ଡେଜର୍ଟ ଗାର୍ଡେନ

ଆଡେନ: ବଦଳୁଛି ଗାର୍ଡେନିଂର ଟ୍ରେଣ୍ଡ। ରୁଫ୍‌ ଗାର୍ଡେନ, କିଚେନ ଗାର୍ଡେନ ପରେ ଏହି ଧାରାରେ ଯୋଡ଼ି ହୋଇଛି ‘ଡେଜର୍ଟ ଗାର୍ଡେନ’। ଏପରି ବଗିଚା ମରୁଭୂମିରେ ଫସଲ ଉତ୍ପାଦନକୁ ଆହୁରି ସହଜ କରିଦେବ। ‘ଡେଜର୍ଟ ଗାର୍ଡେନ’ ପରିକଳ୍ପନା ପଛରେ ରହିଛି ଶରଣାର୍ଥୀ ଶିବିରରେ ନଷ୍ଟ ହୋଇଯାଇଥିବା ଗଦି। ମଧ୍ୟପ୍ରାଚ୍ୟର ଶରଣାର୍ଥୀ କ୍ୟାମ୍ପରେ ଏହା ବେଶ୍‌ ସଫଳ ହୋଇଛି। ଖୁବ୍‌ଶୀଘ୍ର ଏହାକୁ ମରୁଭୂମିର ଟାଙ୍ଗରା ଭୂଇଁରେ ପ୍ରୟୋଗ କରାଯିବାକୁ ଯୋଜନା କରାଯାଉଥିବା ବିଶେଷଜ୍ଞମାନେ କହିଛନ୍ତି।
ଏପରି ଅଭିନବ ବଗିଚାର ପରିକଳ୍ପନା କରିଛନ୍ତି ବ୍ରିଟିଶ ବୈଜ୍ଞାନିକ। ସେମାନଙ୍କ ଉଦ୍ୟମରେ ଖରାପ ହୋଇପଡ଼ିଥିବା ବର୍ଜ୍ୟ ଗଦିରୁ ସଫଳତାର ସହ ଟମାଟୋ, ଧନିଆ, ଲଙ୍କା, ବାଇଗଣ ସହିତ ଅନ୍ୟ ପରିବା ଚାଷ କରାଯାଇପାରିଛି। ୟୁନିର୍ଭସିଟି ଅଫ୍‌ ଶେଫିଲ୍ଡର ବୈଜ୍ଞାନିକ ପ୍ରଫେସର ଟୋନି ରୟାନ କହିଛନ୍ତି, ଶରଣାର୍ଥୀଙ୍କ କ୍ୟାମ୍ପରେ ହଜାର ହଜାର ସଂଖ୍ୟାରେ ଗଦି ବ୍ୟବହୃତ ହୋଇଥାଏ। ନଷ୍ଟ ହୋଇଯିବା ପରେ ଏହାକୁ ସାଧାରଣତଃ ଫିଙ୍ଗି ଦିଆଯାଇଥାଏ। ପାହାଡ଼ ଭଳି ଗଦା ହୋଇ ରହିଥିବା ଗଦିଗୁଡ଼ିକୁ ପରିଚାଳନା କରିବା ଜରୁରୀ ହୋଇପଡ଼ିଥିଲା। ପରିତ୍ୟକ୍ତ ଗଦିରୁ ଫସଲ ଉତ୍ପାଦନ ହୋଇପାରିବ ବୋଲି ଜଣାପଡ଼ିବା ପରେ ‘ଡେଜର୍ଟ ଗାର୍ଡେନ’ର ବାଟ ଖୋଲିଥିଲା।
