ତାଣ୍ଡବ ରଚିଲା କାଳବୈଶାଖୀ

ଅନୁଗୋଳ ଅଫିସ/ତାଳଚେର (ନି.ପ୍ର.) /କଣିହାଁ/ବନ୍ତଳା/ଛେଣ୍ଡିପଦା/ ପରଜଙ୍ଗ (ଡି.ଏନ୍‌.ଏ.), ୨୯ା୫- ଅନୁଗୋଳ ଏବଂ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ତୋଫାନରେ ବ୍ୟାପକ କ୍ଷତି ହୋଇଛି। ପ୍ରବଳ ବେଗରେ ପବନ ବହିବାରୁ ବହୁ ଆଜବେଷ୍ଟସ, ଛପର ଉଡ଼ିଯାଇଛି। ବଡ଼ ବଡ଼ ଗଛ ଧରାଶାୟୀ ହୋଇଛି। ଖୁଣ୍ଟ ଭାଙ୍ଗି ପଡ଼ିବାରୁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି। ସେହିପରି ବଜ୍ରପାତରେ ୪ଜଣ ଗୁରୁତର ହୋଇଥିବାବେଳେ ଗଛପଡ଼ି ଜଣେ ମହିଳାଙ୍କ ଗୋଡ଼ ଭାଙ୍ଗିଯାଇଛି।
ତାଳଚେର ଅଞ୍ଚଳରେ ଅପରାହ୍ନ ସାଢ଼େ ୪ଟାରେ ହଠାତ୍‌ ଜୋରଦାର ପବନ ସହ ବର୍ଷା ହୋଇଥିଲା। ପବନର ବେଗ ଏତେ ଅଧିକ ଥିଲା ଯେ, ସହରରେ ଥିବା ବଡ଼ ବଡ଼ ଗଛ, ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଥିଲା। ୩୩ କେଭି ଓ ୧୧କେଭି ଲାଇନ ଓ ଷ୍ଟ୍ରକଚର କ୍ଷତିଗ୍ରସ୍ତ ହୋଇଥିବାବେଳେ କେତେକ ସ୍ଥାନରେ ଟ୍ରାନ୍ସଫର୍ମର ମଧ୍ୟ ତଳକୁ ଖସିପଡ଼ିଛି। ଦୋକାନ ସମ୍ମୁଖରେ ଲାଗିଥିବା ବୋର୍ଡ, ହୋର୍ଡିଂ ଉଡ଼ାଇନେଇଛି। କେତେକ ସ୍ଥାନରେ ଦୋକାନ ଘର ଭାଙ୍ଗିଯାଇଛି। ତାମ୍ରିତ ମାର୍କେଟ ନିକଟରେ ଗଛ ପଡ଼ିଯିବାରୁ ଏକ ଷ୍ଟୁଡିଓ ଭାଙ୍ଗିଯାଇଛି। ସହରରେ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିଛି। କ୍ଷୟକ୍ଷତି ଅଧିକ ହୋଇଥିବାରୁ ମୁଖ୍ୟ ଲାଇନ ରାତିରେ ସଜାଡ଼ିବା ଅସମ୍ଭବ ବୋଲି ସେସୁ ଏସ୍‌ଡିଓ ସୂଚନା ଦେଇଛନ୍ତି।
କାଳବୈଶାଖୀ ପ୍ରଭାବରୁ ବର୍ତ୍ତିନି କଣିହଁା ବ୍ଲକ ଅଞ୍ଚଳ। ଝଡ଼ତୋଫାନରେ ରାସ୍ତା ଉପରେ ଗଛ ପଡ଼ିଯିବାରୁ ୧ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ବିଭିନ୍ନ ସ୍ଥାନରେ ତାର, ଖୁଣ୍ଟ ଭାଙ୍ଗିପଡ଼ିଥିବାରୁ ବିଦ୍ୟୁତ୍‌ ବିଭ୍ରାଟ ଦେଖାଦେଇଛି। ଖବର ଲେଖାଯିବା ସୁଦ୍ଧା ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇନାହିଁ। ଝଡ଼ବର୍ଷା ଯୋଗୁ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ଚାଷୀମାନେ ପୋତିଥିବା ବିହନ ଗଜା ବାହାରୁଥିବାବେଳେ ସେସବୁ ନଷ୍ଟ ହୋଇଯାଇଛି। ପ୍ରଶାସନ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି। ସେହିପରି ଅନୁଗୋଳ ସହର, ବଅଁରପାଳ ବ୍ଲକ, ଛେଣ୍ଡିପଦା ବ୍ଲକର ଜରପଡ଼ା, ଜେରେଙ୍ଗ, ଦୁର୍ଗାପୁର, ତୁକୁଡ଼ା, ପରା, ଓଗୀ, ବଡ଼କେରଜାଙ୍ଗ, ସାନକେରଜାଙ୍ଗ, ତୁବେ, ସାଆନ୍ତପୁର, ଜରଡ଼ାରେ କାଳବୈଶାଖୀ ବହୁ କ୍ଷତି ଘଟାଇଛି। ରାସ୍ତା ଉପରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବର୍ଷା ଛାଡ଼ିବା ପରେ ଗଛକଟା ଆରମ୍ଭ ହୋଇଛି। ତଥାପି କେତେକ ସ୍ଥାନରେ ଗମନାଗମନ ସ୍ବାଭାବିକ ହୋଇପାରିନାହିଁ। ରାତି ହୋଇଯାଇଥିବାରୁ ପୁନରୁଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବା ଜଣାପଡ଼ିଛି। କାଳବୈଶାଖୀ ସମୟରେ ବଜ୍ରପାତରେ ଅନୁଗୋଳ ଜିଲାର ୪ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ପୁରୁଣାକୋଟ ଥାନା ବାଘମୁଣ୍ଡା ଗ୍ରାମର ଅନାଦି ବେହେରା (୧୦), ସସ୍ମିତା ବେହେରା (୨୦), ଛେଣ୍ଡିପଦା ବ୍ଲକ ବଡ଼କେରଜାଙ୍ଗ ଗ୍ରାମର ଦୁଷ୍ମନ୍ତ ବେହେରା (୧୪) ଏବଂ କଣିହାଁ ବ୍ଲକ ଚନ୍ଦ୍ରବିଲ ଗ୍ରାମର ଧୀରେନ୍ଦ୍ର ବେହେରା। ଅନାଦି, ସସ୍ମିତା, ଦୁଷ୍ମନ୍ତଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଧୀରେନ୍ଦ୍ର କଣିହଁା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସେହିପରି ବଅଁରପାଳ ବ୍ଲକ ଅପର୍ତ୍ତିପୁର ଅଞ୍ଚଳରେ ଗଛ ଡାଳ ଭଙ୍ଗି ପଡ଼ିବାରୁ ମାଳତି ଦାସ (୬୫)ଙ୍କ ଦୁଇଟି ଗୋଡ଼ ଭାଙ୍ଗିଯାଇଛି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ବେଣାଗାଡ଼ିଆର ପର୍ଶୁରାମ ସାହୁ ଏବଂ ଦର୍ପେଶ୍ୱର ପ୍ରଧାନଙ୍କ କୁକୁଡ଼ା ଫାର୍ମ ଭାଙ୍ଗି ମାଟିରେ ମିଶିଯାଇଥିବା ଜଣାପଡ଼ିଛି।
ସେହିପରି ଢେଙ୍କାନାଳ ଜିଲାର ପରଜଙ୍ଗ ଅଞ୍ଚଳରେ ଝଡ଼ତୋଫାନରେ ବ୍ୟାପକ କ୍ଷତି ହୋଇଛି। ଆଜବେଷ୍ଟସ୍‌, ଟାଇଲ ଘର ଉଡ଼ିଯାଇଛି। ବହୁ ଗୁହାଳ ଭାଙ୍ଗିଯାଇଛି। ବାରିହାପୁର ଢ଼ାବା ନିକଟରେ ଏକ ଚାକୁଣ୍ଡା ଗଛ ଉପୁଡ଼ି ୫୩ନଂ. ଜାତୀୟ ରାଜପଥ ଉପରେ ପଡ଼ିଥିଲା। ଫଳରେ ଦୀର୍ଘ ସମୟ ଯାଏ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସ୍ଥାନୀୟ ବାସିନ୍ଦା ଗଛ କାଟିବାରୁ ଯାତାୟାତ ସ୍ବାଭାବିକ ହୋଇଛି। ଝଡ଼ତୋଫାନରେ କଦଳୀ, ଆମ୍ବ ଗଛ ନଷ୍ଟ ହୋଇଯାଇଛି, ଯାହା ଚାଷୀଙ୍କ ଦୁଃଖ ବଢ଼ାଇଛି।
ଅନ୍ୟପଟେ ମୁଣ୍ଡଫଟା ଖରାରେ ଆଉଟୁପାଉଟୁ ହେଉଥିବା ଅଞ୍ଚଳବାସୀଙ୍କୁ କାଳବୈଶାଖୀ ସାମାନ୍ୟ ଆଶ୍ୱସ୍ତି ଦେଇଛି। ଦୀର୍ଘଦିନ ଧରି ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରଖିଥିବାବେଳେ ଅପରାହ୍ନରେ ହୋଇଥିବା ବର୍ଷା ପରିବେଶରେ ଭରିଛି ଶୀତଳତା। ତାପମାତ୍ରା ମଧ୍ୟ ସାମାନ୍ୟ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri