ଦର ବୃଦ୍ଧି ନିୟନ୍ତ୍ରଣରେ କେନ୍ଦ୍ର ବିଫଳତାର ପ୍ରତିବାଦ: ସିପିଏମ୍‌ ଆଞ୍ଚଳିକ କମିଟିର ବିକ୍ଷୋଭ, ଗଣଧାରଣା

ବ୍ରହ୍ମପୁର ଅଫିସ,୨୬ା୧୧-ସିପିଏମ୍‌ ବ୍ରହ୍ମପୁର ଆଞ୍ଚଳିକ କମିଟି ପକ୍ଷରୁ ସୋମବାର ଉପଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାରଙ୍କ ବିଫଳତା ପ୍ରତିବାଦରେ ଏହି ଆନ୍ଦୋଳନ ସୂତ୍ରପାତ ହୋଇଥିଲା। କମିଟି ସମ୍ପାଦକ ଯୁଧିଷ୍ଠିର ବେହେରା ଏହାର ନେତୃତ୍ୱ ନେଇଥିଲେ। ଗଞ୍ଜାମ ଜିଲା କମିଟି ସମ୍ପାଦକ କୈଳାସ ଷଡ଼ଙ୍ଗୀଙ୍କ ସମେତ ବିଦ୍ୟାଧର ଜେନା, କିଶୋର ମିଶ୍ର ଓ ବସନ୍ତ ନନ୍ଦ ପ୍ରମୁଖ ଆୟୋଜିତ ପ୍ରତିବାଦ ସମାବେଶରେ କେନ୍ଦ୍ରର ଜନମାରଣ ନୀତି ବିରୋଧରେ ବର୍ଷିଥିଲେ। ୨୦୧୪ ସାଧାରଣ ନିର୍ବାଚନ ବେଳେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ନ କରି କେବଳ ପୁଞ୍ଜିପତି ତୋଷଣ ନୀତି ଚଳାଇଥିବା ବାମପନ୍ଥୀ ନେତାମାନେ ତୀବ୍ର ସମାଲୋଚନା କରିଥିଲେ। ମହଜୁଦକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯାଉ ନ ଥିବାରୁ ମନଇଚ୍ଛା ଦରବୃଦ୍ଧି କରାଯାଉଥିବା ଅଭିଯୋଗ ହୋଇଥିଲା। ଆନ୍ଦୋଳନ ସ୍ଥଳରେ କୁହାଯାଇଥିଲା କେନ୍ଦ୍ର ସରକାର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦଳିମକଚି ସାଧାରଣ ଜନତାଙ୍କୁ କଲବଲ କରୁଛନ୍ତି। ଏବେ ପିଆଜର ମୂଲ୍ୟବୃଦ୍ଧି ଗରିବ, ଖଟିଖିଆ ଓ ସବୁବର୍ଗର ଲୋକଙ୍କୁ କନ୍ଦାଉଛି । ସରକାର ପିଆଜ ଚାଷୀଙ୍କୁ ସହାୟକ ମୂଲ୍ୟ ଦେଇଥିଲେ ଏଭଳି ଘଟଣା ଘଟି ନ ଥାନ୍ତା ବୋଲି ନେତାମାନେ କଟାକ୍ଷ କରିଥିଲେ। ସରକାରୀ ଖୁଚୁରା ବିକ୍ରି କେନ୍ଦ୍ରରେ ସ୍ବଳ୍ପ ମୂଲ୍ୟରେ ଆଳୁ, ପିଆଜ ଯୋଗାଇବା ଏବଂ ପିଆଜ ଚାଷୀଙ୍କୁ ସମସ୍ତ ସୁବିଧା ଯୋଗାଇବାକୁ ଦାବି କରାଯାଇଥିଲା। ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଶିବ ପ୍ରସାଦ ମହାପାତ୍ର, ବାବୁଲା ନାୟକ, ହରି ନାହାକ, ଚିଟି ବାବୁ, ରଞ୍ଜନ ପାତ୍ର, ଊର୍ମିଳା ଜେନା, ବିଷ୍ଣୁପ୍ରିୟା ସାହୁ, ପଞ୍ଚାନନ ଜେନା, ଆଦିତ୍ୟ ପାଣିଗ୍ରାହୀ ପ୍ରମୁଖ ଭାଷଣ ପ୍ରସଙ୍ଗରେ ରାଜ୍ୟ ସରକାର ଦରଦାମ କମାଇବାରେ ଚୁପ ରହିଥିବା ଅଭିଯୋଗ କରିଥିଲେ ।
ଅବସରରେ ସିପିଏମ୍‌ର ଏକ ପ୍ରତିନିଧି ଦଳ ଜିଲାପାଳ ଓ ଉପଜିଲାପାଳଙ୍କୁ ଭେଟି ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଦେବା, ଆଙ୍କୁଲି ରେଲୱେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ଦାବି କରିଥିଲେ। ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ଜିଲାପାଳ ହସ୍ତକ୍ଷେପ କରିବା ପାଇଁ ଗୁରୁତ୍ୱ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାଲ୍‌କୋ ଅଧ୍ୟକ୍ଷ ହେଲେ ଶ୍ରୀଧର ପାତ୍ର

ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ରାଷ୍ଟ୍ରାୟତ୍ତ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍‌କୋ)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଶ୍ରୀଧର ପାତ୍ର ନିୟୁକ୍ତ ହୋଇଛନ୍ତି। କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏ...

