Posted inଖେଳ

ଦଳ ପ୍ରଦର୍ଶନକୁ ନେଇ ପିସିବି ତର୍ଜମା କରିବ

କରାଚୀ,୨୦।୬(ପି.ଟି.)- ଦଳର ପ୍ରଦର୍ଶନକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବେ ବେଶ୍‌ ଗୁରୁତ୍ୱ ଦେବା ଆରମ୍ଭ କରିଛି। ଜାତୀୟ ଦଳ ସହ ସପୋର୍ଟ ଷ୍ଟାଫ୍‌, ହେଡ୍‌ କୋଚ୍‌ ମିକି ଆର୍ଥରଙ୍କ ପ୍ରଦର୍ଶନକୁ ନେଇ ପିସିବି ଏବେ ତର୍ଜମା କରିବ। ବିଶ୍ୱକପ୍‌ ପରେ ଗତ ୩ ବର୍ଷର ପ୍ରଦର୍ଶନକୁ ନେଇ ପିସିବି ବଡ଼ଧରଣ ସମୀକ୍ଷା କରିବ। ବୁଧବାର ଲାହୋରରେ ପିସିବିର ବୋର୍ଡ ଅଫ୍‌ ଗଭର୍ନରମାନେ ବୈଠକରେ ବସି ଚଳିତ ବିଶ୍ୱକପ୍‌ ପ୍ରଦର୍ଶନ ନେଇ ମଧ୍ୟ ସମୀକ୍ଷା କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି। ବିଶ୍ୱକପ୍‌ରେ ପାକିସ୍ତାନର ପ୍ରଦର୍ଶନ ଆଶାନୁରୂପ ହୋଇପାରି ନାହିଁ। ବିଶ୍ୱକପ୍‌ରେ ପାକିସ୍ତାନ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି କେବଳ ଗୋଟିଏ ବିଜୟ ହାସଲ କରିଛି। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତଠାରୁ ପରାସ୍ତ ହେବା ଦ୍ୱାର ପାକିସ୍ତାନ ପ୍ରଶଂସକ ଓ କ୍ରିକେଟ ପ୍ରଶାସକ ନିରାଶ ହୋଇଛନ୍ତି। ପାକିସ୍ତାନ ଦଳ ସବୁ ମହଲରୁ ସମାଲୋଚନାର ଶିକାର ହୋଇଛି। ଦଳର ସବୁ ଫର୍ମାଟର ପ୍ରଦର୍ଶନ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା। ତେବେ ପାକିସ୍ତାନ ପ୍ରତ୍ୟାବର୍ତ୍ତନ କରି ବାକିଥିବା ୪ଟି ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରି ବିଜୟୀ ହେବ ବୋଲି ବୈଠକରେ ଆଶା ପ୍ରକାଶ କରାଯାଇଛି। ଦଳର ପ୍ରଦର୍ଶନକୁ ନେଇ ତର୍ଜମା କରାଯିବା ପରେ ବୋର୍ଡ ଅଧ୍ୟକ୍ଷଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି କୁହାଯାଇଛି। ଯଦି ପାକିସ୍ତାନ ବିଶ୍ୱକପ୍‌ରେ ଆଶାନୁରୂପ ପ୍ରଦର୍ଶନ କରି ନ ପାରେ ତେବେ ଦଳ ସମେତ ଅଧିନାୟକ, ହେଡ କୋଚଙ୍କ ସମେତ ଟିମ୍‌ ମ୍ୟାନେଜମେଣ୍ଟରେ ଆମୂଳଚୂଳ ପରିବର୍ତ୍ତନ କରାଯିବ। ଆସନ୍ତା ମାସ ହେଡ୍‌ କୋଚ୍‌ଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟ୍ରକ ଡାଲାରେ ବସି କ୍ରିକେଟ ଖେଳିବାକୁ ଯାଉଥିଲେ ଏହି ଖେଳାଳି

ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଜି ୨୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୩ ମସିହା, ଅକ୍ଟୋବର ୧୧ରେ ଗୁଜରାଟର ସୁରତରେ ଜନ୍ମଗ୍ରହଣ କରିଥିବା...

