ଡ୍ୟାନ୍ସ କ୍ଲାସରେ ପଶି ଆତଙ୍କ: କର୍ମଚାରୀଙ୍କୁ ମାଡ଼, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଗ୍ରୁପ ଡ୍ୟାନ୍ସ କ୍ଲାସର ମାଲିକିଆଣୀଙ୍କୁ ଗାଳିଗୁଲଜ ଓ ସଂସ୍ଥାର ଜଣେ କର୍ମଚାରୀଙ୍କୁ ବୁଧବାର ୨ ଜଣ ଯୁବକ ମାଡ଼ ମାରିଥିଲେ। ସେମାନଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଏହି ଥାନା ଅନ୍ତର୍ଗତ ଗଣପତିନଗର ଅଞ୍ଚଳର ଦୁଃଖଶ୍ୟାମ ରେଡ୍ଡୀ ଓ ଶକ୍ତିବିହାର ଅଞ୍ଚଳର କାଳନ୍ଦୀ ଭୋଇ।
ପୋଲିସ ସୂଚନା ମୁତାବକ, ଗିରଫ ଅଭିଯୁକ୍ତଦ୍ୱୟ ଗ୍ରୁପ ଡ୍ୟାନ୍ସ କ୍ଲାସର ସଦସ୍ୟ ଥିଲେ। ସେମାନେ ବିଭିନ୍ନ କାର୍ଯ୍ୟକ୍ରମରେ ପାରିଶ୍ରମିକ ନେଇ କାର୍ଯ୍ୟ କରିଥାନ୍ତି। କିଛି ବକେୟା ପାରିଶ୍ରମିକକୁ ନେଇ ଉକ୍ତ ଡ୍ୟାନ୍ସ ସ୍କୁଲର ମାଲିକିଆଣୀଙ୍କ ସହ ଝଗଡା ହୋଇଥିଲା। ବୁଧବାର ସନ୍ଧ୍ୟାରେ ଅଭିଯୁକ୍ତଙ୍କୁ ନିଶାସକ୍ତ ଅବସ୍ଥାରେ ସାଲିଆସାହି ଅଞ୍ଚଳରେ ଥିବା ଡ୍ୟାନ୍ସ କ୍ଲାସ ପରିସରରେ ପହଞ୍ଚତ୍ ପାଟିତୁଣ୍ଡ କରିଥିଲେ। ସେଠାରେ ଉପସ୍ଥିତ ମାଲିକିଆଣୀ ଓ ଜଣେ ଯୁବତୀଙ୍କୁ ଗାଳିଗୁଲଜ କରିଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ କର୍ମଚାରୀ ପ୍ରଭାତ କୁମାର ପ୍ରଧାନ ଅଭିଯୁକ୍ତଦ୍ୱୟଙ୍କୁ ଅଟକାଇବାରୁ ସେମାନେ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ମାଡ ମାରିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ୨ ଅଭିଯୁକ୍ତଙ୍କୁ ଥାନାକୁ ଉଠାଇ ଆଣିଥିଲା। ସେମାନେ ନିଜକୁ ନିର୍ଦ୍ଦୋଷ କହିବା ସହ ଥାନାରେ ପାଟିତୁଣ୍ଡ କରିଥିଲେ। ଏଥିସହ ଥାନା ବାହାରେ ସେମାନଙ୍କ ପରିବାର ଲୋକ ଓ ସାଙ୍ଗ ସାଥୀ ଏକାଠି ହୋଇ ଅଭିଯୁକ୍ତଙ୍କୁ ଛାଡି ଦେବାକୁ ଜିଦ୍‌ ଧରିଥିଲେ। ପୋଲିସ ନଂ. ୧୧୨/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ପରେ ସେମାନଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଜୁବାବୁଙ୍କ ତିରୋଧାନ ଦିବସ: ନିରାଡ଼ମ୍ବରରେ ପାଳନ କରିବ ବିଜେଡି

ଭୁବନେଶ୍ୱର,୧୭।୪(ବ୍ୟୁରୋ)-ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସକୁ ବିଜୁ ଜନତା ଦଳ ନିରାଡ଼ମ୍ବର ଭାବେ ପାଳନ କରିବ । ଏ ନେଇ ବିଜେଡି ସଭାପତି...