‘ଡେଜର୍ଟ ଗାର୍ଡେନ’ ପାଇଁ ଗଦିଗୁଡ଼ିକରେ କିଛି ପୋଷକ ତତ୍ତ୍ୱ ମିଶାଇ ସିନ୍ଥେଟିକ୍‌ ମାଟି ପ୍ରସ୍ତୁତ କରାଯାଇଛି। ଏହି ମାଟିକୁ ବ୍ୟବହାର କରି ଔଷଧୀୟ ଚାରା, ପରିବା ଉତ୍ପାଦନ ଆରମ୍ଭ ହୋଇଛି। ହେଲେ ଏହାର ପରିଣାମ ଆଶାତୀତ। ସବୁଠାରୁ ବଡ଼ କଥା ହେଉଛି, ଏହି ମାଟିରେ ୭୦ରୁ ୮୦% କମ୍‌ ପାଣି ବ୍ୟବହୃତ ହୋଇଥାଏ। ତେଣୁ ଏହାକୁ ମରୁଭୂମିରେ ବ୍ୟବହାର କରି ଫସଲ ଉତ୍ପାଦନ କରାଯାଇପାରିବ। ମରୁଭୂମିର ଜଳକଷ୍ଟକୁ ଏହି ବଗିଚା ଅନେକାଂଶରେ ସୁଧାରିପାରିବ ଏବଂ ଏହାଦ୍ୱାରା ଅଧିକ ପାଣି ସଞ୍ଚୟ ହୋଇପାରିବ। ଡାଇଡ୍ରୋପୋନିକ୍ସ ଟେକ୍‌ନିକ୍‌କୁ ପ୍ରୟୋଗ କରି ଏହି ବଗିଚା ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ମାଟି ବଦଳରେ ପାଣିରେ ଆବଶ୍ୟକ ପୋଷକ ତତ୍ତ୍ୱ ଘୋଳି ଦିଆଯାଇଥାଏ। ଗଛରୁ ଚେର ବାହାରିବା ପରେ ସେଗୁଡ଼ିକୁ ସିନ୍ଥେଟିକ୍‌ ମାଟି ଉପରେ ରୋପଣ କରାଯାଏ। ଏହି ଟେକ୍‌ନିକ୍‌ରେ ଗୋଟିଏ ଫାଇଦା ହେଉଛି, ଏଥିରେ ଗଛ ପାଇଁ କୀଟନାଶକ ପ୍ରୟୋଗର ଆବଶ୍ୟକତା ନ ଥାଏ। ୧୦୦୦ ସିରିଆ ଶରଣାର୍ଥୀ ଏବଂ ସେଠାକାର ଚାଷୀଙ୍କ ଉଦ୍ୟମରେ ଏହା ସଫଳ ହୋଇପାରିଛି। ଆଗାମୀ ଦିନରେ ଏହାକୁ ଅନ୍ୟ ଶରଣାର୍ଥୀ ଶିବିରରେ ଆରମ୍ଭ କରାଯିବାକୁ ଯୋଜନା କରାଯାଉଥିବା ରେୟାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଲୋଚନା ଲାଗି ଆମେରିକାର ପରାମର୍ଶ

