Posted inବୌଦ୍ଧ

ଡେପୁଟି କଲେକ୍ଟରଙ୍କ ନାଁରେ ସ୍ତ୍ରୀ ଆଣିଲେ ନିର୍ଯାତନା ଅଭିଯୋଗ

ଲଖନପୁର, ୨୭ା୯(ଡି.ଏନ୍‌.ଏ.)-ବୌଦ୍ଧ ଜିଲାର ଡେପୁଟି କଲେକ୍ଟର ଶରତ କୁମାର ବାଗଙ୍କ ନାମରେ ସ୍ତ୍ରୀ ଡଲିଆ ଦେବନାଥ ଆଣିଛନ୍ତି ନିର୍ଯାତନା ଅଭିଯୋଗ । ଏ ନେଇ ଦେବନାଥ ଝାରସୁଗୁଡା ଜିଲା ବିଟିଏମ୍‌ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ନେଇ ଝାରସୁଗୁଡା ଥାନାରେ ୨୯୪, ୩୨୩, ୩୭୯, ୪୯୮(ଏ), ୫୦୬, ୩୪ ଆଇପିସି ଏବଂ ୨୫, ୨୭ ଆର୍ମସ ଆକ୍ଟରେ ଏକ ମାମଲା(ନଂ.୬୮୯/୨୦) ରୁଜୁ ହୋଇଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଶୁଚିସ୍ମିତା ମହାନ୍ତି କହିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ, ଦୀର୍ଘବର୍ଷ ହେଲାଣି ତାଙ୍କ ସ୍ବାମୀ ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖି ତାଙ୍କୁ ନିର୍ଯାତନା ଦେଇଆସୁଛନ୍ତି। ଏ ନେଇ ସେ ପୂର୍ବରୁ ମଧ୍ୟ ତାଙ୍କ ସ୍ବାମୀଙ୍କ ନାମରେ ପୋଲିସରେ ଅଭିଯୋଗ କରି ଆସିଛନ୍ତି। ଏଭଳି ସ୍ଥିତିରେ ତାଙ୍କ ସ୍ବାମୀ ସମ୍ପୃକ୍ତା ମହିଳାଙ୍କ ଘର ଝାରସୁଗୁଡାକୁ ଗତ ଶନିବାର ଆସିଥିଲେ ା ଏହା ଜାଣିବା ପରେ ଦେବନାଥ ସେଠାରେ ପହଞ୍ଚି ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ା ଏଥିରେ ଉତ୍ତ୍ୟକ୍ତ ହୋଇ ଶରତ ଅନ୍ୟ କେତେଜଣଙ୍କ ସହିତ ମିଶି ତାଙ୍କୁ ମାରପିଟ କରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ସେ ଆସି ତାଙ୍କ ସ୍ବାମୀଙ୍କ ନାମରେ ବିଟିଏମ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଡେପୁଟି କଲେକ୍ଟର ବାଗ୍‌ଙ୍କୁ ତାଙ୍କ ମୋବାଇ ନଂ. ୭୦୦୮୬୨୬୪୪୩ରେ ବାରମ୍ବାର ଯୋଗାଯୋଗ କରାଯାଇଥିଲା। ହେଲେ ସୁଇଚ ଅଫ ଥିବାରୁ ପ୍ରତିକ୍ରିୟା ମିଳି ପାରିନାହିଁ। ଜଣେ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଏହିଭଳି ଅଭିଯୋଗ ଚର୍ଚ୍ଚାର ବିଷୟ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଧରାପଡୁଛି ଗଞ୍ଜେଇ, ଖସି ଯାଉଛନ୍ତି ବେପାରୀ

ବୌଦ୍ଧ,୧୬ା୯(ସ୍ବ.ପ୍ର.): ବୌଦ୍ଧ ଜିଲା ଗଞ୍ଜେଇ କାରବାରର ପେଣ୍ଠସ୍ଥଳୀ ପାଲଟିଛି। ଯୁବ ପିଢି କମ ପରିଶ୍ରମରେ ସ୍ବଳ୍ପ ସମୟରେ ଅଧିକ ଲାଭ ପାଇବା ଆଶାରେ ଗଞ୍ଜେଇ ଚାଷ...