ଆର୍‌ପିଏଫ୍‌ର ଅପରେଶନ ‘ଇଷ୍ଟ୍‌କୋଷ୍ଟ ରେଲ୍‌ଓ୍ବେ ଥଣ୍ଡର’: ବେଆଇନ ଟିକେଟ ବିକ୍ରି, ୬ ଗିରଫ

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ଭୁବନେଶ୍ୱର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ପକ୍ଷରୁ ଆରମ୍ଭ ହୋଇଛି ଅପରେଶନ ‘ଇଷ୍ଟ୍‌କୋଷ୍ଟ ରେଲ୍‌ଓ୍ବେ ଥଣ୍ଡର’। ଶନିବାର ଏକ ସ୍ବତନ୍ତ୍ର ଟିମ୍‌ ବିଭିନ୍ନ...

ବିଭିନ୍ନ ବିଦ୍ୟାଳୟର ପରୀକ୍ଷା ଫଳ

ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୮ ବିଦ୍ୟାଳୟର ମୋଟ ୧୮୬ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣ ଏ୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।...

ନବୀନ ପୁଣି ଥରେ ସର୍ବୋତ୍ତମ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫।୧: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତାରେ ପୁଣି ଥରେ ଏକ ନମ୍ବର ହୋଇଛନ୍ତି। ରାଜ୍ୟ ସ୍ତରରେ ସେ ସବୁଠୁ ଭଲ ପ୍ରଦର୍ଶନ କରିଥିବା ମୁଖ୍ୟମନ୍ତ୍ରୀ...

ହ୍ବାଟ୍ସଆପ୍‌ ଲଟେରି, ସିମ୍‌କାର୍ଡ ଭେରିଫିକେଶନ ନାଁରେ ସାଇବର ଠକେଇ

ଭୁବନେଶ୍ୱର,୧୮।୭(ବ୍ୟୁରୋ): କ୍ରେଡିଟ୍‌, ଡେବିଟ୍‌ କାର୍ଡ, ୟୁପିଆଇ ଭେରିଫିକେଶନ, ଲୋନ୍‌, ପୁରସ୍କାର, ହନିଟ୍ରାପ୍‌ ଆଦି ବାହାନାରେ ସାଇବର ଠକେଇ ହେଉଛି। ଏବେ ପୂର୍ବଭଳି ପୁଣିଥରେ ହ୍ବାଟସ୍‌ଆପ ଲଟେରି...

୧୦ ଜିଲାରେ ଘନ କୁହୁଡ଼ି

ଭୁବନେଶ୍ୱର,୧୯।୧(ବ୍ୟୁରୋ): ରାଜ୍ୟରେ ଶୀତ ବଢିବା ସହିତ କେତେକ ଜିଲାରେ ଘନ କୁହୁଡି ଦେଖାଦେଇଛି। ଆସନ୍ତା ୨୧ ତାରିଖ ଯାଏ ରାଜ୍ୟର ୧୦ଟି ଜିଲାରେ ଘନ କୁହୁଡି...

ଗଞ୍ଜାମ ଯିବେ ୫ ଓଏଏସ୍‌, ୪୭ ଓଆର୍‌ଏସ୍‌ ଅଫିସର

ଭୁବନେଶ୍ୱର, ୧୫।୭(ବ୍ୟୁରୋ): ଗଞ୍ଜାମ ଜିଲାର କରୋନା ସ୍ଥିତି ଦେଖି ରାଜ୍ୟ ସରକାର ସେଦିଗରେ ବିଶେଷ ଧ୍ୟାନ ଦେଉଛନ୍ତି। ଜିଲାରେ କରୋନା ସ୍ଥିତିକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ...

ନାରୀ ନିର୍ଯାତନାରେ ଓଡ଼ିଶା ଦେଶରେ ପ୍ରଥମ

ଭୁବନେଶ୍ୱର, ୧ା୧୦ (ବ୍ୟୁରୋ):ରାଜ୍ୟ ସରକାର ମହିଳାଙ୍କୁ ସମ୍ମାନ ଦେବା ସହ  ସେମାନଙ୍କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ସତ୍ତ୍ୱେ ମହିଳାଙ୍କ ଉପରେ ନିର୍ଯାତନା...

Advertisement
Archives

Model This Week