Posted inରାଜ୍ୟ

ଢାବାରେ ନାବାଳକଙ୍କ ମୃତ୍ୟୁ ନେଇ ଲଙ୍କାକାଣ୍ଡ: ଆତ୍ମହତ୍ୟା ରୂପ ଦେବାରୁ ପୋଲିସକୁ ମାଡ଼

ବାଲିଆପାଳ,୨୭।୭ (ଡି.ଏନ.ଏ./ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ଇଡକୋ ଛକସ୍ଥିତ ରାଜଧାନୀ ଢାବାରେ କାମ କରୁଥିବା ଜଣେ ୧୫ ବର୍ଷର ନାବାଳକଙ୍କୁ ହତ୍ୟା କରାଯିବା ଅଭିଯୋଗ ନେଇ ସାରା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ସକାଳେ ଏହି ନାବାଳକଙ୍କ ମୃତଦେହ ଢାବାରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ବାଲିଆପାଳ ପୋଲିସ ପହଞ୍ଚି ଏହାକୁ ଏକ ଆତ୍ମହତ୍ୟା ଘଟଣା କହି ଫେରିଯାଇଥିଲା। ପରେ ପୂର୍ବାହ୍ନ ୯ଟା ବେଳକୁ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇବା ସକାଶେ ପୋଲିସ ଆସିବାରୁ ସ୍ଥାନୀୟ ଲୋକେ ଓ ନାବାଳକଙ୍କ ପରିବାର ସହ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଏହା ଆତ୍ମହତ୍ୟା ନୁହେଁ, ହତ୍ୟା ଘଟଣା ବୋଲି କହି ଗ୍ରାମବାସୀ ପୋଲିସ ସହ ଯୁକ୍ତିତର୍କ କରିଥିଲେ। ଉତ୍ତେଜନା ତୀବ୍ରରୂପ ନେବାରୁ ଆରମ୍ଭ ହୋଇଥିଲା ଲଙ୍କାକାଣ୍ଡ। ଲୋକେ ପୋଲିସକୁ ଗୋଡେଇ ଗୋଡେଇ ପିଟିଥିଲେ। ବାଲିଆପାଳ ଥାନାଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ଯ୍ୟ ଏଥିରୁ ବର୍ତ୍ତି ନ ଥିଲେ। ଇଡକୋ ଛକ ଏକପ୍ରକାର ରଣକ୍ଷେତ୍ର ପାଲଟି ଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଆଖପାଖ ଅଞ୍ଚଳର ଲୋକେ ରାସ୍ତାକୁ ଓହ୍ଲାଇ ଆସିଥିଲେ। ସେମାନେ ଇଡ୍‌କୋ ଛକସ୍ଥିତ ରାଜଧାନୀ ଢାବାକୁ ନିଅଁା ଲଗାଇ ପୋଡିଦେବା ସହ ଢାବା ମାଲିକଙ୍କ କଚୁଆପଡାସ୍ଥିତ ଘର ଉପରେ ଆକ୍ରମଣ କରିଥିଲେ। ତାଙ୍କ ଘରେ ମଧ୍ୟ ନିଅଁା ଲଗାଇ ଦିଆଯାଇଥିଲା। ଇଡକୋ ଛକରେ ଲୋକେ ରାସ୍ତା ଅବରୋଧ କରିବାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଏହି ସମୟରେ ଏସ୍‌ପି ବି. ଯୁଗଳ କିଶୋର ପୋଲିସ ଫୋର୍ସ ସହ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ରାସ୍ତାରୋକୋ କରିଥିବା ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ଦାବି ପୂରଣ କରାଯିବ ବୋଲି କୁହାଯିବାରୁ ୭ଘଣ୍ଟା ପରେ ରାସ୍ତାରୋକୋ ହଟିଥିଲା। ଅପରାହ୍ନରେ ନାବାଳକଙ୍କ ମୃତଦେହକୁ ବ୍ୟବଚ୍ଛେଦ ଲାଗି ବାଲେଶ୍ୱର ପଠାଯାଇଥିଲା।
