ତେଲ ଦର ସହ ବୃଦ୍ଧି ହେଲା ଏଟିଏଫ ଦର

ନୂଆଦିଲ୍ଲୀ,୧୭।୬: ଦେଶରେ ତେଲ ଦର କ୍ରମାଗତ ଭାବେ ୧୦ ଦିନ ହେଲା ବୃଦ୍ଧି ପାଉଥିବା ବେଳେ ଏହି ସମୟରେ ବିମାନ ଇନ୍ଧନ(ଏଟିଏଫ)ର ଦର ପ୍ରାୟ ୧୬.୩% ବୃଦ୍ଧି ଘଟିଛି। ଫଳରେ ଏହାର ଦାମ କିଲୋ ଲିଟର ୫୪୯୪.୫ ଟଙ୍କା ବୃଦ୍ଧି ଘଟି ୩୯,୦୬୯.୮୭ଟଙ୍କାରେ ପହଞ୍ଚତ୍ଛି। ଏହାର ମୂଳ ଦରରୁ ୧୬.୩% ଅଧିକ ବୋଲି ବିଭିନ୍ନ ତୈଳ ବିପଣନ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ଦ୍ୱିତୀୟ ଥର ଏଟିଏଫ୍‌ ଦର ବୃଦ୍ଧି ହୋଇଛି। ଜୁନ ୧ରେ ଏଥିରେ ପ୍ରତି କିଲୋ ଲିଟର ପିଛା ରେକର୍ଡ ୫୬.୫% (୧୨,୧୨୬.୭୫ଟଙ୍କା) ବୃଦ୍ଧି ଘଟିଥିଲା। ସେହିଭଳି ଜୁନ ୭ରୁ ଆଜି ପର୍ଯ୍ୟନ୍ତ କ୍ରମାଗତ ଭାବେ ଦେଶର ତେଲ ଦର ବୃଦ୍ଧି ପାଉଛି। ଫଳରେ ବିଗତ ୧୦ଦିନ ମଧ୍ୟରେ ଦେଶର ତେଲ ଦର ପେଟ୍ରୋଲ ଲିଟର ଉପରେ ୫.୪୭ଟଙ୍କା ଏବଂ ଡ଼ିଜେଲ ୫.୮୦ଟଙ୍କା ବୃଦ୍ଧି ପାଇଛି। ଦେଶର ପ୍ରମୁଖ ତୈଳ କମ୍ପାନୀ ଗୁଡିକର ସୂଚନା ଅନୁସାରେ ସୋମବାର ପେଟ୍ରୋଲ ଲିଟର ପିଛା ୪୭ ପଇସା ଏବଂ ଡ଼ିଜେଲ ୯୩ ପଇସା ବୃଦ୍ଧି ପାଇଛି। ଯାହାଫଳରେ ପେଟ୍ରୋଲ ଦର ୭୬.୨୬ଟଙ୍କାରୁ ବୃଦ୍ଧି ପାଇ ୭୬.୭୩ଟଙ୍କାରେ ପହଞ୍ଚତ୍ଛି। ସେହିଭଳି ଡ଼ିଜେଲ ଦର ୭୪.୨୬ ଟଙ୍କାରୁ ବୃଦ୍ଧି ପାଇଁ ୭୫.୧୯ଟଙ୍କା ଛୁଇଁଥିବା ଜଣାପଡିଛି। ବିଗତ ୮୨ ଦିନ ପରେ ଦେଶର ତେଲ ଦର ପୁଣି ଥରେ ବୃଦ୍ଧି କରାଯାଇଥିବା ବିଭିନ୍ନ ତୈଳ ବିପଣନ କମ୍ପାନୀ ଗୁଡିକ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମ୍‌କୋ ସିମେଣ୍ଟ ପକ୍ଷରୁ ସହାୟତା

ଭୁବନେଶ୍ୱର,୨୩।୪: ରାମ୍‌କୋ ସିମେଣ୍ଟ ଲିମିଟେଡ୍‌ ପକ୍ଷରୁ କୋଭିଡ୍‌-୧୯କୁ ଧ୍ୟାନରେ ରଖି ଏହାର ପ୍ରୋଜେକ୍ଟ ସାଇଟଗୁଡିକରେ ବିଭିନ୍ନ ସତର୍କତା ପଦକ୍ଷେପ ହାତକୁ ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଜିଏସ୍‌ଟିରେ ସାମିଲ ହୋଇପାରେ ପ୍ରାକୃତିକ ବାଷ୍ପ, ଏଟିଏଫ୍‌

ନୂଆଦିଲ୍ଲୀ,୨୮-୫: ଏନ୍‌ଡିଏ ସରକାର ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ପେଟ୍ରୋଲିୟମ ପଦାର୍ଥ ମଧ୍ୟରୁ ଅନ୍ତତଃପକ୍ଷେ ଦୁଇଟି ସାମଗ୍ରୀ ଜିଏସ୍‌ଟି ଅଧୀନକୁ ଆସିପାରେ। ଅର୍ଥ ମନ୍ତ୍ରଣାଳୟ...