ପୋଖରୀ ଖୋଳିବା ବେଳେ ବାହାରିଲା ଶିବ ଲିଙ୍ଗ

ଜହ୍ନାପଙ୍କ,୧୪।୪: ବୌଦ୍ଧ ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅଧୀନ ଜଗଦିଶପୁର ନିକଟରେ ପୋଖରୀ ଖୋଳା ଯିବା ସମୟରେ ଏକ ଶିବ ଲିଙ୍ଗ ଉଦ୍ଧାର ହୋଇଛି ।ଏହି ଖବର...

ଜବରଦଖଲ ଉଚ୍ଛେଦରେ ପାତରଅନ୍ତର ଅଭିଯୋଗ:ପ୍ରଶାସନ ନିର୍ଦ୍ଦେଶକୁ ଫୁ

ବାଉଁଶୁଣୀ,୧୩ା୩(ଡି.ଏନ.ଏ.):ବୌଦ୍ଧ ଜିଲା ବାଉଁଶୁଣୀ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କ୍ଷେତ୍ରରେ ପାତରଅନ୍ତର କରାଯିବା ନେଇ ଅଭିଯୋଗ ହେଉଛି। ଗରିବ ଲୋକେ ପ୍ରଶାସନର ନିର୍ଦ୍ଦେଶକୁ ମାନୁଥିବା ବେଳେ ବଡବଡିଆ...

ନାବାଳକଙ୍କୁ ୧୦ ବର୍ଷ କାରାଦଣ୍ଡ

ବୌଦ୍ଧ,୧୮ା୧୧(ସ୍ବ.ପ୍ର.): ବୌଦ୍ଧ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ପେଶାଲ ଜଜ୍‌ ଅଳ୍ପନା ସ୍ବାଇଁ ଜଣେ ନାବାଳିକାଙ୍କୁ ଅସଦାଚରଣ ମାମଲାର ବିଚାର କରି ଜଣେ ନାବାଳକଙ୍କୁ ୧୦...

ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ୬ ଗୋରୁଙ୍କ ଜୀବନ ଗଲା

ବୌଦ୍ଧ/ବଘିଆପଡ଼ା,୨୦ା୬(ସ୍ବ.ପ୍ର./ଡି.ଏନ୍‌.ଏ.): ବୌଦ୍ଧ ଜିଲା ବଘିଆପଡ଼ା ଅଞ୍ଚଳରେ ସୋମବାର ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ୬ ଗୋରୁଙ୍କର ମୃତ୍ୟୁ ଘଟିଥିଛି। ୨ ଆହତ ହୋଇଛନ୍ତି। ବଘିଆପଡ଼ାସ୍ଥିତ ପାଲଝାର କୃଷି...

ବୌଦ୍ଧ ଜିଲା ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ ପାଳିତ

ବୌଦ୍ଧ, ୨୮ା୪(ସ୍ବ.ପ୍ର): ବୌଦ୍ଧ ଜିଲା ଓକିଲ ସଂଘ ପକ୍ଷରୁ ମଙ୍ଗଳବାର ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। କରୋନା କଟକଣା ଯୋଗୁ ସଂଘ କାର୍ଯ୍ୟାଳୟ ପରିସରରେ ଜିଲା...

ମହାନଦୀରେ ବୁଡ଼ି ଚାଲିଗଲା ଜୀବନ

ବୌଦ୍ଧ, ୨୩।୩(ସ୍ବ.ପ୍ର): ବୌଦ୍ଧ ସହରର ଚନ୍ଦ୍ରଚୂଡ ଘାଟରେ ମହାନଦୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଚନ୍ଦ୍ରଚୂଡଘାଟକୁ ଜଣେ ଯୁବକ ଗାଧୋଇବାକୁ ଯାଇଥିବାବେଳେ ସେ...

ଭାଜପା ନେତାଙ୍କୁ ହତ୍ୟା ଘଟଣାରେ ମୁହଁ ଖୋଲିଲେ କଣ୍ଟାମାଳ ବିଧାୟକ

ବୌଦ୍ଧ,୩୦।୭(ସ୍ବ.ପ୍ର.) ବୌଦ୍ଧ ଜିଲା ଭାଜପା ଯୁବମୋର୍ଚ୍ଚା ସମ୍ପାଦକ ତଥା କଣ୍ଟାମାଳ ବ୍ଲକର ସିଆଲଝୁଲି ଗ୍ରାମର ଲୋକନାଥ ପ୍ରଧାନଙ୍କ ହତ୍ୟା ଘଟଣା ନେଇ ରାଜନୀତି ଜୋର ଧରିଛି।...

Advertisement
Archives

Model This Week