ଥାନାଧିକାରୀଙ୍କୁ ମିଳିଲା ଅଧିକ କ୍ଷମତା: ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କଲେ ସାଧାରଣ ଜନତା, ସରକାରୀ ଅଧିକାରୀଙ୍କ ଉପରେ ନେଇପାରିବେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୭।୪(ବ୍ୟୁରୋ): କରୋନାର ମୁକାବିଲା ଲାଗି ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ବଳବତ୍ତର ରହିଛି। ସଚେତନତା ସତ୍ତ୍ୱେ ଅନେକେ ଏହାକୁ ଉଲ୍ଲଂଘନ କରୁଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ନିୟମକୁ କଡ଼ାକଡ଼ି ପାଳନ କରିବା ଲାଗି ଥାନାଧିକାରୀଙ୍କୁ ଅଧିକ କ୍ଷମତା ଦିଆଯାଇଛି। ଶୁକ୍ରବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଆଇପିସି-୧୮୮ ଧାରା ଓ ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ ଅନୁସାରେ ଏହି କ୍ଷମତା ପ୍ରଦାନ କରାଯାଇଛି। ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କଲେ ଏନେଇ ଦଣ୍ଡିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ର ଧାରା ୫୧ରୁ ୬୦ ଏବଂ ଆଇପିସିର ୧୮୮ ଧାରାରେ ଥାନାଧିକାରୀମାନେ ମାମଲା ରୁଜୁ କରିପାରିବେ ବୋଲି ଗୃହ ବିଭାଗ ପକ୍ଷରୁ ଚିଠିରେ ସ୍ପଷ୍ଟ କରାଯାଇଛି। ଏହି ଆଇନ୍‌ ଅନୁସାରେ ଓଡ଼ିଶାରେ ସାଧାରଣ ଜନତାଙ୍କ ସହ ସରକାରୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ହେବ। ଏହାଛଡ଼ା କର୍ତ୍ତବ୍ୟରେ ଅବହେଳା ଏବଂ ଲକ୍‌ଡାଉନ୍‌ ନିୟମକୁ ଉଲ୍ଲଂଘନ କଲେ ସରକାରୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତୁରନ୍ତ ଏହି ନିର୍ଦ୍ଦେଶ ଲାଗୁ କରିବା ସହ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍କିଂ ଫି ଆଦାୟ କରିବେ କିନ୍ନର, ଜୁଲାଇରେ ନେବେ ତାଲିମ

ବ୍ରହ୍ମପୁର ଅଫିସ,୨୬।୬- ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଚିହ୍ନଟ ପାର୍କିଂ ସ୍ଥଳରେ କିନ୍ନର ମାନେ ପାର୍କିଂ ଫି ଆଦାୟ କରିବେ। ଏନେଇ ଗୁରୁବାର ବିଏମ୍‌ସି ପକ୍ଷରୁ...

ପିଆଜ ଦରରେ ନିଆଁ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ରାଜ୍ୟରେ ପିଆଜ ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ବଜାରରେ ପିଆଜ ମୂଲ୍ୟ କିଲୋ ପିଛା ୮୦ରୁ ୯୦ ଟଙ୍କାରେ ବିକ୍ରି...

୨ ସରପଞ୍ଚ ଦେଖାଇଲେ ଜିଲାପାଳଙ୍କ କ୍ଷମତା; ମନ୍ଦାର, ମଧୁପଲ୍ଲୀ ସଟ୍‌ଡାଉନ ଘୋଷଣା

ପୋଲସରା,୧୦।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ପୋଲସରା ବ୍ଲକର ମନ୍ଦାର ଓ ମଧୁପଲ୍ଲୀ ସରପଞ୍ଚ କରୋନା ମୁକାବିଲା ପାଇଁ ରବିବାର ଜିଲାପାଳଙ୍କ କ୍ଷମତା ପ୍ରୟୋଗ କରିଛନ୍ତି। ମନ୍ଦାର ଓ ମଧୁପଲ୍ଲୀକୁ...

୫,୬୦,୮୯୧ ଛାତ୍ରୀଛାତ୍ର ଦେବେ ମାଟ୍ରିକ୍‌ ପରୀକ୍ଷା

ଭୁବନେଶ୍ୱର, ୪ା୨(ବ୍ୟୁରୋ): ଚଳିତବର୍ଷ ୫, ୬୦, ୮୯୧ ଛାତ୍ରୀଛାତ୍ର ମାଟ୍ରିକ୍‌ ପରୀକ୍ଷା ଦେବେ। ମୋଟ ୨,୮୮୮ କେନ୍ଦ୍ରରେ ପରୀକ୍ଷା ହେବ। ଏଥିପାଇଁ ୩୦୭ ନୋଡାଲ ସେଣ୍ଟର...

ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ: ଆରମ୍ଭ ହେଲା ସାଟେଲାଇଟ୍‌ ସର୍ଭେ

ଜଳେଶ୍ୱର, ୩୦।୧(ଡି.ଏନ.ଏ.)-ଦୀର୍ଘବର୍ଷ ହେଲା ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ଲାଗି ରହିଛି। ପଶ୍ଚିମବଙ୍ଗ ବାଲିମାଫିଆମାନେ ଓଡ଼ିଶା ସୀମାରୁ କୋଟି କୋଟି ଟଙ୍କାର ବାଲି ଚୋରାଚାଲାଣ କରି ମାଲେମାଲ...

CORONAVIRUS UPDATE: ରାଜ୍ୟରେ ଆଉ ୮ ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ୧୬୬କୁ ବୃଦ୍ଧି

ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ ଆଉ ୮ କରୋନା ଆକ୍ରାନ୍ତ ଶୁକ୍ରବାର ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଯାଜପୁରର ୪ଜଣ, ଭଦ୍ରକରୁ ୨ ଏବଂ ବାଲେଶ୍ୱର ଓ କେନ୍ଦୁଝର...

ସଂଘର୍ଷରୁ ସ୍ବୟଂସିଦ୍ଧା

ଢେଙ୍କାନାଳ ଅଫିସ, ୮।୩(ରତନ ନାୟାର): କି ରାତି କି ଦିନ। ଅସରନ୍ତି ସେମାନଙ୍କ ସଂଘର୍ଷର କାହାଣୀ। କେତେ ଝଡ଼ଝଞ୍ଜା ଆସିଛି। ପ୍ରତିକୂଳ ପରିସ୍ଥିତି ପାଚେରି ହୋଇ...

ଧଉଳି ଶାନ୍ତିସ୍ତୂପକୁ ପୂରୁଛି ୫୦ ବର୍ଷ

ଭୁବନେଶ୍ୱର, ୯ା୯(ବ୍ୟୁରୋ):ରାଜଧାନୀ ଉପକଣ୍ଠ ଧଉଳି ପାହାଡ଼ରେ ପ୍ରତିଷ୍ଠିତ ବିଶ୍ୱବିଦିତ ଶାନ୍ତିସ୍ତୂପ ଏବଂ ବୌଦ୍ଧପୀଠ ଚଳିତ ବର୍ଷ ଅକ୍ଟୋବରରେ ୫୦ ବର୍ଷ ପୂରଣ କରୁଛି। ଏହାକୁ ସ୍ମରଣୀୟ...

Advertisement
Archives

Model This Week