Advertisement

ତ୍ୱଚା ପାଇଁ ଗୁଡ଼

ଗୁଡ଼ ଖାଇବା ନା କେବଳ ସ୍ବାସ୍ଥ୍ୟ ପକ୍ଷେ ହିତକର ବରଂ ଏହା ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ମଧ୍ୟ ବେଶ୍‌ ଉପକାରୀ। ତେଣୁ ସୌନ୍ଦର୍ଯ୍ୟ ଉପଚାର ଲାଗି ଏହାକୁ କିପରି ବ୍ୟବହାର  କରିବେ ଜାଣି ରଖନ୍ତୁ ଟିପ୍ସ…

ଦୂର କରେ ଦାଗ: ମୁହଁର ଦାଗ ଦୂର କରିବା ପାଇଁ ୧ ଚାମଚ ଗୁଡ଼ ସହିତ ୧ ଚାମଚ ଟମାଟୋ ରସ, ଅଳ୍ପ ଲେମ୍ବୁ ରସ ଓ ଅଳ୍ପ ହଳଦୀ ନେଇ ଭଲଭାବେ ମିଶାନ୍ତୁ। ଏହି ପ୍ୟାକ୍‌କୁ ମୁହଁରେ ଲଗାଇ ୧୫ ମିନିଟ୍‌ ରଖିବା ପରେ ଧୋଇ ଦିଅନ୍ତୁ।
ତ୍ୱଚାକୁ କରେ ରିଙ୍କଲ୍‌ ଫ୍ରି: ୧ ଚାମଚ ଚା ପତିକୁ ଅଳ୍ପ ପାଣିରେ ଭଲ ଭାବେ ଫୁଟା ଦିଅନ୍ତୁ ଏବଂ ଏକ ପାତ୍ରରେ ଛାଣି ଦିଅନ୍ତୁ। ସେଥିରେ ଏକ ଚାମଚ ଗୁଣ୍ଡଗୁଡ଼, ୧ ଚାମଚ ଅଙ୍ଗୁର ରସ, ଅଳ୍ପ ହଳଦୀ ଓ ଗୋଲାପ ଜଳକୁ ଭଲ ଭାବେ ମିଶାଇ ଫେସ୍‌ ପ୍ୟାକ ତିଆରି କରନ୍ତୁ। ଏହି ପ୍ୟାକକୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ନିୟମିତ ସମୟ ଅନ୍ତରାଳରେ ଏପରି କରିବା ଦ୍ୱାରା ତ୍ୱଚାରେ ଦେଖା ଯାଉଥିବା କୁଞ୍ଚନ ବା ରିଙ୍କଲ୍‌ ମାର୍କ ଦୂର ହେବା ସହ ତ୍ୱଚା ଅଧିକ ଉଜ୍ଜ୍ୱଳ ଦେଖାଯାଇଥାଏ।
କେଶକୁ କରେ ମଜଭୁତ: କେଶ ଝଡ଼ିବା କିମ୍ବା ଡ୍ରାଏ ହେବା ଭଳି ସମସ୍ୟା ଥିଲେ ଏକ ପାତ୍ରରେ ଅଳ୍ପ ଗୁଡ, ମୁଲତାନୀ ମାଟି, ଦହି ଏବଂ ପାଣି ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ କେଶରେ ମୂଳରୁ ଅଗ ପର୍ଯ୍ୟନ୍ତ ଭଲ ଭାବେ ଲଗାଇ ଅଧଘଣ୍ଟାରୁ ଏକ ଘଣ୍ଟା ପର୍ଯ୍ୟନ୍ତ ରଖିବା ପରେ ଭଲ ଭାବେ ଧୋଇ ଦିଅନ୍ତୁ। ଏଥିପାଇଁ ମାଇଲ୍ଡ ଶ୍ୟାମ୍ପୁ ବ୍ୟବହାର କରିପାରିବେ। ଏହି ପ୍ୟାକ୍‌ କେଶ ଝଡ଼ିବା ବନ୍ଦ କରିବା ସହ ଏହାକୁ ନରମ ଏବଂ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜାତକରେ ମଙ୍ଗଳ ଦୋଷ ଅଛି କି? ବିବାହରେ ଉପୁଜିପାରେ ନାନାଦି ବାଧା; ଦୂର କରିବାର ଉପାୟ ଜାଣନ୍ତୁ…

ଜ୍ୟୋତିଷ ଶାସ୍ତ୍ରରେ ୯ ଗ୍ରହ ଏବଂ ୧୨ ରାଶିଙ୍କ ବିଷୟରେ ଅଧ୍ୟୟନ କରାଯାଇଥାଏ। ବ୍ୟକ୍ତିର ଜନ୍ମ ଏବଂ ସମୟ ଆଧାରରେ ତାର ରାଶି ନିର୍ଧାରିତ କରାଯାଏ।...

