ଥାନା ଅଧିକାରୀଙ୍କ ନାମରେ କୋର୍ଟରେ ମାମଲା

କାଳିଆପାଣି,୪ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅଧିକାରୀ ବିଚିତ୍ରା ନନ୍ଦ ସେଠୀଙ୍କ ନାମରେ ଗୁରୁବାର ଯାଜପୁର ରୋଡସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ଏକ ଦୁର୍ବ୍ୟବହାର ମାମଲା ରୁଜୁ ହୋଇଛି। ଥାନା ଅଞ୍ଚଳର ଜଣେ ମହିଳା ଏହି ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ କୋର୍ଟରେ ଏକ କମ୍ପ୍ଲେଣ୍ଟ କେସ୍‌ (ନଂ. ୩୫୦/୧୯) ରୁଜୁ ହୋଇଛି। ପ୍ରକାଶ ଯେ, ସେପ୍ଟେମ୍ବର ୨୨ ତାରଖରେ ଜଣେ ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ଥାନାଧିକାରୀ ସମ୍ପୃକ୍ତା ମହିଳାଙ୍କ ସହ ତାଙ୍କ ନାବାଳିକା ଝିଅଙ୍କୁ ଦୁର୍ବ୍ୟବହାର କରିବା ଏବଂ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ପୀଡିତା କୋର୍ଟର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ନେଇ ପୀଡିତା ଜଣଙ୍କ ବହୁବାର ପୋଲିସ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ହେଲେ କୌଣସି ପକ୍ଷକ୍ଷେପ ଗ୍ରହଣ କରାଯାଇ ନାହିଁ। ଏପରିକି ଏତାଲାର ନକଲ ମଧ୍ୟ ତାଙ୍କୁ ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀ ପଛଘୁଞ୍ଚା ଦେଇଥିଲେ। ତେଣୁ ବାଧ୍ୟ ହୋଇ ମହିଳା ଜଣଙ୍କ କୋର୍ଟର ଦ୍ୱାରସ୍ଥ ହୋଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ମଦ ବିକିଲେ ପୁରସ୍କାର ପ୍ରସ୍ତାବ: ଅଭିଜ୍ଞତା ନୁହେଁ ଅପରିପକ୍ୱତା

ବଅଁରପାଳ, ୨୧ା୭ (ଡି.ଏନ.ଏ.)- ଜରାଟ, ମିଜୋରାମ, ନାଗାଲାଣ୍ଡ, ଲାକ୍ଷାଦୀପ ଓ ବିହାର ପରି ଗୋଟିଏ ପରେ ଗୋଟିଏ ରାଜ୍ୟ ମଦକୁ ନିଷେଧ କରିଥିବା ବେଳେ ଓଡ଼ିଶା...

ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦାବିରେ ସତ୍ୟବ୍ରତଙ୍କ ପଦଯାତ୍ରା

ଦାରିଙ୍ଗବାଡ଼ି/ ରାଇକିଆ,୧୨୩(ଡି.ଏନ.ଏ) ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଘୋଷଣା ସହ ମହାନଦୀର ଜଳ ଆବଣ୍ଟନ ସମସ୍ୟା ସମାଧାନ ଏବଂ ପୋଲାଭରମ୍‌ ପ୍ରକଳ୍ପ ବନ୍ଦ କରିବା ଦାବିରେ ଜଗତ୍‌ସିଂହପୁର...

ସୁଭଦ୍ରା ହାତରୁ ରାଖୀ ବାନ୍ଧି ଖୁସି ହେଲା ଜଗା

ଫୁଲବାଣୀ ଅଫିସ, ୧୨ା୮:କନ୍ଧମାଳର ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା ଏବେ ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ରହି ଚିକିତ୍ସିତ ହେଉଛି। ଗୁରୁବାର...

ବିଏସ୍‌ଏଫ୍‌ କର୍ମଚାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ : ପାପରମେଟଲା ଥାନା ଘେରିଲେ ଆଦିବାସୀ

ଚିତ୍ରକୋଣ୍ଡା,୧୫।୯(ଡି.ଏନ୍‌.ଏ.) : ବିଏସ୍‌ଏଫ୍‌ କର୍ମଚାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ନେଇ ଶତାଧିକ ଆଦିବାସୀ ପାପରମେଟଲା ଥାନା ତଥା ବିଏସ୍‌ଏଫ୍‌ କ୍ୟାମ୍ପ ଘେରାଉ କରିଛନ୍ତି। ମାଲକାନଗିରି ଜିଲା...

ବ୍ଲକସ୍ତରୀୟ କୃଷକ ସମ୍ପର୍କ ମେଳା

ବନ୍ତ,୧୮।୧(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଶେଉଳଗଡ଼ିଆ କୃଷି ଫାର୍ମଠାରେ କୃଷି ବିଭାଗ ପକ୍ଷରୁ ଶନିବାର ଏକ ବ୍ଲକସ୍ତରୀୟ କୃଷକ ସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି...

କରୋନାରେ ନାଟ୍ୟକାର ବଟରାଜ ଦେବ ଗୋସ୍ବାମୀ ଓ ସ୍ତ୍ରୀଙ୍କ ଦେହାନ୍ତ

ପୁରୀ ଅଫିସ, ୧୮ା୪: ସୁପରିଚିତ ନାଟ୍ୟକାର, ଅଭିନେତା ତଥା ନିର୍ଦ୍ଦେଶକ ବଟରାଜ ଦେବ ଗୋସ୍ବାମୀ ଓ ତାଙ୍କ ସହଧର୍ମିଣୀ ରାଧାମଣି ଗୋସ୍ବାମୀଙ୍କର ଶନିବାର କରୋନାରେ ଜୀବନ...

ବଡ଼ବଡୁଆ ଡାକିବାକୁ କାଉଁରିଆ କାଠି ମିଳୁନି

ପାଟକୁରା,୩ା୧୧ (ଡି.ଏନ.ଏ.): ଦୀପାବଳିରେ ପିତୃପୁରୁଷଙ୍କ ପାଇଁ ପରିବାର ଲୋକେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିଥା’ନ୍ତି। କିନ୍ତୁ ଏବେ ଏହି କାଉଁରିଆ କାଠିର ଅଭାବ ପରିଲକ୍ଷିତ...

ଲାଠୋରରେ ହାତୀ ଉପଦ୍ରବ

ଲାଠୋର, ୩ା୧୨(ଡି.ଏନ.ଏ.) ବଲାଙ୍ଗୀର ଜିଲା ଲାଠୋର ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ବନାଞ୍ଚଳ ଅଧୀନ ବେନ୍ଦେର ସଂରକ୍ଷଣ ଜଙ୍ଗଲରୁ ହାତୀପଲ ଆସି ଉପଦ୍ରବ କରୁଥିବାରୁ ଅଞ୍ଚଳବାସୀ...

Advertisement
Archives

Model This Week