ଦମ୍ପତିଙ୍କୁ ମାଡ଼ ମାରି ଲୁଟ୍‌

ଧର୍ମଶାଳା,୫ା୮(ଡି.ଏନ୍‌.ଏ.):  ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ପଣ୍ଡୁଆ ମୌଜାରେ ରାମଚନ୍ଦ୍ର ପ୍ରଧାନଙ୍କ ଘରେ ଶନିବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ ସହ ସ୍ତ୍ରୀଙ୍କୁ ମାଡ଼ ମାରି ଗଡ଼ରେଜରେ ଥିବା ଟଙ୍କା ଓ ସୁନା ଅଳଙ୍କାର ନେଇ ପଳାଇଥିବା ଗ୍ରାମବାସୀ କହିଛନ୍ତି। ରବିବାର ସକାଳେ ଖବର ପାଇ ଏସ୍‌ଡିପିଓ କେଦାରନାଥ ସାହୁ ଓ ଧର୍ମଶାଳା ଆଇଆଇସି ସରୋଜ କୁମାର ସାହୁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍‌ ସହିତ ଘଟଣାସ୍ଥଳରେ ତଦନ୍ତ କରି ଫେରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ କୌଣସି ସୁରାକ ପୋଲିସ ହାତରେ ଲାଗି ନ ଥିବା ଜଣାପଡିଛି। ପ୍ରକାଶ ଯେ, ସିଂହାପୁର ଗ୍ରାମର ରାମଚନ୍ଦ୍ର ସ୍ତ୍ରୀଙ୍କ ସହ ଜାରକା ନିକଟସ୍ଥ ପଣ୍ଡୁଆ ମୌଜାରେ ଘର କରି ରହୁଛନ୍ତି। ଝିଅପୁଅ ବାହାରେ ରହୁଥିବାରୁ ଅଧିକାଂଶ ସମୟରେ ସେମାନେ ଘରେ ଏକା ରହିଥାନ୍ତି। ଏହାର ସୁଯୋଗ ନେଇ ଗତକାଲି ବିଳମ୍ବିତ ରାତିରେ ୩ରୁ ୪ଜଣ ଡକାୟତ ଶିଡ଼ିଘର କବାଟ ଭାଙ୍ଗି ଘରେ ପଶିଥିଲେ। ଏହି ସମୟରେ ରାମଚନ୍ଦ୍ର ବିରୋଧ କରିବାରୁ ଡକାୟତମାନେ ତାଙ୍କୁ ମରଣାତ୍ମକ ଆକ୍ରମଣ କରିବା ସହିତ ତାଙ୍କ ସ୍ତ୍ରୀ ପିନ୍ଧିଥିବା କାନଫୁଲ ଛିଣ୍ଡାଇ ନେଇଥିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏହି ଘଟଣା ବାବଦରେ ଝିଅ ଜାଣିବା ପରେ ପାଖ ପଡୋଶୀଙ୍କୁ ବାପା ଓ ମା’ ଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ ଅନୁରୋଧ କରିଥିଲେ। ପରେ କିଛିଲୋକ ଘଟଣାସ୍ଥଳରେ ପହଞ୍ଚତ୍ ରାମଚନ୍ଦ୍ର ଓ ତାଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ଗ୍ରାମବାସୀ କହିଛନ୍ତି। ସେଠାରେ ଝିଅ ଓ ଜ୍ୱାଇଁ ପହଞ୍ଚତ୍ ପ୍ରାଥମିକ ଚିକିତ୍ସାପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ନେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟିକା ବିରୋଧୀ ମେଳିରେ ଫାଟ

ରସୁଲପୁର,୧୭ା୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ରସୁଲପୁର ବ୍ଲକର ୧୦ ପଞ୍ଚାୟତରେ ବିଜେଡି ରାଜନୀତିରେ ନୂଆ ସମୀକରଣ ଦେଖାଦେଇଛି। ସେହି ୧୦ ପଞ୍ଚାୟତ...