ଜିଓର ଟ୍ରୁ-୫ଜି,ବିଟା ପରୀକ୍ଷଣ ସେବା ଆରମ୍ଭ

ନୂଆଦିଲ୍ଲୀ,୭।୧୦:ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓର ଟ୍ରୁ-୫ଜି ସେବାର ବିଟା ପରୀକ୍ଷଣ ଦଶହରାରୁ ଆରମ୍ଭ ହୋଇଯାଇଛି। ଉକ୍ତ ସେବା ଦେଶର ପ୍ରମୁଖ ୪ ସହର...

ଜନଧନ ଖାତାରେ ମହିଳାଙ୍କୁ ମିଳିବ ୧୦୦୦ ଟଙ୍କା

ନୂଆଦିଲ୍ଲୀ,୧୦।୪: ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଖାତା ଖୋଲିଥିବା ମହିଳାଙ୍କୁ କେନ୍ଦ୍ର ସରକାର ଏପ୍ରିଲରେ ବ୍ୟାଙ୍କ ଖାତାରେ ସିଧାସଳଖ ୫୦୦ ଟଙ୍କା ପ୍ରଦାନ କରିଛନ୍ତି। ଆଉ ୨...

ଅଶୋଧିତ ତୈଳ ଦର ୧୪ ବର୍ଷ ପରେ ରେକର୍ଡସ୍ତରରେ…

ଓ୍ବାଶିଂଟନ,୭।୩ : ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ରେକର୍ଡ ସ୍ତରରେ ପହଞ୍ଚିଛି। ୨୦୦୮ ଗତ ୧୪ ବର୍ଷ...

ନେତୃତ୍ୱ ପରିବର୍ତ୍ତନ ଖବରକୁ ଟାଟା, ଚନ୍ଦ୍ରଶେକରନଙ୍କ ଖଣ୍ଡନ

ନୂଆଦିଲ୍ଲୀ,୧୬ା୯: ଟାଟା ଗ୍ରୁପର ହୋଲ୍ଡିଂ କମ୍ପାନୀ ଟାଟା ସନ୍ସରେ ନେତୃତ୍ୱ ପରିବର୍ତ୍ତନ ନେଇ ମଙ୍ଗଳବାର ଏକ ଖବର ମିଡ଼ିଆରେ ପ୍ରକାଶ ପାଇଥିଲା। ଏହାକୁ ନେଇ ଟାଟା...

ଇ-କମର୍ସ ନୀତିରେ ହୋଇପାରେ ପରିବର୍ତ୍ତନ: ପ୍ରଡକ୍ଟ ମେଡ୍‌ ଇନ୍‌ ଇଣ୍ଡିଆ କି ନୁହେଁ ଜାଣିହେବ

ନୂଆଦିଲ୍ଲୀ,୧୯।୬: ଭାରତ-ଚାଇନା ସୀମା ବିବାଦ ପରେ କେନ୍ଦ୍ର ସରକାର ଚାଇନା ବିରୋଧରେ କଠୋର ନୀତି ଗ୍ରହଣ କରୁଥିବା ଜଣାପଡ଼ିଛି। ଚାଇନାରୁ ଭାରତ ଆସୁଥିବା ସାମଗ୍ରୀଗୁଡିକ ଉପରେ...

ଗୁଗ୍‌ଲ କ୍ରୋମ ବ୍ୟବହାର କରୁଥିଲେ ହୋଇଯାନ୍ତୁ ସାବଧାନ

ନୂଆଦିଲ୍ଲୀ,୨୧।୮: ଗୁଗ୍‌ଲ କ୍ରୋମ ବେଶ୍‌ ଲୋକପ୍ରିୟ ଓ୍ବେବ-ବ୍ରାଉଜର ଅଟେ। ମୋବାଇଲ୍‌, ଲାପଟପ କିମ୍ବା କମ୍ପ୍ୟୁଟରରେ ବ୍ରାଉଜିଂ ପାଇଁ ପ୍ରାୟ ଅଧିକାଂଶ ୟୁଜର୍ସ ଗୁଗ୍‌ଲ କ୍ରୋମ ବ୍ୟବହାର...

Advertisement
Archives

Model This Week