ବ୍ରହ୍ମପୁର ଅଫିସ,୧୮ା୫-ଆସନ୍ତା ୨୩ରେ ଭୋଟଗଣତି ସହ ଫଳାଫଳ ଘୋଷଣା କରାଯିବ। ତେବେ କିଏ ଜିତିବ ଓ କିଏ ହାରିବ ସେ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଅନ୍ୟପକ୍ଷରେ ବହୁ ବର୍ଷ ହେବ ଏକ ନିର୍ଦ୍ଧିଷ୍ଟ ଦଳର ଚିହ୍ନରେ ନିର୍ବାଚନ ଲଢ଼ିଥିବା ଓ ୨୦୧୯ ନିର୍ବାଚନ ବେଳକୁ ଦଳବଦଳ କରି ଆଉ ଏକ ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରାର୍ଥୀଙ୍କ ହାରଜିତ ନେଇ ଅଙ୍କକଷା ସାଙ୍ଗକୁ ଟେନସନ୍ ବଢ଼ିବାରେ ଲାଗିଛି। ସେମାନଙ୍କ ସମର୍ଥକମାନେ ମଧ୍ୟ ଦ୍ୱନ୍ଦ୍ୱର ଅଛନ୍ତି।
ଗଞ୍ଜାମ ଜିଲାର ବ୍ରହ୍ମପୁର ବିଧାନସଭା ଓ ଲୋକସଭା ନିର୍ବାଚନ ମଣ୍ଡଳୀରେ ଅଧିକ ଚାଲିଛି ରାଜନୈତିକ ଚର୍ଚ୍ଚା।
ରେଶମ ସହର ବ୍ରହ୍ମପୁରରେ ଚନ୍ଦ୍ରଶେଖର (ଶେଖର) ସାହୁ ଦୀର୍ଘ ୩ ଦଶନ୍ଧି ହେବ ହାତ ଚିହ୍ନରେ ନିର୍ବାଚନ ଲଢ଼ୁଥିଲେ। ୧୯୯୨ ପୌର ନିର୍ବାଚନରେ ସିଧାସଳଖ ନଗରପାଳ ନିର୍ବାଚିତ ହେବାର ବ୍ୟବସ୍ଥା ହୋଇଥିଲା। କଂଗ୍ରେସର ହାତ ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା କରି ସେ ସଫଳ ହୋଇଥିଲେ। ୨୦୦୪ ଲୋକସଭା ନିର୍ବାଚନରେ ମଧ୍ୟ କଂଗ୍ରେସର ହାତ ଚିହ୍ନରେ ଲଢ଼ି ଏମ୍ପି ହେବା ପରେ କେନ୍ଦ୍ର ପ୍ରଥମ ଉପା ସରକାରରେ ମନ୍ତ୍ରୀ ପଦ ପାଇଥିଲେ। ମାତ୍ର ୨୦୦୯ ଓ ୨୦୧୪ ଲୋକ ସଭା ନିର୍ବାଚନରେ ହାତ ଚିହ୍ନରେ ଲଢ଼ି ଦୁଇଥର ବିଜେଡି ପ୍ରାର୍ଥୀଙ୍କ ଦ୍ୱାରା ପରାସ୍ତ ହୋଇଥିଲେ। ଚଳିତ ବର୍ଷ ନିର୍ବାଚନର ବର୍ଷକ ପୂର୍ବରୁ ଶେଖର କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହେଲେ ଏବଂ ଲୋକ ସଭା ନିର୍ବାଚନ ପାଇଁ ଟିକେଟ ପାଇଲେ। ଦଳ ବଦଳ ପରେ ଶଙ୍ଖ ଚିହ୍ନ ନେଇ ପ୍ରଚାର କଲେ। ତେବେ ବହୁ ଦଶନ୍ଧି ଧରି ଶେଖରଙ୍କ ହାତ ଚିହ୍ନ ସମ୍ପର୍କରେ କେବଳ ବ୍ରହ୍ମପୁର ନୁହେଁ ଲୋକସଭା କ୍ଷେତ୍ରର ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର ଅବଗତ ଥିଲେ। ନିର୍ବାଚନର କିଛି ମାସ ତଳୁ ତାଙ୍କ ଚିହ୍ନ ବଦଳ ସବୁ ବର୍ଗର ଲୋକେ ଜାଣି ପାରି ନ ଥିଲେ। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ଭାବେ ଇ. ଚନ୍ଦ୍ର ଶେଖର ନାଇଡ଼ୁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ବିଜେଡି ଓ କଂଗ୍ରେସର ଚନ୍ଦ୍ରଶେଖର ବନାମ ଚନ୍ଦ୍ରଶେଖରଙ୍କୁ ନେଇ ଭୋଟର ଦ୍ୱନ୍ଦ୍ୱରେ ପଡ଼ିଥିଲେ। ମତଦାନର ମାସାଧିକ ସମୟ ବିତିଛି। ଫଳାଫଳ ଘୋଷଣା ନିକଟତର ହୋଇଥିବାରୁ କାହାର ଜିତାପଟ ସେନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଛି। କେତେକ ଅଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଓ ଗରିବ ବସ୍ତିବାସିନ୍ଦା ଶେଖର ସାହୁଙ୍କ ହାତ ଚିହ୍ନ ବୋଲି କହୁଥିବାରୁ କ୍ରସ ଭୋଟିଂ ହୋଇଥାଏପାରେ ବୋଲି ଆଶଙ୍କା କରାଯାଇଛି।
ସେହିପରି ବ୍ରହ୍ମପୁର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କ ପକ୍ଷରେ ମଧ୍ୟ ସମାନ ଅବସ୍ଥା।
୨୦୦୦ରୁ ୨୦୧୪ ସୁଦ୍ଧା ହୋଇଥିବା ୪ ନିର୍ବାଚନରେ ବିକ୍ରମ କଂଗ୍ରେସରୁ ଲଢ଼ି ଲଗାତର ପରାସ୍ତ ହୋଇଥିଲେ। ସେ ମଧ୍ୟ ବର୍ଷକ ତଳେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଲେ। ଏହି ଆସନରୁ ୫ଥର ବିଧାୟକ ହୋଇଥିବା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଟିକେଟ କାଟିଥିଲେ ବିଜେଡି ସୁପ୍ରିମୋ। ଚ୍ୟାଉ ପଟ୍ଟନାୟକଙ୍କ ବଦଳରେ ବିକ୍ରମ ବିଜେଡି ପ୍ରାର୍ଥୀ ଭାବେ ଲଢ଼ିଛନ୍ତି। ଦୁଇ ଦଶନ୍ଧି ହେବ କଂଗ୍ରେସରୁ ଲଢ଼ିଥିବା ପଣ୍ଡା ବିଜେଡିର ନୂଆ ପ୍ରାର୍ଥୀ। ସହରାଞ୍ଚଳ ଭୋଟର ତାଙ୍କୁ କିଭଳି ସମର୍ଥନ କରିଛନ୍ତି ଏବଂ ନୂଆ ଚିହ୍ନ ପ୍ରତି ସଚେତନ ଅଛନ୍ତି କି ନାହିଁ ଆସନ୍ତା ଗୁରୁବାର ସ୍ପଷ୍ଟ ହେବ।
‘କିଶୋରୀମାନେ ପରିବାରର ବୋଝ ନୁହନ୍ତି’
ଛତ୍ରପୁର,୨୧ା୫(ଦିଲ୍ଲୀପ ସାମଲ): କିଶୋରୀମାନେ ପରିବାରର ବୋଝ ନୁହନ୍ତି। ସେମାନେ ଦେଶର ସ୍ବର୍ଣ୍ଣିମ ଭବିଷ୍ୟତ। ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତା’ସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା ଆମ…
ଗୋଟିଏ ମଞ୍ଚରେ ଏକାଠି ହୋଇପାରୁନାହାନ୍ତି କଂଗ୍ରେସ ନେତା
ଭଞ୍ଜନଗର,୨୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସର ସବୁ ନେତା ଏକାଠି ହୋଇ ପାରୁନାହାନ୍ତି ଗୋଟିଏ ମଞ୍ଚରେ। ଇତିମଧ୍ୟରେ ଭଞ୍ଜନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା…