ନର୍ସିଂହୋମ୍‌ରେ ଅବ୍ୟବସ୍ଥା, ତାଗିଦ କରି ଛାଡ଼ିଲା ପ୍ରଶାସନ

ବ୍ରହ୍ମପୁର ଅଫିସ୍‌,୮ା୬- ବ୍ରହ୍ମପୁର ସହରରେ ହୁ ହୁ ହୋଇ ବଢ଼ୁଛି ଘରୋଇ ନର୍ସିଂହୋମ୍‌। ସହରର ଗଳି କନ୍ଦି, ସବୁଆଡ଼େ ଏବେ ନର୍ସିଂହୋମ୍‌ ଦେଖିବାକୁ ମିଳୁଛି। ଏସବୁରେ...

ପ୍ଲାଜମା ଦାନ କରିବେ ଶ୍ରୀମନ୍ଦିର ସେବାୟତ

ପୁରୀ ଅଫିସ, ୧୨।୧୦: ମହାମାରୀ କରୋନା ସହିତ ଲଢ଼ି ବିଜୟୀ ହୋଇଥିବା ୮ ଯୁବ ସେବାୟତ ପ୍ଲାଜମା ଦାନ କରିବାକୁ ଆଗେଇ ଆସିଛନ୍ତି। କରୋନା ଆକ୍ରାନ୍ତଙ୍କ...

ଯାଜପୁର ବ୍ରହ୍ମବରଦାରେ ଏପ୍ରିଲ ୧୨ ରାତି ୮ଟା ଯାଏ ବଢ଼ିଲା କଣ୍ଟେନ୍‌ମେଣ୍ଟ ଅବଧି

ଯାଜପୁର,୮।୪(ଡି.ଏନ୍‌.ଏ.): ଯାଜପୁର ଜିଲା ବ୍ରହ୍ମବରଦାରେ କଣ୍ଟେନମେଣ୍ଟ ଅବଧିକୁ ବୃଦ୍ଧି କରାଯାଇଛି। ଏପ୍ରିଲ ୧୨ ରାତି ୮ଟା ଯାଏ କଣ୍ଟେନ୍‌ମେଣ୍ଟ ଅବଧିକୁ ଜିଲା ପ୍ରଶାସନ ବଢ଼ାଇଛି। ବ୍ରହ୍ମବରଦା...

୧୧ ଜୋନ୍‌ରେ ବିଜେଡି, ଭାଜପା ମାତ୍ର ୨

ବାଲେଶ୍ୱର ଅଫିସ,୨୭।୨: ବାଲେଶ୍ୱର ଜିଲାର ୧୩ ଜୋନକୁ ନେଇ ପ୍ରଥମ ପର୍ଯ୍ୟାୟ ଗଣତି ହୋଇଥିଲା। ଏଥିରେ ବିଜେଡି ୧୧ଟି ଜୋନରେ ଜିତିଥିବା ବେଳେ ଭାଜପା ୨ଟି...

ପରୀ ହତ୍ୟା ପ୍ରସଙ୍ଗ: ସରପଞ୍ଚ ସୌମ୍ୟଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ନୟାଗଡ଼ ଅଫିସ,୧।୪: ପରୀ ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ଅଭିଯୋଗ ଆଣିଥିବା ବହୁ ଚର୍ଚ୍ଚିତ ନୟାଗଡ଼ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ସରପଞ୍ଚ ସୌମ୍ୟ...

ସ୍ପିରିଟ ଢାଳି ନିଆଁ ଲଗାଇଥିଲେ ପ୍ରେମିକ

ପୁରୁଷୋତ୍ତମପୁର,୨୯ା୭(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ପ୍ରେମିକା ଶୁଭସ୍ମିତା ଖାଡ଼ଙ୍ଗାଙ୍କୁ ଜୀଅନ୍ତା ଜାଳିଦେବା ଘଟଣାରେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁଙ୍କୁ ପୋଲିସ ବୁଧବାର...

୨୬ ଜିଲାକୁ ମାଡ଼ିଲାଣି କରୋନା: ଗଞ୍ଜାମରେ ୩୪୧ ସଂକ୍ରମିତ ଚିହ୍ନଟ; ଜାଣନ୍ତୁ କେଉଁ ଜିଲାରେ କେତେ

ଭୁବନେଶ୍ୱର,୨୩।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ଆଉ ୮୦ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...

Advertisement
Archives

Model This Week