Posted inଖେଳ

ଡ୍ରଗ୍ସ କାରବାର ଅଭିଯୋଗରେ ଶ୍ରୀଲଙ୍କା କ୍ରିକେଟର ଅଟକ

କଲମ୍ବୋ, ୨୬।୫(ଏଏଫପି)-
ଡ୍ରଗ୍ସ କାରବାର ଅଭିଯୋଗରେ ଶ୍ରୀଲଙ୍କାର ଅନ୍ତର୍ଜାତୀୟ କ୍ରିକେଟର ଶେହାନ ମଦୁଶନକାଙ୍କୁ ପୋଲିସ ଅଟକ ରଖିଛି। ୨୦୧୮ରେ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ହ୍ୟାଟ୍ରିକ ଅର୍ଜନ କରିଥିବା ୨୫ ବର୍ଷୀୟ ମଦୁଶନକାଙ୍କୁ ୨ ସପ୍ତାହପାଇଁ ପୋଲିସ ହେପାଜତରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରବିବାର ପାନ୍ନାଲା ସହରରେ ତାଙ୍କ ନିକଟରୁ ପୋଲିସ ୨ ଗ୍ରାମ୍‌ରୁ ଅଧିକ ହେରୋଇନ୍‌ ଜବତ କରିଥିଲା। ଦେଶବ୍ୟାପୀ କରୋନା ଭାଇରସ ଜନିତ କର୍ଫ୍ୟୁ ଥିବାବେଳେ ମଦୁଶନକା ଗାଡ଼ି ଡ୍ରାଇଭିଂ କରୁଥିଲେ, ଫଳରେ ପୋଲିସ ତାଙ୍କୁ ଅଟକାଇଥିଲା। ସେ ଜଣେ ଡାହାଣହାତୀ ପେସ୍‌ ବୋଲର । ୨୦୧୮ ଜାନୁୟାରୀରେ ବାଂଲାଦେଶ ବିପକ୍ଷ ଏକଦିବସୀୟ ଅନ୍ତର୍ଜାତୀୟ ପଦାର୍ପଣ ମ୍ୟାଚରେ ସେ ହ୍ୟାଟ୍ରିକ ଉଇକେଟ ନେଇଥିଲେ। ସେହିବର୍ଷ ସେ ବାଂଲାଦେଶ ବିପକ୍ଷରେ ୨ଟି ଟି୨୦ ମ୍ୟାଚ ଖେଳିଥିଲେ। ତା’ ପରଠାରୁ ଆହତ ସମସ୍ୟା ଯୋଗୁ ସେ ଆଉ ଅନ୍ତର୍ଜାତୀୟ ମ୍ୟାଚ ଖେଳିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆହତ ହୋଇଛନ୍ତି କି କୋହଲି? ରୋହିତ ଅଧିନାୟକ ଦାୟିତ୍ୱ ସମ୍ଭାଳିବା ନେଇ ପ୍ରଶ୍ନରେ…

ନୂଆଦିଲ୍ଲୀ,୧୯।୩: ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ୍‌କୁ ବରାବର ସ୍ଥିତିକୁ ଆଣିଛି ଭାରତ। ଗୁରୁବାର ସିରିଜର ଚତୁର୍ଥ ମ୍ୟାଚ୍‌ ଖେଳାଯାଇଥିବା ବେଳେ ଏହା ଏକାଧିକ ଘଟଣାକ୍ରମକୁ ନେଇ...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: ନ୍ୟୁଜିଲାଣ୍ଡ ପ୍ରଥମଥର ନମ୍ବରଓ୍ବାନ

ଦୁବାଇ, ୭।୧(ପି.ଟି.)- ନ୍ୟୁଜିଲାଣ୍ଡ ପ୍ରଥମଥର ପାଇଁ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ନମ୍ବରଓ୍ବାନ ସ୍ଥାନ ହାସଲ କରିଛି। ଖ୍ରୀଷ୍ଟଚର୍ଚ୍ଚରେ ବୁଧବାର ଶେଷ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ପାକିସ୍ତାନକୁ...

ଜେମିସନଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ

ଖ୍ରୀଷ୍ଟଚର୍ଚ୍ଚ, ୧୬ା୫ (ପି.ଟି.)-ପେସ୍‌ ବୋଲର କାଇଲ ଜେମିସନ ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡ୍‌ସି) ୨୦୨୦-୨୧ ସିଜନ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକାଭୁକ୍ତ ହୋଇଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ଭାରତ...

ଇଂଲଣ୍ଡ ଦଳକୁ ଆଣ୍ଡରସନଙ୍କ ପ୍ରତ୍ୟାବର୍ତ୍ତନ

ଲଣ୍ଡନ, ୭।୧୨- ଚଳିତ ମାସ ଅନ୍ତିମ ସପ୍ତାହରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ଲାଗି ଶନିବାର ଭ୍ରମଣକାରୀ ଇଂଲଣ୍ଡ ଦଳ ଘୋଷଣା...

ଇତିହାସ ରଚିଲେ ଏହି କ୍ରିକେଟର୍‌

ଲର୍ଡସ,୫।୬: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡ ବିଜୟ ହାସଲ କରିଛି। ଲର୍ଡସ ଟେଷ୍ଟର ଚତୁର୍ଥ ଦିନରେ ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ୫...

ପଦ୍ମ ଧରିଲେ ସାଇନା ନେହଓ୍ବାଲ

ନୂଆଦିଲ୍ଲୀ, ୨୯।୧: ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ବୁଧବାର ଭଉଣୀ ଚନ୍ଦ୍ରାଂଶୁ ନେହଓ୍ବାଲଙ୍କ ସହ ଭାଜପାରେ ଯୋଗଦେଇଛନ୍ତି। ଭାଜପାର ଦିଲ୍ଲୀ କାର୍ଯ୍ୟାଳୟଠାରେ ଦଳର...

ହୋଟେଲ୍‌ରେ ଧୋନୀ ତ ବୋଟ୍‌ରେ ପାଣ୍ଡ୍ୟା; ପ୍ରେମିକାଙ୍କୁ ପ୍ରପୋଜ କରିବା ଲାଗି ଫିଲ୍ମ ଷ୍ଟାଇଲ୍‌ ଆପଣାଇଥିଲେ ଏସବୁ କ୍ରିକେଟର

ନୂଆଦିଲ୍ଲୀ,୬।୮: ବଲିଉଡ୍‌ ସେଲିବ୍ରିଟିମାନଙ୍କ ଭଳି ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ଭାରତୀୟ ଟିମ୍‌ର କ୍ରିକେଟର। ବିଶେଷକରି ସେମାନଙ୍କ ଲଭ୍‌ ଲାଇଫ୍‌ ଖବର ଶିରୋନାମା...

ଟେଲରଙ୍କ ସ୍ବତନ୍ତ୍ର ରେକର୍ଡ

ଓ୍ବେଲିଂଟନ,୨୧।୨(ପି.ଟି.)- ଭେଟେରାନ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ରସ ଟେଲର ଶୁକ୍ରବାର ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ପଡ଼ିଆକୁ ଓହ୍ଲାଇ ଇତିହାସ ରଚିଛନ୍ତି। ପ୍ରତ୍ୟେକ ଫର୍ମାଟରେ ୧୦୦ ମ୍ୟାଚ୍‌...

Advertisement
Archives

Model This Week