ମୂଳା ସହ ଏସବୁ ଖାଦ୍ୟ ମନା

ଅଧିକାଂଶ ସମୟରେ ମୂଳାକୁ ସାଲାଡ ଭାବେ ଖିଆଯାଇଥାଏ। କିନ୍ତୁ ଏମିତି କିଛି ଖାଦ୍ୟ ଅଛି ଯାହାକୁ ଏକାଠି ଖାଇବା କ୍ଷତିକାରକ ବୋଲି କୁହାଯାଏ। ବିଶେଷ କରି...

ବାନ୍ତିରୁ ରକ୍ଷା ପାଇବାର ସହଜ ଉପାୟ

ଯାତ୍ରା କରିବା କାହାର ବା ପସନ୍ଦ ନୁହେଁ। ହେଲେ ଯାନବାହନରେ ଯାତାୟାତ କଲାବେଳେ ଅନେକ ବ୍ୟକ୍ତି ବାନ୍ତିଜନିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।  ଏହି କାରଣରୁ ଲୋକେ...

‘ସମସ୍ତଙ୍କ ପାଇଁ ହାତର ସ୍ବଚ୍ଛତା’

୨୦୦୮ ମସିହାଠାରୁ ପ୍ରତିବର୍ଷ ଅକ୍ଟୋବର ୧୫ରେ ପାଳିତ ହେଉଛି ବିଶ୍ୱ ହାତଧୁଆ ଦିବସ। ହାତଧୁଆକୁ ବିଶେଷ ଗୁରୁତ୍ୱ ଦିଆଯିବା ସହ ବିଶ୍ୱବ୍ୟାପୀ ଏହାର ସଚେତନତାକୁ ବ୍ୟାପକ...

ମହିଳାଙ୍କ ଏହି ୫ ଅଭ୍ୟାସ ଯୋଗୁ ନଷ୍ଟ ହୁଏ ଘର,ଜାଣନ୍ତୁ ଏଭଳି କାହିଁକି କହିଛନ୍ତି ଚାଣକ୍ୟ…

ଚାଣକ୍ୟଙ୍କୁ ଶ୍ରେଷ୍ଠ ବିଦ୍ୱାନ ଭାବେ ଗଣାଯାଏ। ସେ ବିପରିତ ପରିସ୍ଥିତିରେ ମଧ୍ୟ ନିଜର ଲକ୍ଷ୍ୟକୁ ହାସଲ କରିଥିଲେ। ରାଜନୀତିଠାରୁ ଆରମ୍ଭ କରି କୁଟନୀତି ପର୍ଯ୍ୟନ୍ତ ସବୁଥିରେ...

ମକର ସଂକ୍ରାନ୍ତିରେ ଘରେ ପ୍ରସ୍ତୁତ କରନ୍ତୁ ଏହି ବ୍ୟଞ୍ଜନ

ସୂର୍ଯ୍ୟଙ୍କ ଉତ୍ତରାୟଣ ଗତିକୁ ସାରା ଦେଶରେ ମକର ସଂକ୍ରାନ୍ତି ପର୍ବ ଭାବେ ପାଳନ କରାଯାଏ। ହିନ୍ଦୁ ଧର୍ମରେ ଏହି ପର୍ବର ଏକ ସ୍ବତନ୍ତ୍ର ମହତ୍ୱ ରହିଛି।...

ବ୍ଲାକ୍‌ ହେଡ୍ସରୁ ମୁକ୍ତି

ମୁହଁର ଗଢ଼ଣ ଯେତେ ଭଲ ହୋଇଥାଉ ନା କାହିଁକି ଏହା ଉପରେ ସାମାନ୍ୟ ବ୍ଲାକ୍‌ ହେଡ୍ସ ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟକୁ ବିଗାଡ଼ିଦେଇଥାଏ। ଯଦି ଆପଣ ବି ବ୍ଲାକ୍‌...

ଆଲମାରୀରେ କ’ଣ ରଖିଲେ ଶୁଭ, କେଉଁଠି ରଖିବେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଯଦି ଠିକ୍‌ ଦିଗରେ ଟଙ୍କା, ସୁନା ରଖାଯାଉଥିବା ଆଲମାରୀ ରଖା ନ ଯାଏ ତା’ହେଲେ ଆମଦାନୀ ତୁଳନାରେ ଖର୍ଚ୍ଚ ଅଧିକ ହୋଇଥାଏ।...

Advertisement
Archives

Model This Week