ତିତ୍‌ଲିରେ ହୋଇଥିଲା ଧ୍ୱଂସ : ପୁରିଆ ସାହି କ୍ଷୁଦ୍ର ସେଚ ପ୍ରକଳ୍ପ ଡ୍ୟାମ୍‌ ପୁନଃ ନିର୍ମାଣ

ବ୍ରହ୍ମପୁର ଅଫିସ,୧୫ା୫-ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ପୂରିଆ ସାହିରେ ପୁନଃ ନିର୍ମାଣ କରାଯାଉଛି ପୂରିଆ ସାହି କ୍ଷୁଦ୍ର ଜଳସେଚନ ଯୋଜନା। ଏହାର ମୁଖ୍ୟବନ୍ଧ (ହେଡୱାକ୍ସ) ନିର୍ମାଣ ଓ କେନାଲ ପୁନରୁଦ୍ଧାର ବାବଦରେ ପ୍ରଥମ ପର୍ଯ୍ୟାୟରେ ୨.୬୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।

ସୂଚନାଯୋଗ୍ୟ, ମରୁଡ଼ି ପ୍ରପୀଡ଼ିତ ପାତ୍ରପୁର ବ୍ଲକରେ ଚାଷୀଙ୍କୁ ନିୟମିତ ସେଚ ବ୍ୟବସ୍ଥା ଯୋଗାଇବା ପାଇଁ ୧୯୮୦ ଦଶକରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଗଜପତି ଜିଲା ମହେନ୍ଦ୍ରଗିରି ପର୍ବତରୁ ନିର୍ଗତ ଏକ ଚିରସ୍ରୋତା ଝରଣା ପାଣିକୁ ଅଟକାଇବାକୁ ପୂରିଆ ସାହି ଡ୍ୟାମ କରାଯାଇଥିଲା। ୧୯୮୨ରେ ପ୍ରକଳ୍ପ ଉଦ୍‌ଘାଟନ ହୋଇଥିଲା ।  ଜରଡ଼ା ସମେତ ଆଖପାଖ ୨୫ରୁ ୩୦ ଖଣ୍ଡ ଗ୍ରାମର ୮ ଶହରୁ ଊର୍ଦ୍ଧ୍ୱ ହେକ୍ଟର ଚାଷ ଜମିକୁ ସୁବିଧାରେ ସେଚ ବ୍ୟବସ୍ଥା ହୋଇଥିଲା।

୨୦୧୮ ଅକ୍ଟୋବର ୧୧ ତାରିଖ ରାତିରେ ସାମୁଦ୍ରିକ ବାତ୍ୟା ତିତ୍‌ଲି ଆନ୍ଧ୍ରପ୍ରଦେଶ  ପଲାସା ନିକଟରେ ଲ୍ୟାଣ୍ଡଫଲ୍‌ କରିଥିଲା। ବାତ୍ୟା ସାଙ୍ଗକୁ ପ୍ରବଳ ବର୍ଷା ବିପତ୍ାତ ମଧ୍ୟ ହୋଇଥିଲା। ସୀମାନ୍ତ ଅଞ୍ଚଳ ହୋଇଥିବାରୁ ତିତ୍‌ଲି ପ୍ରଭାବରେ ପୂରିଆ ସାହି ପ୍ରକଳ୍ପ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଗଲା। କେବଳ ସେତିକି ନୁହେଁ ସେହି ପ୍ରକଳ୍ପ ପାଖରେ ଥିବା ପୁରାଣ ବର୍ଣ୍ଣିତ ପର୍ଶୁରାମ କୁଣ୍ଡ ଓ ପର୍ଶୁରାମଙ୍କ ମୂର୍ତ୍ତି ଧୋଇ ହୋଇଯାଇଥିଲା । ପ୍ରାଚୀନ କିମ୍ବଦନ୍ତୀ ଅନୁସାରେ ପର୍ଶୁରାମ ସେହି କୁଣ୍ଡ ପାଖରେ ତପସ୍ୟା କରିଥିବାରୁ ନାମ ପର୍ଶୁରାମ କୁଣ୍ଡ ଦିଆଯାଇଥିଲା। ତିତ୍‌ଲି ତାଣ୍ଡବର ୬ ମାସ ପୂରିଛି ଏବଂ ପ୍ରକଳ୍ପର ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି ।

କ୍ଷୁଦ୍ର ଜଳସେଚନ ବିଭାଗ ଗଞ୍ଜାମ ନଂ ୧ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଗୋପାଳ ଦାସ କହିଛନ୍ତି, ପୂରିଆ ସାହି ଡ୍ୟାମ ପୁନଃ ନିର୍ମାଣ କାର୍ଯ୍ୟ  ଫେବୃୟାରୀରୁ ଆରମ୍ଭ ହୋଇଛି ଏବଂ ପ୍ରାକ୍‌ ବ୍ୟୟ ଅଟକଳ ମଞ୍ଜୁର ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଚଳିତ ବର୍ଷର ଖରିଫ ଧାନ ଫସଲ ନିମନ୍ତେ ଚାଷୀଙ୍କୁ ଜଳସେଚନର ସୁବିଧା ଯୋଗାଇବା ଲକ୍ଷ୍ୟ ରଖାଯାଇଛି। ତିତଲି ମାଡ଼ରେ ଯୋଜନାର କେନାଲର ମଧ୍ୟ କେତେକାଂଶ ନଷ୍ଟ ହୋଇଥିବାରୁ ତାହାର ପୁନରୁଦ୍ଧାର କରାଯିବ। ନିର୍ଦ୍ଧାରିତ ସମୟ ମଧ୍ୟରେ ପୁନଃ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ନିର୍ବାହୀ ଯନ୍ତ୍ରୀ ଗଭୀର ଆଶାପ୍ରକଟ ମଧ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, ପୂରିଆ ସାହି ଯୋଜନା ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ । ବିଧାନସଭାର ପ୍ରାକ୍ତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ପ୍ରଥମେ ୧୯୮୦ ନିର୍ବାଚନରେ ଚିକିଟି ସେଗମେଣ୍ଟରୁ ବିଧାୟକ ହୋଇଥିଲେ। ଲଗାତର ମରୁଡ଼ି ଦାଉରୁ ପାତ୍ରପୁର ବ୍ଲକର ଚାଷୀଙ୍କୁ ରକ୍ଷା କରିବା ପାଇଁ ତତ୍କାଳୀନ ସରକାରଙ୍କ ଉପରେ ପ୍ରବଳ ଚାପ ପକାଇ ଯୋଜନା ଅନୁମୋଦନ କରାଇଥିଲେ । ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ ଉପବାଚସ୍ପତି ଏବଂ ୧୯୯୫ ରୁ ୨୦୦୦ ଯାଏ ସେ ବାଚସ୍ପତି ହେବାରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କେନାଲ ନିର୍ମାଣ କରାଇଥିଲେ । ତିତ୍‌ଲି ତାଣ୍ଡବ ପରେ ପୂରିଆ ସାହି ଯୋଜନାର ତୁରନ୍ତ ପୁନଃ ନିର୍ମାଣ ପାଇଁ ସେ ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ,୨୯ା୭(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ଦାରୁଭଦ୍ରାଠାରେ ରବିବାର ସନ୍ଧ୍ୟାରେ ବିଲରେ ହଳ କରୁଥିବାବେଳେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଉକ୍ତ...

ପୁଣି କାର୍ଯ୍ୟକ୍ଷମ ହେବ ଟାଟା କୋଭିଡ୍ ହସ୍ପିପିଟାଲ

ଛତ୍ରପୁର,୨୧।୪(ଡି.ଏନ୍‌.ଏ.): ଗଞ୍ଜାମରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଜିଲାବାସୀଙ୍କ ପାଇଁ ଚିନ୍ତା ବଢ଼ୁଛି। ବୁଧବାର ଗଞ୍ଜାମରୁ ୧୫୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ବ୍ରହ୍ମପୁର...

କରୋନା ପଜିଟିଭ୍‌ ଚିହ୍ନଟ ପରେ ଲିଆଖାଇ ଗାଁ ସିଲ୍‌

ଚିକିଟି,୨୦ା୫(ଡି.ଏନ.ଏ.)- ଚିକିଟି ବ୍ଲକ୍‌ ଲିଆଖାଇ ଗ୍ରାମକୁ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ପ୍ରଶାସନ ସିଲ୍‌ କରିଛି। ମସ୍ତିଷ୍କ କର୍କଟ ରୋଗରେ ଭୁବନେଶ୍ୱର ଏମ୍‌ସ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା...

କରୋନା ମୁକାବିଲା: ଗଞ୍ଜାମ ମଡେଲକୁ ପ୍ରଶଂସା କଲା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ

ଛତ୍ରପୁର,୮ା୧୦(ଡି.ଏନ.ଏ.)- କୋଭିଡ୍‌-୧୯ର ସଫଳ ମୁକାବିଲା ପାଇଁ ଗଞ୍ଜାମ ମଡେଲ୍‌ ବ୍ରିଟେନ୍‌ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଶଂସିତ ହୋଇଛି ା ଏଥିସହ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନ...

ବିବାଦ ତୁଟିଲା: ଗୋଲାପଡ଼ାରେ ବଣ୍ଟାଯିବ ରାଶନ

ଭଞ୍ଜନଗର,୨୩।୪(ଡି.ଏନ.ଏ.)-ଗୋଲାପଡ଼ା ପଞ୍ଚାୟତରେ ଓଜନ ମାପ ଯନ୍ତ୍ରକୁ ନେଇ ଲାଗି ରହିଥିତ୍ବା ବିବାଦ ତୁଟିଛି। ଗତ ୧୮ ତାରିଖରେ ପଞ୍ଚାୟତରେ ଚାଉଳ ବଣ୍ଟନ ବେଳେ କେତେଜଣ ବ୍ୟକ୍ତି...

ବିଶ୍ୱର ସବୁଠୁ କ୍ଷୁଦ୍ର ରଥ :ନ୍ୟାଶନାଲ ବୁକ ଅଫ ରେକର୍ଡରେ ସ୍ଥାନିତ ,ଗିନିଜ ବୁକ ଅଫ ରେକର୍ଡ ଦେବ ସ୍ବତନ୍ତ୍ର ମାନ୍ୟତା

ବ୍ରହ୍ମପୁର ଅଫିସ,୪ା୭-ପୁଣି ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣା । ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ କାଠରେ ସେ ବିଶ୍ୱର ସବୁଠୁ...

୨୪୩ ବିଦେଶ ଫେରନ୍ତାଙ୍କ ହୋମ୍‌ କ୍ୱାରାଣ୍ଟାଇନ ଅବଧି ସରିଲା

ଛତ୍ରପୁର,୧ା୪(ଡି.ଏନ୍‌.ଏ.)- କରୋନା ଭୂତାଣୁ ପ୍ରତିହତ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାକୁ ବିଦେଶ ଓ ଅନ୍ୟ ରାଜ୍ୟରୁ ଫେରିଥିବା ଲୋକଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିଲା। ତାଙ୍କ ଘରେ ବାହାରେ...

ସରକାରୀ ସହାୟତା ନାଁରେ ଠକେଇ ଅଭିଯୋଗ:  ୪ ଯୁବତୀ, ଜଣେ ଯୁବକ ଅଟକ

ଦିଗପହଣ୍ଡି,୨୦ା୧୦(ଡି.ଏନ.ଏ.)-ସରକାରୀ ସହାୟତା ପ୍ରଦାନ ନାଁରେ ଦୀର୍ଘଦିନ ଧରି ଦିଗପହଣ୍ଡି ଗ୍ରାମାଞ୍ଚଳରେ ଲୋକଙ୍କୁ ଠକୁଥିବା ଏକ ସଂସ୍ଥାର ୪ ଜଣ ଯୁବତୀ ଓ ଜଣେ ଯୁବକଙ୍କୁ ପୋଲିସ...

Advertisement
Archives

Model This Week