ସ୍ଥାନୀୟ ଆନ୍ଦୋଳନକାରୀଙ୍କ ପକ୍ଷରୁ ଜଣାପଡିଛି ଯେ, ବାଲିଆପାଳ-ବସ୍ତା ରାସ୍ତାର ଇଡ୍‌କୋ ଛକରେ ଥିବା ରାଜଧାନୀ ଢାବା ଏବଂ ରେଷ୍ଟୁରାଣ୍ଟରେ ଭୋଗରାଇ ବ୍ଲକ ଉଲୁଡ଼ା ଗ୍ରାମର ଦେବେନ୍ଦ୍ର ଦଳେଇଙ୍କ ପୁଅ ବିଜୟ ୨ ବର୍ଷ ହେବ କାମ କରିଆସୁଥିଲେ। ଶୁକ୍ରବାର ପୂର୍ବାହ୍ନରେ ତାଙ୍କ ଝୁଲନ୍ତା ମୃତଦେହ ମିଳିବା ଓ ପାରିପାର୍ଶ୍ୱିକ ସ୍ଥିତି ଦେଖି ସ୍ଥାନୀୟ ଲୋକେ ଏହାକୁ ହତ୍ୟା ଘଟଣା ବୋଲି ସନ୍ଦେହ ପ୍ରକାଶ କରିଥିଲେ। ୨୦ କି.ମି. ଦୂର ଉଲୁଡ଼ା ଗ୍ରାମରୁ ନାବାଳକଙ୍କ ପରିବାର ସମେତ ଶତାଧିକ ଲୋକ ଆସି ସେଠାରେ ପହଞ୍ଚିଥିଲେ। ସେତେବେଳେ ଢାବା ମଧ୍ୟରେ କାହାକୁ ଦେଖିବାକୁ ମିଳି ନ ଥିଲା। ଏହି ସମୟରେ ତଦନ୍ତ କରିବାକୁ ଥାନାଧିକାରୀ ଆସି ପହଞ୍ଚିଥିଲେ। ପୋଲିସ ତଦନ୍ତରେ ବିଳମ୍ବ କରିବା ଏବଂ ଏହାକୁ ଆତ୍ମହତ୍ୟା ଘଟଣା ଦର୍ଶାଇବାରୁ ଉତ୍ତ୍ୟକ୍ତ ଲୋକେ ଏହାକୁ ବିରୋଧ କରିଥିଲେ। ସେଠାରେ ଢାବା ମାଲିକଙ୍କୁ ଗିରଫ ଦାବି କରି ଲୋକେ ରାସ୍ତାରୋକୋ କରିଥିଲେ। ଆଇଆଇସି ସେମାନଙ୍କୁ ରାସ୍ତାରୁ ଉଠିଯିବା ପାଇଁ କହିବାରୁ ଉତ୍ତ୍ୟକ୍ତ ମହିଳା ଓ ପୁରୁଷ ତାଙ୍କୁ ଗୋଡ଼େଇ ମାଡ଼ ମାରିଥିଲେ ା ଏହି ଘଟଣାରେ ପୋଲିସ ଛତ୍ରଭଙ୍ଗ ଦେଇଥିଲା। ଏସ୍‌ପି ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ସୁଧୁରିଥିଲା। ବସ୍ତା ଏସ୍‌ଡିପିଓ ରଞ୍ଜିତ ପୃଷ୍ଟି, ବସ୍ତା ଓ ସିଂଲା ଆଇଆଇସି ମଧ୍ୟ ଆସି ପହଞ୍ଚିଥିଲେ। ଅପରାହ୍ନରେ ବାଲିଆପାଳ ତହସିଲଦାରଙ୍କ ଉପସ୍ଥିତିରେ ନାବାଳକଙ୍କ ମୃତଦେହ ଢାବାରୁ ବାହାର କରି ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ପଠାଯାଇଛି। ମୃତ ନାବାଳକଙ୍କ ମା’ ଶାନ୍ତିଲତା ଦଳାଇ ଢାବା ମାଲିକ ସହାବିଦ୍ଦିନ ସାହା ଓ ଅନ୍ୟ କର୍ମଚାରୀ ମିଶି ତାଙ୍କ ପୁଅକୁ ମାରିଦେଇ ଏହାକୁ ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ କରିଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଏକ ମାମଲା (ନଂ. ୧୪୭/୧୯) ରୁଜୁ କରିଥିବା କହିଛି। ମୃତ ବିଜୟ ନାବାଳକ ହୋଇଥିବାରୁ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝି, ଏ.ଏଲ.ଓ ସଞ୍ଜୟ କେଶ୍ୱରୀ ଜେନା ଏବଂ ବାଲିଆପାଳ ଚାଇଲ୍ଡ ଲାଇନ ଅଧିକାରୀ ପହଞ୍ଚତ୍ ତଦନ୍ତ କରୁଛନ୍ତି। ଅପରପକ୍ଷେ ପୋଲିସ ପ୍ରତିହିଂସା ପରାୟଣ ହୋଇ ଗଣ୍ଡଗୋଳରେ ସମ୍ପୃକ୍ତ ଲୋକଙ୍କ ତାଲିକା ପ୍ରସ୍ତୁତ କରୁଥିବା କୁହାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଏ ସମ୍ପର୍କରେ ଏସ୍‌ପି ବି. ଯୁଗଳ କିଶୋରଙ୍କୁ ପଚାରିବାରୁ କହିଛନ୍ତି, ଢାବାରେ ନାବାଳକଙ୍କ ଆମତ୍ହତ୍ୟା ଘଟଣାର ତଦନ୍ତ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରେ ଆକ୍ରମଣ କରିବା ଘଟଣାର ମଧ୍ୟ ତଦନ୍ତ କରାଯିବ। ବାଲିଆପାଳରେ ବଢୁଥିବା ଅପରାଧ ଘଟଣା ଉପରେ ପୋଲିସ ନଜର ରଖିଛି। ବତ୍ତର୍ର୍ମାନ ଉତ୍ତେଜନାପୂର୍ଣ୍ଣ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri