ତୁଷୁରାରେ ଆମ୍ବୁଲେନ୍ସ ସେବା: ରୁଗୀକୁ ନାଇଁ, ଭିଆଇପିକୁ ହଁ

 

ଗୁଡ଼ଭେଲା, ୨୫।୧ (ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ତୁଷୁରା ଏନ୍‌ଏସିରେ ଥିବାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରୁଗୀ ଆମ୍ବୁଲାନ୍ସ ସେବାରୁ ବଁଚିତ୍‌ ହେଉଥିଲାବେଲେ ଭିଆଇପିମାନକର ସେବାରେ ଲାଗୁଥିବାର ଅଭିଯୋଗ ହେଉଛେ। ଇ କେନ୍ଦ୍ରରେ ଗୁଟେ ୧୦୮ ଆମ୍ବୁଲାନ୍ସ ଆର ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁକଁର ଦୁଆରା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପଁାଠିରୁ ଦିଆଯାଇଥିବାର ଗୁଟେ ଆମ୍ବୁଲାନ୍ସ ରହିଛେ। ହେଲେ ଦୁଇ ଆମ୍ବୁଲାନ୍ସରୁ ୧୦୮ଟା ସବୁବେଲେ ରୁଗୀକର କାମେ ଲାଗୁଥିଲାବେଲେ ଆରେଟା ପଡ଼ିପଡ଼ି ଖତ୍‌ ଖାଉଛେ। ହେଲେ ତୁଷୁରା ଏରୋଡ୍ରାମ ଫିଲ୍ଡରେ ଯଦି କେହେନ୍‌ସି ଭିଆଇପି ଉତ୍‌ରୁଛନ୍‌ ସେ ସମିଆରେ ଡାକ୍‌ତରଖାନାରେ ଖତ୍‌ ଖାଉଥିବାର ଆମ୍ବୁଲାନ୍ସ ସଂଗେ ସଂଗେ ଜୀବନ୍‌ ପାଇ ସେବାରେ ହାଜର ହେଇଯାଉଥିବାର ଦେଖ୍‌ବାକେ ମିଲୁଛେ। ଇ ଘଟନାକେ ନେଇ ସାଧାରନରେ ରୁଗୀକୁ ନାଇଁ ଭିଆଇପିକୁଁ ହଁ ବଲି ଚରଚା କରୁଛନ୍‌। ତୁଷୁରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଅଂଚଲର ପାଖାପାଖି ୫୦ଟା ଗଁାର ଲୋକ୍‌ ନିରଭର କରୁଥିଲାବେଲେ ରୁଗୀମାନେ ଆମ୍ବୁଲାନ୍ସ ସେବା ନାଇଁପାଇ କରି ଭଡ଼ା ଗାଡ଼ିରେ ଭୁବନେଶ୍ୱର, କଟକ, ବୁର୍ଲା, ବଲାଙ୍ଗୀର ଜିଲା ମୁଖିଆ ଡାକ୍‌ତରଖାନାକେ ଯାଉଛନ୍‌। ଇଥିର ସୁଯୋଗ ନେଇ ଭଡ଼ା ଗାଡ଼ି ମାଲିକମାନେ ବି ମନଇଛା ଦର ନେଉଥିବାର କେତେ ରୁଗୀକର ଲାଗେଲେସରମାନେ ଅଭିଯୋଗ କରିଛନ୍‌। ଇଆଡ଼େ ଘରୋଇ ଗାଡ଼ିମାନକେ ଆମ୍ବୁଲାନ୍ସ ଲେଖେଁ ସୁବିଧା ନଁାଇଁନ। ଭଡ଼ା ଗାଡ଼ିରେ ରୁଗୀକେ ନେଲାବେଲେ ଠିକ୍‌ନା ସମିଆରେ ଚିକିଛା ସୁବିଧା ନାଇଁପାଇ କରି ଅଧାବାଟେ ରୁଗୀର ଜୀବନ୍‌ ପଲେଇଯାଉଥିବାର ଲେଖେଁ ଘଟନାର ନଜିର ରହିଛେ। ଇ ବାବ୍‌ଦେ ତୁଷୁରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିଛା ଅଧ୍‌କାରୀ ଲଲାଟେନ୍ଦୁ ନାୟକକୁଁ ପଚ୍‌ରାଲାରୁ ଆମ୍ବୁଲାନ୍ସ ଲାଗି କେହେନ୍‌ସି ପରକାର ପଁାଠିର ବେବସ୍‌ତା ନଁାଇଁନ। ଯେନ୍‌ଥିରଲାଗି ଏନ୍‌ତା ଅବେବସ୍‌ତା ହେଉଛେ ବଲି ସେ କହିଥିଲେ। ଇ ଦିଗେ ଜିଲାପାଳ ଆର ବିଭାଗୀୟ ଉଚ କତୁରପକ୍ଷ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଅଂଚଲର ବୁଧିଜୀବୀମାନେ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଦୁଆଁ, ଛାଟି ଦେଉଛେ ପେଟ୍‌କେ ଦାନା

