ଡୋର୍‌ରେ ଦଉଡ଼ି ଭିଡ଼ି ଜରୁରୀ ସେବା

ବଇଣ୍ଡା,୩।୩ (ଡି.ଏନ.ଏ.) – ଜରୁରୀ ସ୍ବାସ୍ଥ୍ୟସେବାର ଏକ ପ୍ରମୁଖ ଅଙ୍ଗ ପାଲଟିଥିବା ୧୦୮ ଆମ୍ବୁଲାନ୍ସ ଡୋର୍‌ରେ ଭିଡ଼ାଯାଉଛି ଦଉଡ଼ି। ଗାଡ଼ିର ସାଇଟ୍‌ ଓ ପଛ ଡୋର୍‌ ଭାଙ୍ଗି ଯାଇଥିବା ବେଳେ ଏସି କି ଅକ୍ସିଜେନ ସିଲିଣ୍ଡର ମଧ୍ୟ କାମ କରୁନି। ଏପରି ଅବସ୍ଥାରେ କେତେଦିନ ରୋଗୀ ପରିବହନ କରିବା ପରେ ଏବେ ଅନୁଗୋଳ ଜିଲା କିଶୋରନଗର ବ୍ଲକର ବଇଣ୍ଡା ଅଞ୍ଚଳ ପାଇଁ ମିଳିଥିବା ୧୦୮ ଆମ୍ବୁଲାନ୍ସ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ସେହିପରି କିଶୋରନଗର ଅଞ୍ଚଳରେ ଥିବା ଅନ୍ୟ ଏକ ୧୦୮ ଆମ୍ବୁଲାନ୍ସର ଚକ ଜାମ ଯୋଗୁ ତାହା ବି ସେବାରେ ଲାଗିପାରୁନି। ଫଳରେ ଆଠମଲ୍ଲିକ ଓ କିଶୋରନଗର ବ୍ଲକର ୧୩ଟି ପଞ୍ଚାୟତବାସୀ ଜରୁରୀ ସ୍ବାସ୍ଥ୍ୟସେବା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ବଇଣ୍ଡା ଗ୍ରାମବାସୀ ସୋମବାର ଅନୁଗୋଳ ଜିଲାପାଳଙ୍କୁ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି।
ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ବଇଣ୍ଡାଠାରେ ଥିବା ୧୦୮ ଆମ୍ବୁଲାନ୍ସ ୨ଟି ବ୍ଲକର ବହୁ ପଞ୍ଚାୟତବାସୀଙ୍କୁ ଜରୁରୀସେବା ଯୋଗାଇ ଦେଇ ଆସୁଛି। କିନ୍ତୁ ଦାୟିତ୍ୱରେ ଥିବା ସଂସ୍ଥା ଗାଡ଼ିର ଆବଶ୍ୟକ ରକ୍ଷଣାବେକ୍ଷଣ କରୁ ନ ଥିବାରୁ ଏବେ ଏହି ଆମ୍ବୁଲାନ୍ସ ଆଉ ସେବାରେ ଲାଗିବା ଅବସ୍ଥାରେ ନାହିଁ। ଆମ୍ବୁଲାନ୍ସର ପଛ ଡୋର କାଚ ଭାଙ୍ଗିଯିବା ସହ ସାଇଡ ଡୋର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। କର୍ମଚାରୀମାନେ ଭଙ୍ଗା ଡୋରକୁ ଦଉଡି ସାହାଯ୍ୟରେ ବାନ୍ଧି ସେବା ଯୋଗାଇ ଦେଉଥିବାବେଳେ ଏସି ସହ ବିଭିନ୍ନ ଯନ୍ତ୍ରାଂଶ ଅଚଳ ହୋଇପଡ଼ିଛି। ଫଳରେ ସପ୍ତାହେ ହେବ ଆମ୍ବୁଲାନ୍ସଟି ଆଉ ସେବାରେ ନ ରହି ବଇଣ୍ଡା ଫାଣ୍ଡିରେ ପଡ଼ିରହିଛି। ୫୫ ନଂ. ଜାତୀୟ ରାଜପଥରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାବେଳେ ଏହି ସରକାରୀ ସେବା ଉପଲବ୍ଧ ହୋଇପାରୁ ନାହିଁ। ସେହିପରି କିଶୋରନଗରଠାରେ ଥିବା ଆମ୍ବୁଲାନ୍ସର ଚକା ଜାମ ହୋଇଯାଇଥିବା ଯୋଗୁ ତାହା ମଧ୍ୟ ଅଚଳ ଅବସ୍ଥାରେ ରହିଛି। କର୍ମଚାରୀମାନେ ୨ଟି ଆମ୍ବୁଲାନ୍ସ ନିକଟରେ ରହି ଡ୍ୟୁଟି କରୁଥିବାବେଳେ ଲୋକଙ୍କୁ ସେବା ମିଳୁ ନ ଥିବା ଯୋଗୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଦାୟିତ୍ୱ ନେଇଥିବା ଏକ ଠିକାସଂସ୍ଥା ଗାଡ଼ିଗୁଡ଼ିକର ଫିଟନେସ ଓ ମରାମତି କରୁ ନ ଥିବା ନୁନୁକାପଶି ସରପଞ୍ଚ ଜଳଧର ସାହୁ, ବଇଣ୍ଡା ଗ୍ରାମ ସଭାପତି ଚିନ୍ତାମଣି ପ୍ରଧାନ, ବିଜୟ କୁମାର ସାହୁ, ଭାଜପା ନେତା ଅରବିନ୍ଦ ସାହୁଙ୍କ ସମେତ ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି ଅନୁଗୋଳ ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି। ଏ ନେଇ ଆଠମଲ୍ଲିକ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ କହିଛନ୍ତି, ଉକ୍ତ ୨ଟି ଅଚଳ ଆମ୍ବୁଲାନ୍ସକୁ ମରାମତି କରି ସେବା ଯୋଗାଇ ଦେବା ପାଇଁ ଅନୁଗୋଳ ସିଡିଏମଙ୍କୁ ନିର୍ଦ୍ଦେଶ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