ଓ୍ବାଶିଂଟନ, ୮ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ନେଇ ଦେଖାଦେଇଥିବା ଅଶାନ୍ତି ଦୂର କରିବା ଲାଗି ଶୀଘ୍ର ଆଲୋଚନା ଆରମ୍ଭ କରିବାକୁ ଆମେରିକା ପରାମର୍ଶ ଦେଇଛି। ପାକିସ୍ତାନ ଭାରତ ସହ...

ବ୍ୟାପୁଛି ଘାତକ ସଂକ୍ରାମକ ରୋଗ, ଜ୍ୱର ପରେ ନାକରୁ ବୋହୁଛି ରକ୍ତ…

ବାଗଦାଦ୍‌, ୩୦।୫ : ସମ୍ପ୍ରତି ମଧ୍ୟ-ପୂର୍ବ ଏସୀୟ ଦେଶ ଇରାକରେ ଏକ ନୂତନ ପ୍ରକାରର ରୋଗ ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି। ଏଥିରେ ରୋଗୀରେ ଜ୍ୱର...

ଏମିତି ଗାର୍ଡେନ୍‌, ଯାହାକୁ ପୋଷାକ ଭାବେ ପିନ୍ଧି ହେବ

କାଲିଫର୍ନିଆ: ସାଧାରଣତଃ କପଡ଼ାରେ ପୋଷାକ ତିଆରି ହୋଇଥାଏ। ମାତ୍ର ଦକ୍ଷିଣ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ପ୍ରଫେସର ଏବଂ ଡିଜାଇନର ଏମିତି ଏକ ଗାର୍ଡେନ ତିଆରି କରିଛନ୍ତି, ଯାହାକୁୁ...

ଭାରତ ସମର୍ଥନରେ ବ୍ରିଟିଶ୍‌ ଏମ୍‌ପି: କହିଲେ, ପିଓକେ ଖାଲି କରୁ ପାକିସ୍ତାନ

ଲଣ୍ଡନ, ୧୫।୯: କଶ୍ମୀର ପ୍ରସଙ୍ଗରେ ଭାରତକୁ ସମର୍ଥନ ଦେଇଛନ୍ତି ବ୍ରିଟିଶ ଏମ୍‌ପି ବବ୍‌ ବ୍ଲାକ୍‌ମ୍ୟାନ୍‌। ସେ କହିଛନ୍ତି, ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଭାରତର ଅଭିନ୍ନ ଅଙ୍ଗ।...

ବନ୍ଦୀ ଜୀବନ କାଟୁଛନ୍ତି ୨ କୁକୁଡ଼ା, ଜାଣନ୍ତୁ କାହିଁକି

ହାଇଦ୍ରାବାଦ,୭।୨: ଅପରାଧୀଙ୍କ ବଦଳରେ ଥାନା ହାଜତରେ ବନ୍ଦୀ ଜୀବନ କାଟୁଛନ୍ତି ୨ କୁକୁଡ଼ା। ଏହି ଘଟଣା ଉପରେ ବିଶ୍ୱାସ କରିବା ସହଜ ନୁହେଁ। ହେଲେ ଏହା...

ଓମିକ୍ରନ୍‌କୁ ହାଲୁକା ଭାବେ ନିଅନ୍ତୁ ନାହିଁ, ଦ୍ରୁତ ସଂକ୍ରମଣ ସୃଷ୍ଟି କରିପାରେ ନୂଆ ଭାରିଏଣ୍ଟ: ଡବ୍ଲୁଏଚଓର ଚେତାବନୀ

ଜେନେଭା,୬ ।୧: ସାରା ବିଶ୍ୱରେ ବଢି ଚାଲିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନର ସଂକ୍ରମଣ । ଏଥିରେ ମୃତ୍ୟୁ ହାର କମ୍ ଥିବାରୁ ଲୋକେ ଏହାକୁ...

୨୦ ବର୍ଷ ଧରି ପ୍ରକୃତ ପିତାଙ୍କୁ ଖୋଜୁ ଖୋଜୁ ପୂରା ପରିବାର ପାଇଗଲେ ମହିଳା, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ଦୁନିଆ ଭିଡ଼ ଭିତରେ କେହି ହଜିଗଲେ ଖୋଜି ପାଇବା କଷ୍ଟକର। ମାତ୍ର ୨୦ ବର୍ଷ ଧରି ଜଣେ ମହିଳା ତାଙ୍କ ପିତାଙ୍କୁ ଖୋଜି ଚାଲିଥିଲେ। ଏବେ...

ଯେଉଁଠି ପୂଜା ଥାଳି ବଦଳରେ ନିଆଯାଏ ସାପ

ସାପ ନାଁ ଶୁଣିବା ମାତ୍ରେ ଲୋକେ ଭୟରେ ଥରି ଉଠନ୍ତି। ଯଦି କାହାରି ସମ୍ମୁଖକୁ ସାପ ଆସିଗଲା, ତେବେ କଥା ସେଇଠି ସରିଲା। କିନ୍ତୁ ଗୋଟିଏ...

Advertisement
Archives

Model This Week