ଲୋଇସିଂହା,୨୮।୧୧(ଡି.ଏନ.ଏ)- ଦିନୁ ଦିନ୍‌କେ ସମାଜରେ ଅନେକ ପରିବରତନ ଦେଖ୍‌ବାକେ ମିଲୁଛେ। ସେ ହିସାବେ ଲୁକ୍‌କର ବୁର୍‌ତି, ବେଉସା ବି ବଦଲୁଛେ। ଆଘ ଲୋକ୍‌ ଚାଷ୍‌ବାସରେ ଦଁରା,...

ଭଡ଼ାଘରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଟିଟିଲାଗଡ଼,୨୪ା୭(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ଼ ହାଟପଦା ପଡ଼ାରେ ଭଡ଼ାରେ ରହୁଥିବା ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ଜବତ କରିଛି। ମୁନିଗୁଡ଼ାରେ ରହୁଥିବା ମହିଳାଙ୍କ ସ୍ବାମୀଙ୍କୁ ଖବରଦେଇ...

ତାଲା ପଡ଼ିଛି ସେଲୁନ, ପରିବାର ପୋଷଣ ଚିନ୍ତାରେ ଦୋକାନୀ

ଲାଠୋର, ୨୦।୪ ((ଡି.ଏନ.ଏ.): ସାରା ଦେଶରେ ଲକଡାଉନ ଘୋଷଣା ଜାରି ରହିଛି। ଏଣୁ ଗରିବ ପରିବାର ନିଜର ଜୀବିକା ହରାଇ ଘରେ ବସିଛନ୍ତି। ପରିବାର ପୋଷିବାକୁ...

ହରିଶଙ୍କର ସୌନ୍ଦର୍ଯ୍ୟକରଣ ପାଇଁ ଚାରାରୋପଣ

ଖପ୍ରାଖୋଲ, ୧୧ା୮(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ସାମ୍ବାଦିକ ସଂଘ ଓ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ବୃକ୍ଷ...

ମାଓବାଦୀଙ୍କ ନାଁ ନେଇ ଗୁଳିକାଣ୍ଡ

ପାଟଣାଗଡ, ୩୦।୧୨(ଡି.ଏନ.ଏ.):ପାଟଣାଗଡ ଉପଖଣ୍ଡସ୍ଥ ଗଙ୍ଗାସାଗର ଗ୍ରାମ ଶେଷ ମୁଣ୍ଡରେ ଥିବା ନବୀନ ମେହେରଙ୍କ ବାସଭବନରେ ରବିବାର ବିଳମ୍ବିତ ରାତି ୨ଟା ସମୟରେ ଜଣେ ଅଜଣା ବ୍ୟକ୍ତି...

କରୋନା ଯୋଦ୍ଧାଙ୍କ ଲାଗି ମାକ୍ସ, ସାନିଟାଇଜର ପ୍ରଦାନ

ଖପ୍ରାଖୋଲ, ୭ା୫(ଡି.ଏନ.ଏ.): ସାରା ଦେଶରେ କରୋନା ମୁକାବିଲା ପାଇଁ ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ, ପୋଲିସ ସଜାଗ ରହି ଯୋଦ୍ଧା ସାଜିଛନ୍ତି। ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ...

ଚଢ଼ା ଦରରେ ଲୁଣ ବିକିବାରୁ ୧୨ହଜାର ଟଙ୍କା ଜରିମାନା

ଖପ୍ରାଖୋଲ,୧୬।୫(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଖପ୍ରାଖୋଲ ଅଞ୍ଚଳରେ କିଛିଦିନ ହେବ ଲୁଣ ଅଭାବ ଥିବା ଗୁଜବ ପ୍ରଚାରିତ ହୋଇଥିଲା । ଏହାର ଫାଇଦା ଉଠାଇଛନ୍ତି କେତେଜଣ ବ୍ୟବସାୟୀ। ସେମାନେ...

ପାନୀୟ ଜଳ ସମସ୍ୟାର ସମାଧାନ ଦାବି: ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା

ବଲାଙ୍ଗୀର ଅଫିସ, ୨୨ା୩: ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ମଧ୍ୟପୁର ଓ ଧୁମାଭଟା ଗ୍ରାମବାସୀ ନିର୍ମାଣାଧୀନ ଓଭରହେଡ ଟ୍ୟାଙ୍କ କାର୍ଯ୍ୟକ୍ଷମ କରିବା ଓ ପାନୀୟ...

Advertisement
Archives

Model This Week