୨୧ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରି ଖାତାଦେଖା

କଟକ ଅଫିସ,୧୭।୭: ଆସନ୍ତା ୨୧ ତାରିଖରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷାର ଖାତାଦେଖା ହେବ। ଏଥି ନିମନ୍ତେ ୧୨ଟି ମୂଲ୍ୟାୟନ...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସ୍ଥଗିତ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ ଅଫିସ,୧୦ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସ୍ଥଗିତ ନେଇ ହାଇକୋର୍ଟରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ସୂଚନାନୁଯାୟୀ, ବର୍ତ୍ତମାନ...

୫୦୦ ଏଏସ୍‌ଓଙ୍କୁ ନିଯୁକ୍ତି ପ୍ରଦାନ: ନିଷ୍ଠାପର ମନୋଭାବ ରଖି ସେବା କର; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭ା୭(ବ୍ୟୁରୋ): ରାଜ୍ୟ ସଚିବାଳୟରେ ନୂତନ ଭାବେ ନିଯୁକ୍ତ ହୋଇଥିବା ସହକାରୀ ଉପଅଧିକାରୀ (ଏଏସ୍‌ଓ)ଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁକ୍ରବାର ରବୀନ୍ଦ୍ର ମଣ୍ଡପଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଉତ୍ତମ ସ୍ବାସ୍ଥ୍ୟସେବା ଆମର ଲକ୍ଷ୍ୟ: ନବୀନ

ପୁରୀ ଅଫିସ/ବ୍ରହ୍ମିଗିରି(ଡି.ଏନ୍‌.ଏ),୮।୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀ ଜିଲା ବ୍ରହ୍ମଗିରି ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ସ୍ବାସ୍ଥ୍ୟ ବୀମା ସ୍ମାଟ...

ଡଲଫିନ୍‌ର ଜୀବନ ବଞ୍ଚାଇଲେ ପିଲା

ବାଲେଶ୍ୱର ଅଫିସ, ୩୧।୮- ବାଲେଶ୍ୱର ଜିଲା ଚାନ୍ଦିପୁର ବେଳାଭୂମିର ୯-ମାଇଲ୍‌ଠାରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟା ବେଳେ ଏକ ଡଲଫିନ୍‌ କୂଳକୁ ଚାଲି ଆସିଥିଲା। କୂଳରେ...

ଆସନ୍ତା ୨୭ ପର୍ଯ୍ୟନ୍ତ ବଢ଼ିଲା କାଳିଆ ଯାଞ୍ଚ ଅବଧି

ଭୁବନେଶ୍ୱର, ୧୩।୮(ବ୍ୟୁରୋ): କାଳିଆ ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ ପାଇଁ ଅବଧି ବୃଦ୍ଧି ପାଇଛି। ବୁଧବାର ଏହି ଯାଞ୍ଚର ଶେଷ ତାରିଖ ଥିବାବେଳେ...

ଆଜିଠୁ ପୁରୀ ପ୍ରବେଶ ଉପରେ କଟକଣା: ୩୧ ପର୍ଯ୍ୟନ୍ତ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ମନା

ପୁରୀ ଅଫିସ,୫।୭: ପୁରୀ ଜିଲାରେ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ଜୁଲାଇ ମାସ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତେଣୁ କରୋନା ସଂକ୍ରମଣ ଯେପରି ନ ବ୍ୟାପିବ...

ସଂଗରୋଧ କେନ୍ଦ୍ରରେ ନାବାଳିକାକୁ ଅସଦାଚରଣ ଅଭିଯୋଗ, ଘଟଣାର ତଦନ୍ତ ଜାରି

ବ୍ରହ୍ମଗିରି, ୧୯।୫(ଡି.ଏନ୍‌.ଏ) : ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଗୋରୁଆଳସ୍ଥିତ ଏକ ସଂଗରୋଧ କେନ୍ଦ୍ରରେ ସୋମବାର ବିଳମ୍ବତ ରାତିରେ ଜଣେ ନାବାଳିକାକୁ ଅସଦାଚରଣ ହୋଇଥିବା...

Advertisement
Archives

Model This Week