ଥଇଥାନ ଦାବିରେ ଆନ୍ଦୋଳନ: ଦୋକାନ ବନ୍ଦ କଲେ ମାଛ, ମାଂସ ବିକ୍ରେତା ସଂଘ

ପାଲଲହଡା,୨୩।୧୧(ଡି.ଏନ.ଏ.) – ଥଇଥାନ ଦାବି କରିଥିବା ପାଲଲହଡ଼ା ଉପଖଣ୍ଡ ମାଛ, ମାଂସ ବିକ୍ରେତା ସଂଘ ପକ୍ଷରୁ ଶୁକ୍ରବାରଠାରୁ ଆନ୍ଦୋଳନ ଆରମ୍ଭ କରାଯାଇଛି। ସଂଘ ସୋମବାରଠାରୁ ଦୋକାନ ବନ୍ଦ କରିବାକୁ ପୂର୍ବରୁ ଘୋଷଣା କରିଥିବା ବେଳେ ଆଜି ସଦରମହକୁମାର ସମସ୍ତ ଆମିଷ ଦୋକାନ ବନ୍ଦ କରି ୨ ଘଣ୍ଟା ପାଇଁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ଦେଇଥିଲା।
ପ୍ରକାଶ ଯେ, ବହୁବର୍ଷରୁ ସ୍ଥାନୀୟ ବଜ଼ାର ନିକଟ ଦେବୋତ୍ତର ସ୍ଥାନରେ ଥିବା ମାଛ ମାଂସ ମାର୍କେଟକୁ କିଛିଦିନ ତଳେ ପ୍ରଶାସନ ଉଚ୍ଛେଦ କରିବା ପରେ କେତେକ ଦୋକାନୀ ନୂତନ ବାଇପାସ ନିକଟକୁ ଉଠିଯାଇଥିଲେ। ଆଉ କିଛି ଦୋକାନୀ ବିଭିନ୍ନ ଗଳି କନ୍ଦିରେ ଅସ୍ଥାୟୀ ଦୋକାନ ଖୋଲି ବେପାର ଆରମ୍ଭ କରିଥିଲେ। କିନ୍ତୁ ତାହାକୁ ମଧ୍ୟ ପ୍ରଶାସନ ବନ୍ଦ କରବା ପାଇଁ ନୋଟିସ ଦେଇଥିଲା। ଏ ନେଇ ବିକ୍ରେତା ସଂଘ ଏବଂ ପ୍ରଶାସନ ମଧ୍ୟରେ ଗତ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତ ଦୋକାନ ସ୍ଥାନୀୟ ସାପ୍ତାହିକ ହାଟ ନିକଟରେ ଖୋଲିବାକୁ ପ୍ରଶାସନ ପ୍ରସ୍ତାବ ଦେଇଥିଲା। ତେବେ ପାଣି ଏବଂ ବିଦ୍ୟୁତ୍‌ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ସେଠାରେ ଦୋକାନ ଖୋଲା ଯାଇପାରିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯିବା ସହ ସୋମବାରଠାରୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲା।
ଏ ନେଇ ସଂଘ ସଭାପତି ସୁରେନ୍ଦ୍ର କୁମାର ନାୟକ କହିଛନ୍ତି, ଯେ ପର୍ଯ୍ୟନ୍ତ ଉଚ୍ଛେଦ ଦୋକାନୀଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ଦେଇ ପ୍ରଶାସନ ଥଇଥାନ ନ କରିଛି, ସେ ଯାଏ ଅଞ୍ଚଳରେ କୌଣସି ଆମିଷ ଦୋକାନ ଖୋଲାଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିଯୁକ୍ତି ଦାବିରେ ଏନ୍‌ଟିପିସି କ୍ଷତିଗ୍ରସ୍ତଙ୍କ ଆନ୍ଦୋଳନ

କଣିହାଁ,୩।୮(ଡି.ଏନ.ଏ.) କଣିହାଁ ବ୍ଲକସ୍ଥିତ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପରେ ୨୫ ବର୍ଷରୁ ଊର୍ଦ୍ଧ୍ୱ ହେବ ଜମି ହରାଇଥିବା ୧୨ଟି ପରିବାର ମୁଖିଆମାନେ ସ୍ଥାୟୀ ନିଯୁକ୍ତି ଦାବିରେ ଶୁକ୍ରବାର...

