ତେଲ ଗୋଦାମରେ ଚଢ଼ାଉ : ପରୀକ୍ଷା ପାଇଁ ପଠାଗଲା ନମୁନା

ଅନୁଗୋଳ ଅଫିସ, ୮।୬ – ଅନୁଗୋଳ ସହର ଉପକଣ୍ଠରେ ଥିବା ଏକ ତେଲ ଗୋଦାମରେ ଅପମିଶ୍ରିତ କାରବାର ହେଉଥିବା ସନ୍ଦେହ କରି ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଚଢ଼ାଉ କରାଯାଇଛି। ଉକ୍ତ ଗୋଦାମକୁ ପ୍ରଶାସନ ନିଜ ହେପାଜତକୁ ନେଇଥିବା ବେଳେ ପରୀକ୍ଷା ପାଇଁ ତେଲର ନମୁନା ପଠାଯାଇଛି। ଯଦି ତେଲ ଅପମିଶ୍ରିତ ହେଉଥିବା ରିପୋର୍ଟ ଆସେ ତା’ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲାପାଳ ବାସୁଦେବ ଶତପଥୀ ସୂଚନା ଦେଇଛନ୍ତି।
ଅନୁଗୋଳ ପଞ୍ଚମହଲାରୁ ଶରଧାପୁର ଯିବା ରାସ୍ତାରେ ଏକ ଘରେ ଏହି ଗୋଦାମ ଚାଲିଥିବା ପ୍ରଶାସନକୁ ସୂଚନା ମିଳିଥିଲା। ଏହାପରେ ପ୍ରଶାସନ ପକ୍ଷରୁ ଉପଜିଲାପାଳଙ୍କ ନେତୃତ୍ୱରେ ଯୋଗାଣ ବିଭାଗ ଅଧିକାରୀ, ଓଜନ ଓ ମାନଦଣ୍ଡ ଇନ୍ସପେକ୍ଟର, ପୋଲିସ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ। ଏହି ସମୟରେ ଜନୈକ ବ୍ୟକ୍ତିଙ୍କ ଘରେ ୧୫ ଶହ ଟନ୍‌ ରିଫାଇନ ତେଲ ଥିବା ପ୍ରଶାସନ ଦେଖିବାକୁ ପାଇଥିଲା। ତେବେ ସମ୍ପୃକ୍ତ ବ୍ୟକ୍ତି ସଫେଇ ଦେଇଛନ୍ତି ଯେ, କଲିକତାରୁ ଟ୍ୟାଙ୍କର ଯୋଗେ ପ୍ରଥମ ଥର ରିଫାଇନ ତେଲ ବ୍ୟବସାୟ ପାଇଁ ଆଣିଥିଲେ। ଏହା କୌଣସି ଅପମିଶ୍ରିତ ହୋଇ ନ ଥିବା ସେ କହିଛନ୍ତି। ଘଟଣାସ୍ଥଳକୁ ଜିଲାପାଳଙ୍କ ନିର୍ଦ୍ଦେଶରେ ଯାଇଥିବା ଉପଜିଲାପାଳ ଶତପଥୀ କହିଛନ୍ତି, ତେଲରେ ଅପମିଶ୍ରଣ ନେଇ ପୂର୍ବରୁ ବହୁବାର ଅଭିଯୋଗ ହୋଇ ଆସୁଥିଲା। ତେଣୁ ଉକ୍ତ ଗୋଦାମ ଉପରେ ଗୋପନୀୟ ଭାବେ ନଜର ରଖାଯାଇଥିଲା। ତେଲ ଆସିବା ପରେ ଖବର ପାଇ ଶୁକ୍ରବାର ଚଢ଼ାଉ ହୋଇଛି। ପରୀକ୍ଷା ପରେ ଏହା ସ୍ବଚ୍ଛ କି ଅପମିଶ୍ରିତ ତାହା ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀକୁ ଗୋଟିଏ କୋଠରି

ମାଧପୁର, ୧୭ା୨(ଡି.ଏନ୍‌.ଏ): ପ୍ରାଥମିକ ବିଦ୍ୟାଳୟରେ ନାହିଁ ଉପଯୁକ୍ତ ଭିତ୍ତିଭୂମି। ଶିକ୍ଷାନୁଷ୍ଠାନରେ ଥିବା ୨ଟି କୋଠରି ମଧ୍ୟରୁ ଗୋଟିଏ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଆଉ ଗୋଟିଏ କୋଠରିରେ...