ବଜ୍ରପାତରେ ୨ ଚାଷୀଙ୍କ ମୃତ୍ୟୁ

ନିରାକାରପୁର/ପିପିଲି,୨୯।୪(ଡି.ଏନ୍‌.ଏ./ସ୍ବ.ପ୍ର.): ରାଜ୍ୟର ବିଭିନ୍ନ ଜିଲାରେ ଶୁକ୍ରବାର ବର୍ଷା ହେବା ସହ ବଜ୍ରପାତ ହୋଇଛି। ଏହି ବଜ୍ରପାତରେ ଦୁଇ ଜଣ ଚାଷୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ...

bahanaga- gopalpur milk samabaya samiti photo-2

କ୍ଷତି ସହୁଛନ୍ତି ଦୁଗ୍ଧ ଚାଷୀ

ବାହାନଗା, ୧୭ା୫(ଡି.ଏନ.ଏ.)-ଲକ୍‌ଡାଉନ ଯୋଗୁ ପୂର୍ବଭଳି ଦୁଗ୍ଧ ବିକ୍ରି ହେଉ ନ ଥିବାରୁ ବାଲେଶ୍ୱର ଜିଲା ବାହାନଗା ବ୍ଲକର ଦୁଗ୍ଧ ଚାଷୀମାନେ କ୍ଷତି ସହୁଛନ୍ତି। ସାମାଜିକ ଦୂରତ୍ୱ...

‘ଉତ୍ସବ ପ୍ରଧାନପାଟ-୨୦୨୦’ର ଅନ୍ତିମସନ୍ଧ୍ୟା: ନାଚ, ଗୀତରେ ଝୁମିଲେ ଦର୍ଶକ

ଦେବଗଡ଼, ୧୫।୨(ଡି.ଏନ.ଏ)-ସ୍ଥାନୀୟ ପର୍ଯ୍ୟଟନସ୍ଥଳୀ ପ୍ରଧାନପାଟସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ୫ଦିନ ଧରି ଚାଲିଥିବା ‘ଉତ୍ସବ ପ୍ରଧାନପାଟ-୨୦୨୦’ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଅନ୍ତିମ ସନ୍ଧ୍ୟାରେ ଦର୍ଶକଙ୍କ ପ୍ରବଳ ଭିଡ ଜମିଥିଲା।...

ସ୍ବାଭାବିକ ହେଉଛି ଯୋଡ଼ା ସହର

ଯୋଡ଼ା,୧୬।୪(ଡି.ଏନ.ଏ.) ରାମଝଣ୍ଡା ସ୍ଥାପନକୁ ନେଇ ଅଶାନ୍ତ ହୋଇ ପଡ଼ିଥିବା କେନ୍ଦୁଝର ଜିଲା ଯୋଡ଼ା ସହର ଧିରେ ଧିରେ ସ୍ବାଭାବିକ ପରିସ୍ଥିତିକୁ ଫେରୁଛି। ଜିଲା ପ୍ରଶାସନ ପକ୍ଷରୁ...

ଗଞ୍ଜାମରେ କୋଭିଡ୍‌ ପରିଚାଳନାରେ ସରକାର, ପ୍ରଶାସନ ବିଫଳ: ଭାଜପା

ଛତ୍ରପୁର,୧୭।୭(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଜିଲାରେ କୋଭିଡ୍‌ ପରିଚାଳନା ଓ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ଓ ଜିଲା ପ୍ରଶାସନ...

ଆଇଆଇସି ଗିରଫ: ମାମଲାରୁ ନାଁ କାଟିବାକୁ ନେଉଥିଲେ ୨୫ହଜାର ଟଙ୍କା

ବଲାଙ୍ଗୀର ଅଫିସ, ୫ା୧୨:ଏକ ମାମଲାରୁ ନଁା କାଟିଦେବାକୁ ଲାଞ୍ଚ ନେବାବେଳେ ରବିବାର ଭିଜିଲାନ୍ସ ଜାଲରେ ପଡିଛନ୍ତି ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଆଇଆଇସି ଆଲୋକ କୁମାର...

ଏଭରେଷ୍ଟ ଅଭିଯାନ : ୩ନଂ. ବେସ୍‌ କ୍ୟାମ୍ପରେ କଳ୍ପନା

ଢେଙ୍କାନାଳ ଅଫିସ,୧୩ା୫: ଏଭରେଷ୍ଟର ଉତ୍ତୁଙ୍ଗ ଶିଖରକୁ ଛୁଇଁବାକୁ ଅଦମ୍ୟ ଇଚ୍ଛା ନେଇ ପୁଣିଥରେ ଅଭିଯାନ ଆରମ୍ଭ କରିଛନ୍ତି ଢେଙ୍କାନାଳର ଦୁଃସାହସିକା କ୍ରୀଡ଼ାବିତ୍‌ କଳ୍ପନା ଦାଶ। ନେପାଳର...

Advertisement
Archives

Model This Week