ତୋଷାଳି ଛକରେ ଫାଙ୍କା ଗୁଳିଚାଳନା

ପୁରୀ ଅଫିସ,୨୩ା୧: ପୁରୀରେ ପୁଣି ଫୁଟିଛି ଗୁଳି। ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରୋଡର ହୋଟେଲ ତୋଷାଳି ଛକ ନିକଟରେ ବୁଧବାର ଦୁର୍ବୃତ୍ତମାନେ ୩ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଛନ୍ତି। ଏ ନେଇ ପୋଲିସ ନିଜଆଡ଼ୁ ଏକ ମାମଲା ନଂ.୨/୨୦ ରୁଜୁ କରିଛି। ଏହାସହ ପୋଲିସ ଘଟଣାସ୍ଥଳରୁ ୨ ଗୁଳି ଓ ୩ ଖୋକା ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ପୂର୍ବାହ୍ନ ୧୦ଟା ସମୟରେ କେତେଜଣ ଯୁବକ ବାଇକରେ ଆସି ତୋଷାଳି ଛକଠାରେ ଅଟକିଥିଲେ। କେହି କିଛି ବୁଝିବା ପୂର୍ବରୁ ଯୁବକମାନେ ୩ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ଫେରାର ହୋଇଯାଇଥିଲେ। ପ୍ରଚଣ୍ଡ ଗୁଳି ଶବ୍ଦରେ ଥରି ଉଠିଥିଲା ଛକ ଆଖପାଖ। ଅଚାନକ ଏଭଳି ଗୁଳି ଶବ୍ଦ ଶୁଣି ଛକରେ ଉପସ୍ଥିତ ଥିବା ଲୋକେ ସବୁ ଛତ୍ରଭଙ୍ଗ ଦେଇଥିଲେ। ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା। ଭୟରେ କେହି ବାହରକୁ ବାହାରି ନ ଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଗୁଳି ଓ ଖୋକା ଜବତ କରିବା ସହ ତନାଘନା ଆରମ୍ଭ କରିଛି। ତେବେ ଦୁର୍ବୃତ୍ତମାନେ କାହା ଉପରେ ଗୁଳିଚାଳନା କରି ନ ଥିବାବେଳେ ସେମାନେ ମଇନପୁର ଗ୍ରାମର ବୋଲି ଜଣାପଡ଼ିଛି। ଅନ୍ୟପଟେ ଉକ୍ତ ଅଞ୍ଚଳରେ ଦୁର୍ବୃତ୍ତମାନେ ଲୋକଙ୍କୁ ଭୟଭୀତ କରିବା ସହ ନିଜ ନିଜ ପତିଆରା ଜମାଇବା ଉଦ୍ଦେଶ୍ୟରେ ଗୁଳି ଚାଳନା କରିଥିବା ଚର୍ଚ୍ଚା ହେଉଛି। ତେବେ ଦୁର୍ବୃତ୍ତମାନେ କାହାକୁ ହତ୍ୟା କରିବା କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟ ନେଇ ଗୁଳି ଚାଳନା କରିଛନ୍ତି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ୨୦ ଭରି ସୁନା ସହ ଲୁଟିନେଲେ ନଗଦ ୨ ଲକ୍ଷ ଟଙ୍କା

ପାରଳାଖେମୁଣ୍ଡି,୬ା୮(ଡି.ଏନ୍‌.ଏ.): ଦିନ ଦ୍ୱିପ୍ରହରରେ ଜନଗହଳି ପୂର୍ଣ୍ଣ ଅଞ୍ଚଳରୁ ଶନିବାର ଚୋରି ହୋଇଛି। ବାହାଘର ଭୋଜିରେ ପରିବାର ଲୋକେ ବ୍ୟସ୍ତ ଥିବା ବେଳେ ଘରେ କଳା କନା...

ଗଜପତିରେ ୭ ପରିବର୍ତ୍ତେ ୨୧ ଦିନକୁ ବୃଦ୍ଧି କରାଗଲା ସଙ୍ଗରୋଧ ଅବଧି

ଗଜପତି,୨୯।୬(ସ୍ବ.ପ୍ର.): ଗଜପତି ଜିଲାରେ ସଙ୍ଗରୋଧ ଅବଧିକୁ ୭ ଦିନ ବଦଳରେ ୨୧ ଦିନକୁ ବୃଦ୍ଧି କରାଯାଇଛି। ସୋମବାର ଜିଲାରେ ନୂଆ ନିୟମ ଲାଗୁ କରିବାକୁ ଜିଲାପାଳ...

ସନ୍ଦେହରେ ପୋଲିସ ଭୂମିକା

ଯାଜପୁର ଅଫିସ,୬ା୬: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ଅନ୍ଧାରି ପଞ୍ଚାୟତର ରଗଡ଼ିଠାରୁ...

ବିନା ମାସ୍କରେ ତାରାତାରିଣୀ ମନ୍ଦିର ପ୍ରବେଶ ମନା

ଛତ୍ରପୁର,୧୭ା୩ (ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ପର୍ବ ଲାଗି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ...

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିଲେ ଏହି ଏଏସ୍‌ଆଇ, ସ୍ପଷ୍ଟ କଲେ ଏସ୍‌ଡିପିଓ

ଝାରସୁଗୁଡ଼ା ଅଫିସ,୨୯।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ ଘଟଣା ହଟଚମଟ ସୃଷ୍ଟି କରିଛି। ଜଣେ ଏଏସ୍‌ଆଇ ତାଙ୍କୁ ଗୁଳିମାଡ଼ କରିଥିବା ସ୍ପଷ୍ଟ ହୋଇଛି। ସେ...

ଚାକିରି କରାଇଦେବା ନାଁରେ ଠକେଇ: ଉଠାଇ ନେଇ ପରେ ଛାଡ଼ି ଦେଲା ପୋଲିସ

ସାରସକଣା,୧୪ା୧୧(ଡି.ଏନ.ଏ.): ବିଦ୍ୟୁତ୍‌ ବିଭାଗରେ ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଉଠାଇ ନେଇ ପରେ ଛାଡ଼ିଦେବା ଘଟଣା ଚର୍ଚ୍ଚାର...

ବାଇପାସ୍‌ ରାସ୍ତାରେ ହୋଲ୍‌ସେଲ ପରିବା ମାର୍କେଟ

ପୁରୀ ଅଫିସ,୯ା୪: ପୁରୀ ଜିଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଅଧିକ ସତର୍କ ହୋଇଯାଇଛି ଜିଲା ପ୍ରଶାସନ। ଆଗକୁ ଯେପରି ଏହି ସଂଖ୍ୟା ବୃଦ୍ଧି...

ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା: ବୃତ୍ତିଗତ ଦିଗକୁ ଦେଖାଯାଉ ନ ଥିବା ଅଭିଯୋଗ ଆଣିଲା ଭାଜପା

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ପରିବାରଲୋକେ ଏହାକୁ...

Advertisement
Archives

Model This Week