ତାମିଲନାଡୁରେ ବୃଦ୍ଧି ହେଲା ଲକ୍‌ଡାଉନ ଅବଧି

ଚେନ୍ନାଇ,୧୩।୪: କରୋନା ସଂକ୍ରମଣ ଏବେବି ବିଭିନ୍ନ ରାଜ୍ୟରେ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଲକ୍‌ଡାଉନ ଅବଧିକୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଏହାପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମଧ୍ୟ ୧ ମେ’ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିଥିଲେ। ଏବେ ଏହାକୁ ଦେଖି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇଡାପାଡି କେ. ପଲାନିସ୍ବାମୀ ମଧ୍ୟ ରାଜ୍ୟରେ ଲକ୍‌ଡାଉନ ଅବଧିକୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମଣକୁ ନେଇ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ମଙ୍ଗଳବାର ଏହା ଶେଷ ହେଉଛି। ଏହା ଆଗକୁ ବଢିବ କି ନା ତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳ ୧୦ଟାରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗରୋଧ କେନ୍ଦ୍ରରୁ ପ୍ରବାସୀ ଶ୍ରମିକ ଫେରାର

ନୟାଗଡ ଅଫିସ/ରଣପୁର,୧୧ା୫(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ବ୍ଲକ ମଝିଆଖଣ୍ଡ ପଞ୍ଚାୟତର ଏକ ସଙ୍ଗରୋଧ କେନ୍ଦ୍ରରୁ ଜଣେ ପ୍ରବାସୀ ଶ୍ରମିକ ସୋମବାର ଫେରାର ହୋଇଯାଇଛନ୍ତି। ଲୋଧାଚୁଆ ଗଁାର...

ଦିଲ୍ଲୀ କପଡ଼ା ଗୋଦାମରେ ଲାଗିଲା ନିଆଁ: ୯ ମୃତ

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ନିଆଁ ଯେମିତି ଦିଲ୍ଲୀର ପିଛା ଛାଡୁନି। ପୁଣିଥରେ ରବିବାର ବିଳମ୍ବିତ ରାତିରେ କିରାରି ଅଞ୍ଚଳରେ ଥିବା ଏକ କପଡ଼ା ଗୋଦାମରେ ନିଆଁ...

୧୮ ମାସର ଶିଶୁକୁ କରୋନା

ନିମାପଡ଼ା,୨୭ା୬(ଡି.ଏନ୍‌.ଏ): ନିମାପଡ଼ା ବ୍ଲକରେ ଗତ କିଛିଦିନ ମଧ୍ୟରେ କରୋନା ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ଜଣେ ଯୁବକ ଚିହ୍ନଟ ହୋଇଥିବାବେଳେ ଶୁକ୍ରବାର ଭିଲିଗ୍ରାମ ପଞ୍ଚାୟତର...

କରୁଣାନିଧି- ଜୟାଲଳିଥାଙ୍କ ବିନା ତାମିଲନାଡୁ ରାଜନୀତି ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୧୬।୪: ତାମିଲନାଡୁ ରାଜନୀତିରେ ପ୍ରଥମଥର ଲାଗି ଦ୍ରାବିଡ ଆନ୍ଦୋଳନର ମହତ୍ୱପୂର୍ଣ୍ଣ ଚେହେରା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ମୁଖ୍ୟ ଏମ୍‌ କରୁଣାନିଧି ଓ ଜେ ଜୟାଲଳିଥାଙ୍କ...

ଏମିତି ଏକ ରୋବଟ, ଯାହା କରୋନା ରୋଗୀଙ୍କୁ କରିବ ସହାୟତା

ରାଞ୍ଚି,୪ା୧୦: ଝାଡ଼ଖଣ୍ଡର ଜାମସେଦପୁରରେ ରହୁଥିବା ଦୁଇ ଭାଇ ଏମିତି ଏକ ରୋବଟ ପ୍ରସ୍ତୁତ କରିଛନ୍ତି, ଯାହା ୩୬୦ ଡିଗ୍ରୀରେ ଘୂରୁଛି। ଖାଲି ଘୂରୁନି ଘରଠୁ ଆରମ୍ଭ...

ଗୋଆ କରୋନା ମୁକ୍ତ, ଆସିପାରିବେ ସ୍ଥାନୀୟ ପର୍ଯ୍ୟଟକ: ରାଜ୍ୟପାଳ

ପଣଜୀ,୨୩।୫: ଗୋଆ ଏବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ଗୋଆ ଏକେ କରୋନା...

ସାର୍କ ଦେଶକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ନୂଆଦିଲ୍ଲୀ, ୧୪।୩: ଚାଇନା ପରେ ଇଟାଲି, ଇରାନ, ଦକ୍ଷିଣ କୋରିଆ ଆଦି ଦେଶଗୁଡ଼ିକରେ କରୋନା ଉଗ୍ରରୂପ ଧାରଣ କରିଥିବା ବେଳେ ଦକ୍ଷିଣ ଏସିଆର ଅନ୍ୟ ଦେଶଗୁଡ଼ିକ...

ଛାତ ଉପରେ ୪୦ ପ୍ରକାର ଆମ୍ବ କିସମ ଚାଷ କରି କୃଷି ବିଭାଗର ଦୃଷ୍ଟି ଆକର୍ଷଣ କଲେ ଜୋସେଫ୍‌

କୋଚି,୧୯।୫: ନିଜ ଛାତ ଉପରେ ୪୦ ପ୍ରକାରର ଆମ୍ବ ଗଛ ଲଗାଇ ଏବେ କୃଷି ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି କୋଚି ବାସିନ୍ଦା ଜୋସେଫ୍‌। ୨ଶହ...

Coronavirus Update

Archives

Model This Week

Why Dharitri