଚିନ୍ତା, ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର,୨୭ା୧୧(ବ୍ୟୁରୋ): କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଏବେ ଚିନ୍ତା ବଢ଼ାଇଲାଣି। ବିଶ୍ୱସ୍ବାସ୍ଥ୍ୟ ସଙ୍ଗଠନ ଏହି ଭାରିଏଣ୍ଟକୁ ପୂର୍ବ ଭାରିଏଣ୍ଟଠାରୁ ଅଧିକ ମାରାତ୍ମକ ବୋଲି କହିବା ପରେ...

Advertisement
Archives

Model This Week