‘ରାଜ୍ୟରେ ଦଳିତ ବର୍ଗ ନ୍ୟାୟରୁ ବଞ୍ଚିତ’

ଅନୁଗୋଳ ଅଫିସ, ୧୯।୯:ରାଜ୍ୟରେ ଅନୁସୂଚିତ ବର୍ଗ ନ୍ୟାୟ ପାଇବାରୁ ବଞ୍ଚତ୍ତ ହୋଇ ରହିଛନ୍ତି। ସେମାନଙ୍କ ବିକାଶ ଲାଗି ଆସୁଥିବା କେନ୍ଦ୍ରୀୟ ଅନୁଦାନ ହଡ଼ପ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ...

ଭିଜିଲାନ୍ସ ଜାଲରେ ପୂର୍ବତନ କଣଲୋଇ ରାଜସ୍ବ ନିରୀକ୍ଷକ

ଛେଣ୍ଡିପଦା,୭।୮(ସ୍ବ.ପ୍ର.): ଅନୁଗୋଳ ଭିଜିଲାନ୍ସ ପକ୍ଷରୁ ବୁଧବାର ଛେଣ୍ଡିପଦା ତହସିଲ ଅନ୍ତର୍ଗତ ପୂର୍ବତନ କଣଲୋଇ ରାଜସ୍ବ ନିରୀକ୍ଷକ ବାସଭବନ ସମେତ କଣଲୋଇ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ ଚଢ଼ାଉ...

ଗଁ। ଗଁ। ବୁଲି ଖୋଜୁଛନ୍ତି କ୍ରୀଡ଼ା ପ୍ରତିଭା

ଛେଣ୍ଡିପଦା, ୨୪ା୧ ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ସହ ନୂଆ ନୂଆ ପ୍ରତିଭା ସୃଷ୍ଟି କରିବାର ଆଗ୍ରହ ୭୩ ବର୍ଷ ବୟସରେ ବି ତାଙ୍କୁ ଯୁବକ କରି...

ନବଜାତ ଶିଶୁ ସହ ୪ ଦିନ ହାଟ ପିଣ୍ଡିରେ ଦମ୍ପତି

ଅନୁଗୋଳ ଅଫିସ, ୨୨ା୭ ମେଡିକାଲରୁ ନବଜାତ ଶିଶୁକୁ ଧରି ଭଡ଼ା ଘରକୁ ଫେରିଥିବା ଏକ ଦମ୍ପତିଙ୍କୁ ଘର ମାଲିକ ଘରେ ପୂରାଇ ନ ଦେବା ଓ...

ନାମ ଲେଖା ନେଇ ବଢ଼ୁଛି ଚିନ୍ତା

ଅନୁଗୋଳ ଅଫିସ, ୧୦।୬ – ଜୁନ୍‌ ୮ରୁ ଜୁଲାଇ ୧୫ ମଧ୍ୟରେ ସରକାରୀ ସ୍କୁଲଗୁଡ଼ିକରେ ନାମ ଲେଖାଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି...

ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ୩.୬୨ ଲକ୍ଷ

ତାଳଚେର, ୩ା୨(ନି.ପ୍ର.) ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠରେ ଥିବା ହୁଣ୍ଡିଗୁଡିକୁ ଶନିବାର ଖୋଲା ଯାଇଥିଲା। ଟ୍ରଷ୍ଟବୋର୍ଡ ସଦସ୍ୟ ମୁରଲୀଧର ସାହୁ, ସନ୍ତୋଷ କୁମାର...

ଇଣ୍ଡିଆନ ବ୍ୟାଙ୍କ ଡକାୟତି ଘଟଣାକୁ ପୂରିଲା ବର୍ଷେ; ଏଯାଏ ଧରାପଡ଼ିନାହାନ୍ତି ୪ ଡକାୟତ

ଅନୁଗୋଳ ଅଫିସ, ୮।୭:  ଗତବର୍ଷ ଅନୁଗୋଳର ଦୁଇଟି ବ୍ୟାଙ୍କରେ କଳାକନା ବୁଲାଇଥିଲେ ଡକାୟତ। ପ୍ରଥମେ ୨୦୧୮ ଏପ୍ରିଲ ୬ରେ ସହରର ଶଙ୍କର ସିନେମା ହଲ ନିକଟ ଆନ୍ଧ୍ର...

Advertisement
Archives

Model This Week