ଇଞ୍ଜିନିୟର ହେବା ଲକ୍ଷ୍ୟରେ ଶୁଭମ୍-କାର୍ତ୍ତିକେୟ, ଯୁକ୍ତ୨ ବିଜ୍ଞାନରେ ରଖିଛନ୍ତି…
ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ର…
ଯୁକ୍ତ ୨ ବିଜ୍ଞାନରେ ବିଘ୍ନେଶ ଚୌଧୁରୀ ଛତ୍ରପୁର ବ୍ଲକ ଟପ୍ପର, ମିଷ୍ଟାନ ବାଣ୍ଟି ଖୁସି ଜାହିର କଲେ ବିଦ୍ୟାର୍ଥୀ
ଛତ୍ରପୁର, ୨୧।୫(ଦିଲ୍ଲୀପ ସାମଲ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚଏସଇ ) ଦ୍ୱାରା +୨ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି l ଏହି ପରିପ୍ରେକ୍ଷୀରେ ଗଞ୍ଜାମ…
ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିଲେ ପ୍ରଫୁଲ୍ଲ ପଣ୍ଡା, କହିଲେ ଭାରତକୁ ସମଗ୍ର ବିଶ୍ୱରେ…
ଦିଗପହଣ୍ଡି, ୨୧।୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ସ୍ବର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ କରାଯାଇଥିଲା। ପୁଞ୍ଜିକଂୟା ଛକ…
ତାରାତାରିଣୀ କଲେଜର ସଫଳତା: ଯୁକ୍ତଦୁଇ ବିଜ୍ଞାନରେ ଆଗରେ ପୁଅ, କଳାରେ ଝିଅ
ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଚଳିତବର୍ଷ ଯୁକ୍ତଦୁଇ ଓ ଯୁକ୍ତତିନି ପରୀକ୍ଷାରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜକୁ ବଡ଼ ସଫଳତା ମିଳିଛି। ଅଧ୍ୟକ୍ଷ ଡଃ ପ୍ରଦୀପ କୁମାର ସାହୁ…
ବିଜ୍ଞାନରେ ଏତିକି ନମ୍ବର ରଖି ଦୁଇ ଜଣ ହେଲେ ବ୍ଲକ ଟପ୍ପର : ସଫଳତା ପାଇଁ ଅଧ୍ୟାପକ, ପରିବାରଙ୍କୁ ଦେଲେ ଶ୍ରେୟ
ଛତ୍ରପୁର,୨୧।୫(ଦିଲ୍ଲୀପ ସାମଲ): ପ୍ରକାଶ ପାଇଛି ଯୁକ୍ତ୨ ରେଜଲ୍ଟ । ଏହି ଅବସରରେ ବିଜ୍ଞାନ ବିଭାଗରେ ଦୁଇ ଛାତ୍ର ଛତ୍ରପୁର ବ୍ଲକ ଟପ୍ପର ହୋଇଛନ୍ତି । ଗୋବିନ୍ଦପୁର ସ୍ଥିତ…
ଦୁର୍ଗାମାଧବ ରାଜ୍ୟରେ ଦ୍ୱିତୀୟ: ଛୁଟୁଛି ଶୁଭେଚ୍ଛାର ସୁଅ
ଗଞ୍ଜାମ,୨୧।୫(ବିଦ୍ୟାଧର ସାହୁ): ଚଳିତବର୍ଷ ଯୁକ୍ତଦୁଇ ବିଜ୍ଞାନରେ ରାଜ୍ୟରେ ୨ୟ ସ୍ଥାନ ଅଧିକାର କରିଛନ୍ତି ଦୁର୍ଗାମାଧବ ବାରିକ l ଗଞ୍ଜାମ ସହର ଦୁର୍ଗାଦେବୀ ସାହି ବାସିନ୍ଦା ତଥା ଶିକ୍ଷକ…
Archives