ମଦ ସହ ସ୍କୁଟି ଜବତ, ୩ ଗିରଫ

ବଇଣ୍ଡା,୧୫।୭ (ଡି.ଏନ.ଏ.)-ହଣ୍ଡପା ପୋଲିସ ରବିବାର ରାତିରେ ବିଭିନ୍ନ ଗ୍ରାମରେ ଚଢାଉ କରି ମଦ ସହିତ ସ୍କୁଟି ଗାଡ଼ି ଜବତ କରିଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ୩...

ଶିକ୍ଷୟିତ୍ରୀଙ୍କୁ ବଦଳି ଦାବି: ସ୍କୁଲରେ ତାଲା ପକାଇ ପ୍ରତିବାଦ

ଭୁବନ, ୨୭।୭(ଡି.ଏନ.ଏ.)- ଭୁବନ ବ୍ଲକ ବାଲିଝାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ପୁଷ୍ପଲତା ହୋତାଙ୍କୁ ବଦଳି ଦାବିରେ ଶୁକ୍ରବାର ସ୍କୁଲ ଫାଟକରେ ତାଲା ପକାଇ...

ଟ୍ୟୁମର ନ ଥାଇ କାଟିଦେଲେ ପେଟ

ଅନୁଗୋଳ ଅଫିସ, ୧୮।୭ – ଅନୁଗୋଳ ସହରରେ ଥିବା ଏକ ନର୍ସିଂହୋମ୍‌ରେ ଜଣେ ମହିଳା ରୋଗୀଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା କରାଯାଇଥିବା ଅଭିଯୋଗ ହୋଇଛି। ୪ ମାସ...

ଜାତୀୟ କୃମି ଦିବସ: କୃମି ଔଷଧ ଖାଇ ୨୬ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ

ଛେଣ୍ଡିପଦା, ୮।୮(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଲିପଟା ରଥସାହି ପ୍ରାଥମିକ ବିଦ୍ୟାଳୟରେ କୃମି ଔଷଧ ଖାଇ ଗୁରୁବାର ୨୬ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି।...

ନିୟମିତ ପଞ୍ଜୀକରଣ, ନବୀକରଣ କର

ଅନୁଗୋଳ ଅଫିସ୍‌,୭।୩ – ଅନୁଗୋଳ ଶ୍ରମ ଜିଲାର ୫ଟି ବ୍ଲକର ନିର୍ମାଣ ଶ୍ରମିକମାନଙ୍କୁ ନେଇ ଶୁକ୍ରବାର ଅନୁଗୋଳ ପୌରପାଳିକା ଟାଉନ୍‌ ହଲ ଠାରେ ନିର୍ମାଣ ଶ୍ରମିକ...

ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ: ‘ମଦ ରାଜସ୍ବ ସରକାରଙ୍କ ଲକ୍ଷ୍ୟ ନୁହେଁ’

ଅନୁଗୋଳ ଅଫିସ, ୧୫।୧ – ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ଅନୁଗୋଳ ଗସ୍ତରେ ଆସି ସର୍କିଟ ହାଉସ ଠାରେ ଜିଲା...

୪୪ ଛାତ୍ରାବାସରୁ ଘରକୁ ଯିବେ ୬୮୫୯ ପିଲା

ଅନୁଗୋଳ ଅଫିସ୍‌, ୨୧।୩ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା...

Coronavirus Update


Archives

Model This Week

Why Dharitri