ସମସ୍ୟାରେ ‘ଜନ ଧନ’ ଆକାଉଣ୍ଟଧାରୀ କ୍ରିକେଟର

ନୂଆଦିଲ୍ଲୀ, ୧୮ା୫ (ପି.ଟି.)-‘ଜନ ଧନ’ ଆକାଉଣ୍ଟ ଥିବା ୬ଜଣ ଜୁନିୟର କ୍ରିକେଟର ଏବେ ସମସ୍ୟାରେ ପଡ଼ିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସେମାନଙ୍କ ଆକାଉଣ୍ଟରେ...

ଇଡେନରେ କେକେଆର-ପିବିକେଏସ ଲଢ଼େଇ…

କୋଲକାତା,୮।୫ : ଆଇପିଏଲ ୨୦୨୩ର ୫୩ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଏବଂ ପଞ୍ଜାବ କିଙ୍ଗ୍‌ସ(ପିବିକେଏସ) ମଧ୍ୟରେ ଲଢ଼େଇ ସୋମବାର ସନ୍ଧ୍ୟା ସାଢ଼େ ୭ଟାରେ କୋଲକାତାର...

ମ୍ୟାଚ୍‌ ମଝିରେ ଟଳିପଡ଼ିଲେ ଖେଳାଳି

ଅକ୍‌ଲ୍ୟାଣ୍ଡ,୧୮।୩: ଦିନିକିଆ ମହିଳା ବିଶ୍ୱକପ୍‌ରେ ବାଲାଂଦେଶ ବିପକ୍ଷ ଓ୍ବେଷ୍ଟଇଣ୍ଡିଜ୍‌ ମ୍ୟାଚ୍‌ ବେଳେ ଘଟିଛି ଅଘଟଣ। ଶୁକ୍ରବାର ମ୍ୟାଚ୍‌ ଚାଲିଥିବା ବେଳେ ଓ୍ବେଷ୍ଟଇଣ୍ଡିଜର ଦ୍ରୁତ ବୋଲର ଶାମିଲିଆ...

ଦୁବାଇରୁ ଝିଅ ଭାମିକାଙ୍କ ଫଟୋ ଶେୟାର କଲେ କୋହଲି, କ୍ୟାପଶନ୍‌ରେ ଦେଲେ ହୃଦୟ ଇମୋଜି

ନୂଆଦିଲ୍ଲୀ,୨୧।୧୦: ଚଳିତ ବର୍ଷ ମାତାପିତା ହୋଇଥିଲେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି। ଜାନୁୟାରୀ ୧୧ରେ ତାଙ୍କର ଏକ କନ୍ୟା ସନ୍ତାନ...

ହେନ୍‌ରୀଙ୍କ ସ୍ଥାନରେ ଖେଳିବେ ବ୍ରେସ୍‌ଓ୍ବେଲ୍‌

ଅକ୍‌ଲାଣ୍ଡ,୯ା୧: ଆଗକୁ ଖେଳାଯିବାକୁ ଥିବା ଭାରତ ଓ ପାକିସ୍ତାନ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳରେ ଆଘାତପ୍ରାପ୍ତ ମ୍ୟାଟ୍‌ ହେନ୍‌ରୀଙ୍କ ସ୍ଥାନରେ...

ଭାରତର ସହଜ ବିଜୟ

ଭାରତର ସହଜ ବିଜୟଲିଡ୍ସ, ୬।୭(ପି.ଟି.)- ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଶତକ ସହାୟତାରେ ଚଳିତ ବିଶ୍ୱକପ୍‌ରେ ଭାରତ ତା’ର ଅନ୍ତିମ ଲିଗ୍‌...

କ୍ରିକେଟର୍‌ରୁ ସନ୍ୟାସ ନ ନେଇ ଅମ୍ପାୟାର୍‌ ହୋଇଗଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ଖ୍ରୀଷ୍ଟଚର୍ଚ୍ଚ,୨୪।୧: ଖ୍ରୀଷ୍ଟଚର୍ଚ୍ଚର ହେଗେଲ ଓଭାଲରେ ଟିମ କ୍ରିକେଟ ଏବଂ ଟିମ ରଗବୀ ମଧ୍ୟରେ ଏକ ରୋମାଞ୍ଚକର କ୍ରିକେଟ ମ୍ୟାଚ ଖେଳାଯାଇଥିଲା। ଟିମ କ୍ରିକେଟ ଷ୍ଟିଫେନ ଫ୍ଲେମିଂଙ୍କ...

Advertisement
Archives

Model This Week